ଭାଇରାଲ ହେଉଛି ବାଦାମ ବିକାଳି ଏବଂ IPS ବାବୁଙ୍କ ଏହି ଭିଡିଓ, IPS ବାବୁ ଏମିତି କଣ କରିଦେଲେ କି ଏବେ ସବୁଠି ହେଉଛି ପ୍ରଶଂସା !

ହଠାତ ପୋଲିସ ବାବୁଙ୍କୁ ଦେଖି ଚାଲାଣ କଟିବ ଭାବି ଡରି ଯାଇଥିଲେ ବାଦାମ ବିକାଳି । କିନ୍ତୁ ଆଇପିଏସ ଅଫିସର ଜଣକ ବାଦାମ ବିକାଳି ଯୁବକଙ୍କ ସହ ଏମିତି କିଛି କଥା ହୋଇଥିଲେ ତାଙ୍କ ଭୟ କ୍ଷଣକେ ଦୂରେଇ ଯାଇଥିଲା । ସେହି ଦୁହିଁଙ୍କ ମଧ୍ୟରେ ଏମିତି କିଛି କଥାବାର୍ତ୍ତା ହୋଇଥିଲା ଯାହା ସାରା ଦେଶବାସୀଙ୍କ ମନକୁ ଛୁଇଁଗଲା । ଏହି ସମୟ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାପରେ ଏହି ଆଇପିଏସ ବାବୁଙ୍କୁ ଏବେ ଅଜସ୍ର ପ୍ରଶଂସା ଏବଂ ଆଶୀର୍ବାଦ ମିଳୁଛି ।

ଇଏ ହେଉଛନ୍ତି ବାରଣାସୀର ଆଡିସନାଲ ପୋଲିସ କମିଶନର ସୁବାଶ ଦୁବେ । ଦିନେ ସନ୍ଧ୍ୟାରେ ସେ କାଶୀରେ ରାସ୍ତାକଡରେ ବାଦାମ ବୁକୁଥିବା ଜଣେ ଯୁବକଙ୍କ ପାଖରେ ପହଞ୍ଚି ଯାଇଥିଲେ । ତାଙ୍କୁ ଦେଖି ସେ ଭାବିଥିଲେ କି ସାର ବୋଧ ହୁଏ ଚାଲାଣ କାଟିବେ । କିନ୍ତୁ ସେମିତି କିଛି ଘଟି ନଥିଲା । ସୁବାଶ ଦୁବେ ତାଙ୍କ ଠାରୁ ବାଦାମ କିଣି ଖାଇଥିଲେ ଆଉ ପରେ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା କଥାବାର୍ତ୍ତା । ସେ ପୁଣି ଏମିତି କଥା ଯେ ଯାହା ସମସ୍ତଙ୍କୁ ହ୍ରୁଦୟକୁ ଛୁଇଁପାରିଛି ।

ଏହି ଭିଡିଓ ଦେଖିବା ପରେ ଆପଣ ମଧ୍ୟ ଏହି ଆଇପିଏସ ଅଫିସରଙ୍କୁ ବାଃ ବାଃ କରିବେ । ସେହି ଯୁବକଙ୍କୁ ତାଙ୍କ ବେପାର ଠାରୁ ଆରମ୍ଭ କରି ତାଙ୍କ ନାଁ, ଗାଁ ଓ ଠିକଣା ସବୁ ପଚାରିଥିଲେ ଆଇପିଏସ ଅଧିକାରୀ । ଏହାପରେ ଯୁବକ ଜଣକ ମାସ୍କ ପିନ୍ଧି ନଥିବାରୁ ମାସ୍କ ବିଷୟରେ ବି ପଚାରିଥିଲେ । ଆଉ ନିଜେ ଗୋଟିଏ ମାସ୍କ ପିନ୍ଧିବା ସହ ଯୁବକ ଜଣଙ୍କୁ ବି ଗୋଟିଏ ମାସ୍କ ଦେଇଥିଲେ ।

ବାଦାମ ବିକୁଥିବା ଏହି ଯୁବକ ସନ୍ଦୀପ ଗୁପ୍ତା ଏବଂ ଆଇପିଏସ ଅଫିସର ସୁବାଶ ଦୁବେଙ୍କ ମଧ୍ୟରେ ହୋଇଥିବା ଏହି କଥୋପକଥନ ଏବେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଏଯାଏଁ ୮୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଚାରିଆଡୁ ଲୋକେ ପ୍ରଶଂସାର ସୁଅ ଛୁଟାଉଛନ୍ତି ଏହି ନମ୍ର ଆଇପିଏସ ଅଧିକାରୀଙ୍କ ସହ । ବଡ ପଦବୀରେ ଥିଲେ ମଧ୍ୟ କିଛି ବ୍ୟକ୍ତିଙ୍କ କାର୍ଯ୍ୟ ସମାଜକୁ ନୂଆ ଦିଗଦର୍ଶନ ଦେଇଥାଏ ।

ସୁବାଶ ଦୁବେଙ୍କର ସରଳ ସ୍ଵଭାବ ସମସ୍ତଙ୍କୁ ଖୁବ ପ୍ରଭାବିତ କରିଛି । ଗରିବ ମାନଙ୍କ ପାଇଁ ସେ ଜଣେ ଦରଦୀ ବନ୍ଧୁ । କାହାଠୁ ବାଦାମ ଖାଇ ତ ଆଉ କାହାଠୁ ଚାହା ପିଇ ବୁଲାବିକାଳିଙ୍କ ବନ୍ଧୁ ହୋଇଯାନ୍ତି ସେ । ଆଉ ଆବଶ୍ୟକ ପଡିଲେ ସାହାଯ୍ୟ କରିବାକୁ ବି ଭୁଲନ୍ତି ନାହିଁ । ଆପଣଙ୍କୁ ଏହି ଆଇପିଏସ ଅଧିକାରୀଙ୍କ ଏହିପରି ସ୍ଵଭାବ ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।