ପିଲାଏ କହିଲେଣି ବଡ ହେଲେ ଆମେ ଖାଲି ଫୋନ ଖେଞ୍ଚିବା, ଦେଖନ୍ତୁ ସ୍କୁଲ ବନ୍ଦ ରହିବାକୁ ନେଇ ଛୋଟ ପିଲାଙ୍କର ଏହି Viral video

କରୋନା ପାଇଁ ଦୀର୍ଘ ଦେଢ ବର୍ଷ ହେଲା ବନ୍ଦ ରହିଲାଣି ସ୍କୁଲ । ଘରେ ବସି ରହି ଅସ୍ତବ୍ୟସ୍ତ ହୋଇଗଲେଣି କୁନି ପିଲା ମାନେ । ସ୍କୁଲ ବନ୍ଦ ରହିବା ଯୋଗୁଁ କେବଳ ଘରେ ବସି ରହି ଟିଭି ଦେଖୁଛନ୍ତି ନଚେତ ଫୋନ ଖେଳୁଛନ୍ତି । ଦୀର୍ଘ ୨୦ ମାସ ଧରି ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନେ ଘରେ ବସିଛନ୍ତି । ଅନଲାଇନ ମାଧ୍ୟମରେ ଯେତିକି ପାଠ ପଢୁଛନ୍ତି ସେତିକି । ମୋବାଇଲ ଥାଇ ଏବଂ ଟାୱାର ଏବଂ ନେଟୱର୍କ ନଥିବାରୁ ପିଲାମାନେ ପିଲାମନେ ହଇରାଣ ହେଉଛନ୍ତି । ଆଉ ଯାହାର ମୋବାଇଲ ନାହିଁ ତ କଥା ସରିଲା ।

ବିଶେଷ କରି ଗ୍ରାମାଞ୍ଚଳର ପିଲାମାନେ ଅଧିକ ଅସୁବିଧାରେ ପଡ଼ୁଛନ୍ତି । ମହାମାରୀ କରୋନା ପାଇଁ ପ୍ରାଥମିକ ସ୍କୁଲ ସବୁ ଏବେ ଯାଏଁ ବି ବନ୍ଦ ଅଛି । କେତେ ବା ଆଉ ଘରେ ବସି ଟିଭି ଦେଖିବେ ଆଉ ମୋବାଇଲ ଖେଳିବେ ! ସ୍କୁଲ ଯିବାକୁ ପଡିବନି ବୋଲି ଆରମ୍ଭରୁ ଖୁସି ହେଉଥିବା ପିଲାମାନଙ୍କୁ ବି ଏବେ ଆଉ ଘରେ ରହିବାକୁ ଭଲ ଲାଗୁନି । ପିଲାମାନେ ଯେଉଁ ସମୟରେ ନୂଆ ସାଙ୍ଗସାଥି ବନାଇବା ସମୟ ସେହି ସମୟରେ ଏକୁଟିଆ ଘରେ ବସି ରହୁଛନ୍ତି ।

ଏତେ ଦିନ ଧରି ଖାଲି ଘରଲୋକଙ୍କ ସହ ରହି ତାଙ୍କ ମୁହଁ ଦେଖି ତାଙ୍କ ଧୈର୍ଯ୍ୟ ମଧ୍ୟ ଜବାବ ଦେଲାଣି । ଅଧିକ ସମୟ ଘରେ ରହିବା କାରଣରୁ ସେମାନଙ୍କ ସ୍ଵଭାବରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଗ ଠାରୁ ଏବେ ପିଲାମାନେ ଅଧିକ ଚିଡଚିଡା ହେବା ସହ ଜିଦି ମଧ୍ୟ କରୁଛନ୍ତି । ଯାହାଫଳରେ ପିତାମାତା ମାନଙ୍କ ପାଇଁ ମଧ୍ୟ ଏହା ସବୁଠାରୁ ବଡ ସମସ୍ଯା ହେଲାଣି । ଏହି ବୟସରେ ପିଲାମାନେ ଶାରୀରିକ ଓ ମାନସିକ ଭାବେ ବୃଦ୍ଧି ପାଆନ୍ତି ।

କିନ୍ତୁ କେବଳ ଘରେ ବସି ରହିବା ଓ ଫୋନ ଖେଳିବା ଦ୍ଵାରା ସେମାନଙ୍କ ଉଭୟ ଶା-ରୀ-ରି-କ ଓ ମା-ନ-ସି-କ ବିକାଶ ବୃଦ୍ଧି ପାଉଛି । ତେବେ ଏହାକୁ ନେଇ ଡ଼ିହିଡି ବ୍ଲକର ଏକ ସରକାରୀ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ପିଲାମାନେ ଏକ ଭି-ଡି-ଓ କରିଛନ୍ତି, ଯାହା ଦେଖିଲେ ଆପଣଙ୍କ ମନୋରଞ୍ଜନ ହେବା ସହ ପିଲାଙ୍କ ସମସ୍ଯା ମଧ୍ୟ ଆପଣ ବୁଝିପାରିବେ । ଏହି ଭି-ଡି-ଓ-ରେ ଦୁଇଜଣ ଛୋଟପିଲା କରୋନା ମହାମାରୀରେ ସ୍କୁଲ ବନ୍ଦ ରଖିବାକୁ ନେଇ କଥା ହେବା ସହ ଜଣେ ପିଲା ଆଉ ଜଣଙ୍କୁ ପଚାରୁଛି ‘ଆମେ ବଡ ହେଲେ କଣ କରିବା ?

ଆଉ ପିଲାଟି ଉତ୍ତର ଦେଉଛି ଆମେ ବଡ ହେଲେ ଖାଲି ଫୋନ ଖେଞ୍ଚିବା । ଏହି ଭି-ଡି-ଓ-ଟି ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ୍ ଭା-ଇ-ରା-ଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।