ରାଜସ୍ଥାନର ନିବାସୀ ବୃଜମୋହନ ମୀଣା ବର୍ତ୍ତମାନ ହିଁ ନିଜର ପୁତ୍ରର ନିର୍ବନ୍ଧରେ ଯାହା କରି ଦେଖାଇଲେ ତାହାର କଳ୍ପନା ବି କେହି କରି ନ ଥିଲେ । ବୃଜମୋହନ ମୀଣା ନିଜର ପୁଅର ବିବାହ ଟୋଂକ ଜିଲ୍ଲାର ଉନିୟାରା ତହସୀଲରେ ସ୍ଥିତ ମଂଡାବରା ଗ୍ରାମ ପଞ୍ଚାୟତର ସୋଲତପୁରା ଗ୍ରାମରେ ଠିକ କରିଥିଲେ । ବର୍ତ୍ତମାନ ହିଁ କିଛି ଦିନ ତଳେ ତାଙ୍କ ପୁଅର ନିର୍ବନ୍ଧର କାରଜ୍ୟକରମ ଅନୁଷ୍ଠି ହୋଇ ଯାଇଛି । ଏହି ସମୟରେ ଝିଅର ପିତା ବରର ପିତାଙ୍କୁ ୧୧ ଲକ୍ଷ ଟଙ୍କା, ୧୦୧ ଟଙ୍କା ଓ ଗୀତା ଦେଲେ ।
ଏତେ ବଡ ରାଶିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ବୃଜମୋହନ ମୀଣା ଅଧିକ ବିଚାର ନ କରି ଟଙ୍କାକୁ ସଙ୍ଗେ ସଙ୍ଗେ ଝିଅର ପିତାକୁ ଫେରାଇ ଦେଲେ । ବୃଜମୋହନ ମୀଣାଙ୍କର ଟଙ୍କା ଫେରାଇ ଦେବାର ନିଷ୍ପତିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।
ବୂଂଦୀ ଜିଲ୍ଲାର ପୀପରବାଲା ଗ୍ରାମ ନିବାସୀ ସେବାନିବୃତ୍ତ ପ୍ରଧାନାଚାର୍ୟ ବୃଜମୋହନ ମୀଣାଙ୍କ ପୁତ୍ର ରାମଧନ ମୀଣାଙ୍କ ବିବାହ ଆରତୀ ମୀଣା ସହିତ ଠିକ ହୋଇଥିଲା । ସୋମବାର ଦିନ ଏମାନଙ୍କର ନିର୍ବନ୍ଧ ଥିଲା । ଏହି କାର୍ଯ୍ୟକ୍ରମ ମଧ୍ୟରେ ବଧୁ ପକ୍ଷ ତରଫରୁ ରାମଧନ ମୀଣାଙ୍କୁ ଡ୍ରେସ ଓ ଟଙ୍କା ଦିଆଗଲା । କନ୍ୟାର ପିତା ରାଧ୍ୟେଶ୍ୟାମ ଗୋଟିଏ ବଡ ଥାଳିରେ ୧୧ ଲକ୍ଷ, ୧୦୧ ଟଙ୍କାର ରାଶି ରଖି ବର ରାମଧନ ମୀଣାଙ୍କୁ ଦେଲେ । ଏତେ ଟଙ୍କା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ବି ହୋଇଗଲେ ।
କିନ୍ତୁ ରାମଧନ ମୀଣାଙ୍କ ପିତା ବୃଜମୋହନ ମୀଣା ତୁରନ୍ତ ଏହି ଟଙ୍କାକୁ ଫେରାଇ ଦେଲେ । କହିବାକୁ ଗଲେ ବ୍ରଜମୋହନ ମୀଣା ୧୧ ଲକ୍ଷ ଟଙ୍କା ଫେରାଇ ଯୌତୁକ ପ୍ରଥା ବିରୁଦ୍ଧରେ ଗୋଟିଏ ବଡ ସନ୍ଦେଶ ଦେଇଛନ୍ତି । ବ୍ରଜମୋହନ ମୀଣା ଏତେ ବଡ ରାସୀ ମଧ୍ୟରୁ କେବଳ ୧୦୧ ଟଙ୍କା ଓ ଗୀତା ହିଁ ରଖିଲେ । ଏହି ସମୟରେ ସେଠି ଉପସ୍ଥିତ ପଞ୍ଚାୟତ କନ୍ୟାର ପିତା ରାଧେଶ୍ୟାମ, ଦାଦା ପ୍ରଭୁ ଲାଲ ମୀଣା ପୂର୍ବ ସରପଞ୍ଚ ମଣ୍ଡାବରା, ସେବା ନିର୍ମିତ ପ୍ରଧାନାଚାର୍ୟ କନ୍ହୈୟା ଲାଲ ମୀଣା ମାନୀ, ଶିବଜୀ ରାମ ମୀଣା ଖଜୁରୀ ଏହି କାର୍ଯ୍ୟକୁ ପ୍ରଶଂସା କରିଲେ ।
ବୃଜମୋହନ ମୀଣାଙ୍କ ଏହି ନିଷ୍ପତିରେ ତାଙ୍କ ପରିବାର ଲୋକମାନେ ବି ତାଙ୍କର ସାଥ ଦେଲେ । ଅନ୍ୟ ପଟେ ତାଙ୍କର ବୋହୁ ଆରତୀ ବି ନିଜର ଶଶୁର ଘରର ପ୍ରଶଂସା କରି କହିଲେ କି ଶଶୁର ଯୌତୁକରେ ଦିଆଯାଇଥିବା ଟଙ୍କାକୁ ଫେରାଇ ସମାଜକୁ ଏକ ନୂଆ ପ୍ରେରଣା ଦେଇଛନ୍ତି ।
ଏମିତିରେ ସମାଜରେ ଅନ୍ୟ ଲୋକମାନଙ୍କୁ ବି ଯୌତୁକ ପ୍ରଥା ବିରୋଧରେ ଆଗକୁ ଆସିବା ଉଚିତ । ଯାହା ଦ୍ଵାରା ଗରିବ ପରିବାରର ଝିଅ ନିଜ ଯୋଗ୍ୟତା ଅନୁସାରେ ବର ବାଛି ପାରିବେ । ଆପଣଙ୍କୁ କହିଦେଉଛୁ କି ଆରତୀ ମୀଣା ବୀଏସସୀ ଓ ବୀଏଡ କରିଛନ୍ତି ଓ ଜଲ୍ଦି ହିଁ ତାଙ୍କର ବିବାହ ରାମଧନ ମୀଣା ସହ ହେବାକୁ ଯାଉଛି ।
ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ