କଣ ସଂକେତ ଦେଇଥାଏ ବାରମ୍ବାର ମୁଣ୍ଡ ବୁଲେଇବା, ଜାଣନ୍ତୁ ଏହାର ଚିକିତ୍ସା ବିଷୟରେ

ମୁଣ୍ଡ ବୁଲେଇବା ଏକ ସାମାନ୍ୟ ସ୍ଥିତି ଅଟେ । ଥକି ଯାଇଥିଲେ ମଧ୍ୟ ମୁଣ୍ଡ ବୁଲେଇ ଥାଏ, କିନ୍ତୁ ଯଦି ଏହା ବାରମ୍ବାର ବିନା କାରଣରେ ହେଉଥାଏ ତ ବଡ଼ ବେମାର ର ସଂକେତ ହୋଇପାରେ । www.myUpachar.com ରେ ଥିବା ଏମ୍ସର ଡ଼ାଃ କେଏମ‌ ନାଧୀରଙ୍କ ଅନୁସାରେ ମୁଣ୍ଡ ବୁଲେଇବା ପାଇଁ ଜୀବନ ରେ ବହୁତ ଖରାପ ପ୍ରଭାବ ପଡିପାରେ । ଏହାର କାରଣ କିଛି ଥର ଅସ୍ପଷ୍ଟ ହୋଇଥାଏ ।

ମୁଣ୍ଡ ବୁଲେଇବା ପରେ ଯଦି ବ୍ୟକ୍ତି ବେହୋସ୍ ହୋଇ ଯାଏ ତ ତୁରନ୍ତ ଡାକ୍ତର ପାଖକୁ ନେଇଯିବା ଉଚିତ୍ ।

ବାରମ୍ବାର ଏମିତି ହେବା ପଛରେ ମାଇଗ୍ରେନ୍ ହେଇପାରେ । ଏହା ବ୍ୟତୀତ ଲୋକ ବହୁତ ଚିନ୍ତା ଓ ଚାପ ପଡିବା କାରଣରୁ ଏହାର ଶିକାର ହୁଅନ୍ତି । ସାମାନ୍ୟ ଅବସ୍ଥା ରେ ବ୍ଲଡ ସୁଗର୍ ଓ ବ୍ଲଡ ପ୍ରେସର୍ କମ୍ ହେଲେ ଚକ୍କର୍ ଆସିଥାଏ । ବ୍ଲଡ ପ୍ରେସର୍ ଯଦି ବଢିବା ଓ କମିବା ହେଇଥାଏ ତ ଶରୀର ରେ ଧ୍ୟାନ ଦେବା ଆବଶ୍ୟକ । ଗରମ ପାଗରେ ବେଶୀ ଥକାପଣ ବା ପାଣି କମ୍ ପିଇବା ରୁ ମୁଣ୍ଡ ବୁଲେଇ ଥାଏ । ଏହା ସିଧା କାନ ସହ ସମ୍ବନ୍ଧିତ । କାନର ଅସୁବିଧାର ପ୍ରଭାବ ଚକ୍କର୍ ରୂପରେ ସାମ୍ନା କୁ ଆସିଥାଏ ।

ଏହାର ନିବାରଣ ପାଇଁ ଘରେଇ ଉପାୟ –

ସୁସ୍ଥ ଜୀବନ ଶୈଳୀ ଅପଣାନ୍ତୁ । କୌଣସି ନିଶା ଦ୍ରବ୍ୟ ଖାଆନ୍ତୁ ନାହିଁ । ବ୍ଲଡ ପ୍ରେସର୍ ସାମାନ୍ୟ ରଖିବାକୁ ଚେଷ୍ଟା କରନ୍ତୁ । ଚିନ୍ତା ମୁକ୍ତ ରୁହନ୍ତୁ । ଅଧିକ ପାଣି ପିଅନ୍ତୁ । ଶୋଇ ଉଠିବା ପରେ ଏକାଥରେ ଠିଆ ହୁଅନ୍ତୁ ନି, ସାହାରା ନେଇ ଉଠନ୍ତୁ । ଅଧିକ ରଶ୍ମି ଥିବା ଉପକରଣ ରୁ ଦୂରେଇ ରୁହନ୍ତୁ । କାନ ରେ ଯନ୍ତ୍ରଣା ହେଲେ ଚିକିତ୍ସା କରନ୍ତୁ । ଯଦି ସର୍ଦ୍ଦି କି ସାଇନସ୍ ସଂକ୍ରମଣ ହେଇଥାଏ ତ ଉପଚାର କରନ୍ତୁ ।

ମୁଣ୍ଡ ବୁଲେଇଲେ କଣ କରିବେ –

ମୁଣ୍ଡ ବୁଲେଇଲେ ଜଲଦି ସେଇ ସ୍ଥାନ ରେ ବସି ପଡିବେ । ଯଦି ଉଚ୍ଚ ଜାଗାରେ ଥିବେ ତ ସାବଧାନ ରହିବେ । ଯଦି ବାରମ୍ବାର ହୁଏ ତ ଆଖି ବୁଜି ସୋଇପଡ଼ନ୍ତୁ । ପାଣି ପିଅନ୍ତୁ । ବ୍ଲଡ ପ୍ରେସର୍ କମ୍ ଲାଗିଲେ କିଛି ମିଠା ଖାଆନ୍ତୁ । ହର୍ବାଲ ଟି ବା କିଛି ଫଳ କି ଫଳ ରସ ପିଅନ୍ତୁ । ସବୁବେଳେ ଏମିତି ହେଲେ କିଛି ରୋଗ ର ଲକ୍ଷଣ ହେଇପାରେ । ଏହା ଚିନ୍ତା ର ଲକ୍ଷଣ ହେଇପାରେ । ଏଥିରେ ଅନୁଭବ କରିବେ ଯେ ପୁରା ନିଃଶ୍ୱାସ ନେଇ ପାରୁନାହାନ୍ତି ଓ ମୁଣ୍ଡ ବୁଲଉଛି । ଏଥିରୁ ବଞ୍ଚିବା ପାଇ ଜୋରସେ ନିଃଶ୍ୱାସ ନିଅନ୍ତୁ ।