ବଡ଼ ଝଟକା, ୧୪୯ ଟଙ୍କା ଯାଏ ବଢିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ର ଦରଦାମ, ଏବେ ଏଇ ଦରରେ ମିଳିବ ବିନା ସବସିଡ ବାଲା LPG

ଘରୋଇ ଗ୍ୟାସ ସିଲିଣ୍ଡର୍(LPG )ଦାମ ବୃଦ୍ଧି ପାଇଛି । ଇଣ୍ଡିଆନ ଅଏଲ  ଅନୁଯାୟୀ ଆଜିଠୁ ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୪ କିଲୋ ର ଗ୍ୟାସ ସିଲିଣ୍ଡର ଏବେ ଟ୧୪୪.୫୦ ପଇସା ବଢ଼ି, ଟ୮୫୮.୫୦ ପଇସାରେ ମିଳିବ । କଲିକତା ରେ ମଧ୍ୟ ୧୪୯ ଟଙ୍କା ବଢି ୮୯୬ ଟଙ୍କାରେ, ମୁମ୍ବାଇରେ ୧୪୫ଟଙ୍କା ବଢି ଟ.୮୨୯.୫୦ ପଇସା ଓ ଚେନ୍ନାଇ ରେ ୧୪୭ ଟଙ୍କା ବଢ଼ିବା ସହ ୮୮୧ ଟଙ୍କା ରେ ମିଳିବ ଓଡିଶାରେ ଟ୧୪୮.୫୦ପଇସା ବଢି ଟ.୮୯୫ରେ ମିଳିବ ।

ସବସିଡ ର ଇଣ୍ଡିଆନ ସିଲିଣ୍ଡର( 14.2kg)ପୂର୍ବ ୩ ମାସର ଦର-

ସହର ଦର ଫେବୃଆରୀ ଜାନୁଆରୀ ଡ଼ିସେମ୍ବର
ଦିଲ୍ଲୀ ୮୫୮.୫ ୭୧୪ ୬୯୫
କଲିକତା ୮୯୬ ୭୪୭ ୭୨୫.୫
ମୁମ୍ବାଇ ୮୨୯.୫ ୬୮୪.୫ ୬୬୫
ଚେନ୍ନାଇ ୮୮୧ ୭୩୪ ୬୯୬
ଓଡିଶା ୮୯୫ ୭୪୬.୫୦ ୭୨୫.୫୦

ଆମ ବଜେଟ ପୂର୍ବରୁ କମାର୍ସିୟାଲ ଗ୍ୟାସ ସିଲିଣ୍ଡର ଉପରେ ୨୨୪.୯୮ ପଇସା ବୃଦ୍ଧି କରାଯାଇଥିଲା । ବ୍ୟବସାୟୀ ମାନଙ୍କୁ ଏହି ସିଲିଣ୍ଡର ପାଇଁ ୧୫୫୦.୦୨ ପଇସା ଦେବାକୁ ପଡ଼ୁଛି । ମାସିକ ଦର ରିଭିଯନ ରେ ଘରୋଇ ରୋଷେଇ ଗ୍ୟାସ  ସିଲିଣ୍ଡର( ୧୪.୨ କିଲୋ ) ବଜାର ରେ କିଛି ପରିବର୍ତ୍ତନ ହୋଇନଥିଲା । ମାନେ ଉପଭୋକ୍ତା ମାନଙ୍କୁ ୭୪୯ ଟଙ୍କା ରେ ମିଳୁଥିଲା ।

ପୂର୍ବ ୩ ମାସର ଗ୍ୟାସ ସିଲିଣ୍ଡର ର ଦାମ-

ସିଲିଣ୍ଡର୍ ର ଓଜନ    ଜାନୁଆରୀ  ୨୦୨୦  ଡ଼ିସେମ୍ବର  ନଭେମ୍ବର

୧୪.୨ କିଲୋ          ୭୪୯ ଟଙ୍କା  ୭୩୦ଟଙ୍କା   ୭୧୬.୫୦ପଇସା

୧୯ କିଲୋ            ୧୩୨୫ଟଙ୍କା  ୧୩୯୫ଟଙ୍କା  ୭୧୬.୫୦ପଇସା

୫ କିଲୋ               ୨୭୬ଟଙ୍କା  ୨୬୯ଟଙ୍କା     ୨୬୪.୫୦ପଇସା

ବର୍ତ୍ତମାନ ସମୟରେ ସରକାର ଏକ ବର୍ଷରେ ପ୍ରତ୍ୟେକ ଘର ପାଇଁ ୧୪.୨ କିଲୋଗ୍ରାମ ର ୧୨ ଟି ସିଲିଣ୍ଡର୍ ରେ ସବସିଡ୍ ଦେଉଛନ୍ତି । ଯଦି ଏହାଠୁ ଅଧିକ ସିଲିଣ୍ଡର ଦରକାର ହୁଏ ତ ବଜାର ଦରରେ କିଣିବାକୁ ପଡ଼ିଥାଏ । ସରକାର ସବୁ ବର୍ଷ ୧୨ ଟି ସିଲିଣ୍ଡର ରେ ସବସିଡ ଦିଅନ୍ତି ହେଲେ ମାସକୁ ମାସ ତାର ଦରରେ ପରିବର୍ତ୍ତନ ହୋଇଥାଏ ।