ଉପଭୋକ୍ତାଙ୍କ ପାଇଁ ସବୁଠୁ ବଡ ଖବର, ବଦଳିଗଲା ଦେଶର ଏହି 4 ଟି ବଡ ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କଣ ରହିବ ଏହାର ପ୍ରଭାବ

ମାର୍ଚ୍ଚ ୧ ଅର୍ଥାତ ଆଜି ଠାରୁ କେନ୍ଦ୍ର ସରକାର ୪ ଟି ବଡ ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ୪ ଟି ନୂତନ ନିୟମ ଲାଗୁ କରିଛନ୍ତି । ଏହି ସମସ୍ତ ନିୟମ ବିଷୟରେ ଯଦି ଆପଣମାନେ ଜାଣି ନାହାନ୍ତି ତେବେ ଆମ ଆର୍ଟକୀଳ ମାଧ୍ୟମରେ ସରକାରଙ୍କ ଦ୍ଵାରା ନିଆଯାଇଥିବା ଏହି ୪ ଟି ବଡ ନିଷ୍ପତି ବିଷୟରେ ଜାଣି ନିଅନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଆଗକୁ କୌଣସି ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

କହିଦେଉଛୁ କି ମାର୍ଚ୍ଚ ମାସରୁ ଦେଶରେ ୪ ଟି ବଡ ନିୟମ ଲାଗୁ ହେବ ଓ ଏହି ସମସ୍ତ ନିୟମ ଆପଣଙ୍କ ଉପରେ କୌଣସି ନା କୌଣସି ପ୍ରକାରରେ ନିଶ୍ଚିତ ରୂପରେ ପ୍ରଭାବ ପକାଇବ । ତେବେ ଜାଣି ନିଅନ୍ତୁ କି କେଉଁ ସବୁ କ୍ଷେତ୍ରରେ କେଉଁ ସବୁ ନିୟମ ବଦଳି ଯାଇଛି ।

ଗ୍ୟାସ ମୂଲ୍ୟ

ସବୁ ମାସରେ ଗ୍ୟାସର ମୂଲ୍ୟ ହ୍ରାସ କିମ୍ବା ବୁଦ୍ଧି ହୋଇଥାଏ । କହିବାକୁ ଗଲେ ସବୁ ମାସରେ ୧ ତାରିଖ ଦିନ ଗ୍ୟାସ କମ୍ପାନୀମାନେ ଗ୍ୟାସର ନୂତନ ମୂଲ୍ୟ ନିର୍ଧାରିତ କରିଥାନ୍ତି । ଏମିତିରେ ଆଜି କେନ୍ଦ୍ର ସରକାର ଗ୍ୟାସର ମୂଲ୍ୟକୁ ବୁଦ୍ଧି କରି ପାରନ୍ତି ନଚେତ ହ୍ରାସ କରି ପାରନ୍ତି ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ଗ୍ୟାସର ମୂଲ୍ୟକୁ ନେଇ ଦେଶର ଜନତା ସରକାରଙ୍କ ଉପରେ ଅସନ୍ତୋଷ ଅଛନ୍ତି । ଏମିତିରେ ଆଜି ମାର୍ଚ୍ଚ ମାସ ୧ ତାରିଖରେ ଗ୍ୟାସର ମୂଲ୍ୟ ହ୍ରାସ ହେବ ବୋଲି ଗ୍ରାହକମାନେ କେନ୍ଦ୍ର ସରକାରଙ୍କ ଠାରୁ ଆଶା ରଖିଛନ୍ତି ।

ବୟସ୍କ ବ୍ୟକ୍ତିଙ୍କୁ ମିଳିବ କାରୋନା ଟୀକା

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସରକାର କରୋନା ଟୀକା ବିତରଣ କରୁଛନ୍ତି । ସରକାର ଦେଶକୁ କରୋନା ମୁକ୍ତ କରିବା ପାଇଁ ସମସ୍ତ ଦେଶବାସୀଙ୍କୁ କରୋନା ଟୀକା ଦେବାର ବ୍ୟବସ୍ଥା ମଧ୍ୟ କରୁଛନ୍ତି । ଏହି କ୍ରମରେ ପ୍ରଥମେ କାରୋନା ଯୋଧ୍ୟାମାନଙ୍କୁ କରୋନା ଟୀକା ଦିଆଯାଇଛି । ବର୍ତ୍ତମାନ ସରକାରଙ୍କ ନୂତନ ଆଦେଶ ଅନୁସାରେ ମାର୍ଚ୍ଚ ମାସ ୧ ତାରିଖରୁ ୬୦ ବର୍ଷ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ କରୋନା ଟୀକା ଦିଆଯିବ ।

ଏହା ସହିତ ୪୫ ବର୍ଷରୁ ବି ଉର୍ଦ୍ଧ ବ୍ୟକ୍ତିମାନେ ଯେଉଁମାନେ କୌଣସି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସେମାନଙ୍କୁ ବି କରୋନା ଟୀକା ଦିଆଯିବ ବୋଲି ସରକାର ଆଦେଶ ଦେଇଛନ୍ତି । ଏହା ସହିତ କେତେକ ପ୍ରାଇବେଟ ହସ୍ପିଟାଲରେ ବି ବୟସ୍କ ବ୍ୟକ୍ତିମାନେ କରୋନା ଟୀକା ନେଇ ପାରିବେ ।

ବ୍ୟାଙ୍କର ବଦଳିବ IFSC କୋଡ

ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟ ବ୍ୟାଙ୍କରେ ଯଦି ଆପଣଙ୍କର ଆକାଉଣ୍ଟ ଅଛି ତେବେ ଏହି ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରତ୍ଵ ପୂର୍ଣ ଅଟେ । କାରଣର ଏହି ତିନୋଟି ବ୍ୟାଙ୍କ ବର୍ତ୍ତମାନ ମିଶି ଯାଇ ଗୋଟିଏ ବ୍ୟାଙ୍କ ହୋଇଯିବେ । ଯେଉଁ କାରଣରୁ ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କର ଗ୍ରାହକମାନେ ବର୍ତ୍ତମାନ ବ୍ୟାଙ୍କ ଅଫ ବରୋଦାର ଗ୍ରାହକ ହୋଇଯିବେ ।

ଏମିତିରେ ଏହି ମାସର ୧ ତାରିଖରୁ ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କର IFSC କୋଡ ମଧ୍ୟ କାମ କରିବ ନାହିଁ ଓ ଗ୍ରାହକମାନେ ମାର୍ଚ୍ଚ ମାସ ୧ ତାରିଖରୁ ନୂଆ IFSC କୋଡ ବ୍ୟବହାର କରିବାକୁ ବାଧ୍ୟ ଅଟନ୍ତି । ଏମିତିରେ ଯଦି ଆପଣ ଏହି ସମସ୍ତ ବ୍ୟାଙ୍କରେ ଖାତା ଖୋଲିଛନ୍ତି ଓ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ନିକଟସ୍ଥ ବ୍ୟାଙ୍କଙ୍କୁ ଯୋଗାଯୋଗ କରନ୍ତୁ ।

ମାର୍ଚ ମାସରୁ ମିଳିବ ସରକାର ଯୋଜନାର ଲାଭ

କେନ୍ଦ୍ର ସରକାର ଗୋଟିଏ ଯୋଜନାର ଶେଷ ତାରିଖକୁ ପରିବର୍ତ୍ତନ କରି ଦେଇଛନ୍ତି । ପ୍ରତ୍ୟକ୍ଷ କର ବିଭାଗ ସମଧାନ ଯୋଜନା ଅନ୍ତର୍ଗତ କର ସମ୍ବଧୀୟ ଘୋଷଣା କରିବାର ସମୟ ସୀମା ସରକାର ୩୧ ମାର୍ଚ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଯାହା ଦ୍ଵାରା କର ଦେଉଥିବା ଗ୍ରାହକମାନେ ମାର୍ଚ୍ଚ ମାସରେ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ