ହାଇକୋର୍ଟ ଙ୍କ ନିଷ୍ପତି, ସ୍ତ୍ରୀ ଆଉ କରିବେନି ଘର କାମ

ଆମ ସମାଜରେ ସବୁବେଳେ ପୁରୁଷମାନଙ୍କୁ ସବୁ କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ଓ ଅନ୍ୟ ପଟେ ନାରୀମାନଙ୍କୁ କେବଳ ଘରୋଇ କାମରେ ବ୍ୟବହାର କରାଯାଏ । ସାଧାରଣତଃ ଆମ ସମାଜରେ ବିବାହିତ ଦମ୍ପତ୍ତିମାନଙ୍କ ମଧ୍ୟରେ ଯେଉଁ ମହିଳାମାନେ ବାହାରେ କାମ କରନ୍ତି ନାହିଁ ସେମାନେ ମୁଖ୍ୟତଃ ଘରେ କାମ କରନ୍ତି ଓ ପୁରୁଷମାନେ କାମ କରି ଯେଉଁ ଟଙ୍କା ଆୟ କରନ୍ତି ସେଥିରେ ହିଁ ପୁରା ପରିବାର ଚଳେ । ମହିଳାମାନେ ଘରର ସମସ୍ତ କାମ, ପିଲାମାନଙ୍କର ଓ ଶାଶୁ ଶଶୁରଙ୍କ ଦେଖା ଶୁଣା କରିବା ସହିତ ରୋଷେଇ କାମ ମଧ୍ୟ କରିଥାନ୍ତି ।

ଏହା ହିଁ ଆମର ସମାଜର ନିୟମ ଅଟେ କି ପୁରୁଷ ବାହାରେ କାମ କରିବ ଓ ମହିଳା ଘରେ କାମ କରିବେ । କିନ୍ତୁ ବର୍ତ୍ତମାନ ସମୟରେ ନାରୀମାନଙ୍କ ଶିକ୍ଷା ପ୍ରତି ଅଧିକ ଗୁରୁତ୍ଵ ଦିଆଯାଉଛି । ଝିଅମାନେ ପାଠ ପଢି ପୁଅମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢୁଛନ୍ତି ।

ଏହା ସହିତ କେତେକ କ୍ଷେତ୍ରରେ ନାରୀମାନେ ପୁରୁଷମାନଙ୍କ ଠାରୁ ବହୁତ ଆଗରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏମିତି କୋଟି କୋଟି ଝିଅ ଅଛନ୍ତି ଯେଉଁମାନେ ଘର କାମରେ ହିଁ ନିଜର ଜୀବନ ଅତିବାହିତ କରି ଦିଅନ୍ତି । ଏହି ସମ୍ବନ୍ଧରେ ଆଜି ଆମେ ଆପଣଙ୍କୁ ଏକ ସ୍ଵାମୀ ସ୍ତ୍ରୀର ବିଚିତ୍ର କାହାଣୀ ବିଷୟରେ କହିବୁ । କହିବାକୁ ଗଲେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ ରାୟ ଦେଇଛନ୍ତି ଓ ଏହି ରାୟ ଏକ କେସର ଶୁଣାଣୀ ସମୟରେ ଦିଆଯାଇଛି ।

ଏହି କେସରେ ଆରଓପି ସ୍ଵାମୀ ନିଜର ସ୍ତ୍ରୀକୁ  ଜୀବନରୁମା-ରିଦେଇଥିଲା ଓ ଯେତେବେଳେ ସ୍ଵାମୀକୁ ଏମିତି କରିବାର କାରଣ ବିଷୟରେ ପ୍ରଶ୍ନ କରାଗଲା ତେବେ ଆରଓପି ସ୍ଵାମୀର ବୟାନ ଶୁଣି କୋର୍ଟ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ସ୍ଵାମୀ କହିଲା କି ଦିନେ ସକାଳ ସମୟରେ ସେ ଚା ତିଆରି କରିବା ପାଇଁ ତାର ସ୍ତ୍ରୀକୁ କହିଥିଲା କିନ୍ତୁ ସ୍ତ୍ରୀ ସିଧା ସିଧା ମନା କରିଦେଲା ଓ କହିଲା କି ମୋର ଶରୀର ଅସୁସ୍ଥ ଲାଗୁଛି ସେଥିପାଇଁ ମୁଁ ଚା କରି ପାରିବି ନାହିଁ, ତୁମେ ନିଜେ ତିଆରି କରି ଚା ପିଇ ନିଅ ।

ଏହି କଥାରେ ପୁରୁଷ ଜଣକ ରାଗି ଯାଇ ଏକ ହାତୁଡି ଦ୍ଵାରା ନିଜର ସ୍ତ୍ରୀକୁ ପିଟିଟି ପିଟିମା-ରିଦେଲା । ଏହା ପରେ ପ୍ରମାଣ ନଷ୍ଟ କରିବା ପାଇଁ ସ୍ତ୍ରୀର ଶରୀର କୁ ଲୁଚାଇ ଦେଇ ଥିଲା ଓ ତଳେ ପଡିଥିବା ସବୁ ରକ୍ତକୁ ସଫା କରି ଦେଇଥିଲା । କିନ୍ତୁ ଏହି ସବୁ ମଧ୍ୟରେ ସବୁଠୁ ଦୁଃଖ ଓ ଭୟଙ୍କର କଥା ଏହା ଅଟେ କି ସ୍ଵାମୀ ଜଣକ ନିଜର ୬ ବର୍ଷର ଝିଅ ସାମ୍ନାରେ ହିଁ ଏହି ସମସ୍ତ କାମ କରିଥିଲା । ଏମିତିରେ ୬ ବର୍ଷର ଝିଅ ହିଁ କୋର୍ଟ ଆଗରେ ସବୁ ସତ କହି ଦେଇଥିଲା । ଏହା ପରେ କୋର୍ଟ ଆରଓପି ସ୍ଵାମୀକୁ ଦଣ୍ଡିତ କରିଛନ୍ତି ।

କିନ୍ତୁ କୋର୍ଟ ଏହି ସମୟରେ ଯେଉଁ ସବୁ କଥା କହିଛନ୍ତି ତାହା ସମସ୍ତଙ୍କୁ ଚିନ୍ତା କରିବା ଉଚିତ । କୋର୍ଟ କହିଛନ୍ତି କି ନାରୀ କିମ୍ବା ଝିଅମାନେ କୌଣସି ଗୃହପାଳିତ ପଶୁ କିମ୍ବା ବସ୍ତୁ ନୁହନ୍ତି । ଏହା ସହିତ ସେମାନେ ବିବାହ କରିବା ପରେ ବୈବାହିକ କାର୍ଯ୍ୟ ପାଇଁ ଉଦିଷ୍ଟ ନୁହନ୍ତି । ବୈବାହିକ ଜୀବନରେ ଉଭୟ ପୁରୁଷ ଓ ମହିଳା ମଧ୍ୟରେ ସମାନତା ରହିବା ଉଚିତ । ଦୁଇ ଜଣଙ୍କର ସବୁ କ୍ଷେତ୍ରରେ ସମାନ ଅଧିକାର ଅଛି । ଘର କାମ କିମ୍ବା ବାହାର କାମ, ବିଶ୍ରାମ ଓ ଆୟ କରିବା ମାମଲାରେ ସବୁ କ୍ଷେତ୍ରରେ ଉଭୟ ପରସ୍ପରକୁ ସହଯୋଗ କରିବା ଉଚିତ ।

କେବଳ ସ୍ତ୍ରୀ ହିଁ ଘରର ସବୁ କାମ କରିବେ ଏହା କୌଣସି ବାଧ୍ୟତାମୂଳକ କାର୍ଯ୍ୟ ନୁହେଁ । ଏହା ସହିତ କହିଲେ କି ସ୍ତ୍ରୀ କେବଳ ଘର କାମ କରିବେ ଓ ସ୍ଵାମୀ ସେଥିରେ ସାହାର୍ଯ୍ୟ କରିବେ ନାହିଁ ଏହିଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତି ପୂରାପୂରି ଭୁଲ ଅଟନ୍ତି ଓ ଏମାନେ ଆଇନ ଆଗରେ ଦୋଷଈ ମଧ୍ୟ ଅଟନ୍ତି ଓ ଏମାନେ ଦନଡିତ ବି ହେବେ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ