ମାର୍ଚ୍ଚ 31 ଯାଏଁ କଡାକଡି ହେବ କଟକଣା, ଜାଣନ୍ତୁ କଣ ରହିବ ଖୋଲା, କଣ ବନ୍ଦ, ମାନିବାକୁ ହେବ କେଉଁ ସବୁ ନିୟମ

ଦେଶରେ କରୋନା ସଙ୍କଟ ବର୍ତ୍ତମାନ ପର୍ଯ୍ୟନ୍ତ ବି ଦୂର ହୋଇ ନାହିଁ । ଏମିତିରେ କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ମହାମାରୀକୁ ଅଟକାଇବା ପାଇଁ ଲାଗୁ କରାଯାଇଥିବା ସମୟସୀମାକୁ ବଢାଇ ଦେଇଛନ୍ତି ଓ ପୁରା ଦେଶରେ କୋବିଡ – ୧୯ ସହ ଜଡିତ ନିର୍ଦେଶ ଗୁଡିକୁ ବର୍ତ୍ତମାନ ୩୧ ମାର୍ଚ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ବି କହିଛନ୍ତି । ଗୃହ ମନ୍ତ୍ରାଳୟ ତରଫରୁ ସବୁ ରାଜ୍ୟକୁ ସାବଧାନ ଓ ସମସ୍ତ ନିୟମ କଡାକଡି ରୂପରେ ପାଳନ କରିବା ପାଇଁ ବି କୁହାଯାଇଛି ।

ଏହା ସହିତ ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟମାନଙ୍କୁ ଭ୍ୟାକସିନର ଗତିକୁ ବଢାଇବା ପାଇଁ ବି ଆଦେଶ ଦେଇଛନ୍ତି । କହିଦେଉଛୁ କି ଦେଶରେ କିଛି ମାସ ହେବ କରୋନା ସନକ୍ରମଣର ମାମଲା ବହୁତ କମ ଦେଖିବାକୁ ମିଳୁଥିଲା । କିନ୍ତୁ ଗତ କିଛି ଦିନ ହେବ ପୁଣି ଥରେ ସନକ୍ରମଣର ସଂଖ୍ୟା ବଢିବାରେ ଲାଗିଛି ।

ଯାହାର ସବୁଠୁ ଅଧିକ ପ୍ରଭାବ ମହାରାଷ୍ଟ୍ର, କେରଲ ଛଡା ଅନ୍ୟ କେତେକ ରାଜ୍ୟରେ ଦେଖିବାକୁ ମିଳିଛି । ମନ୍ତ୍ରାଳୟ ତରଫରୁ କୁହାଯାଇଛି କି କଣ୍ଟେନମେଣ୍ଟ ଜୋନ ଗୁଡିକରେ ପୂର୍ବ ଭଳି ସମସ୍ତେ ଗାଇଡଲାଇନ ଜାରି ରହିବ । ଏହା ସହିତ କରୋନା ଭାଇରସକୁ ନେଇ ଲାଗୁ କରାଯାଇଥିବା ନିୟମକୁ କଡାକଡି ରୂପରେ ପାଳନ କରଯିବା ଦରକାର ।

ବର୍ତ୍ତମାନର ସ୍ଥିତିକୁ ଦେଖି ସରକାର ସିନେମା ହଲ  ଓ ଥିଏଟରରେ ଅଧିକ ସଂଖ୍ୟାରେ ଲୋକମାନଙ୍କୁ ଆସିବା ପାଇଁ ଅନୁମତି ଦେଇ ନାହାନ୍ତି । କିନ୍ତୁ ସୁଇମିଂ ପୁଲ ଗୁଡିକୁ ଅନୁମତି ଦିଆଯାଇଛି , କଣ୍ଟେନମେଣ୍ଟ ଜୋନକୁ ଛାଡି ଅନ୍ୟ ସମସ୍ତ ସ୍ଥାନରେ ସମସ୍ତ ଗତିବିଧିକୁ ଅନୁମତି ଦିଆଯାଇଛି । ଏହା ସହିତ ପୂର୍ବରୁ ଲାଗୁ କରାଯାଇଥିବା ନିୟମ ଯେମିତି କି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଭଳି ନିୟମ ପୂର୍ବଭଳି ଲାଗୁ ରହିବ ।

ଏହା ସହିତ ଗାଇଡଲାଇନର ସମସ୍ତ ନିୟମକୁ ମାନି ସ୍କୁଲ କଲେଜ ଚାଲିବ । କୁହାଯାଇଛି କି କାଲ୍ସରୁମରେ ସମସ୍ତ ଛାତ୍ର ଛାତ୍ର ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ଏହା ସହିତ କୁହାଯାଇଛି କି ୫୦ ପ୍ରତିଶତ ଦର୍ଶକମାନଙ୍କୁ ନେଇ ସିନେମା ହଲ ଚାଲିବ । ବାହାଘର ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟନ୍ତି । ଏହା ସହିତ ସବୁ ସ୍ଥାନରେ ସାମାଜିକ ଦୂରତା ରଖିବାକୁ ବି କୁହାଯାଇଛି ।

କହିବାକୁ ଗଲେ ଫେବ୍ରୁୟାରୀ ମାସରେ ଯେଉଁ ଗାଇଡଲାଇନ ଥିଲା ତାକୁ ମାର୍ଚ୍ଚ ୩୧ ଯାଏ କେନ୍ଦ୍ର ସରକାର ବଳବତ୍ତର ରଖିଛନ୍ତି । ଏହା ସହିତ ଏହି ସମସ୍ତ ନିୟମକୁ କଡା କଡି ରୂପରେ ପାଳନ କରାଯିବା ପାଇଁ ବି ସରକାର କଡା ନିର୍ଦେଶ ବି ଦେଇଛନ୍ତି ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ