ପରିସ୍ଥିତି ଓ ସମସ୍ଯା ବେଳେବେଳେ ଭଲ ମଣିଷଙ୍କୁ ମଧ୍ୟ ଭିକାରି ସାଜିବାକୁ ମଜବୁର କରି ଦିଏ । ଅନେକ ଉଚ୍ଚ ଶିକ୍ଷିତ ଲୋକ ସଠିକ ସମୟରେ ଇଚ୍ଛା କରିଥିବା ରୋଜଗାର ନ ପାଇ ବା ଅଧିକ ପାଠ ପଢିବା ହେତୁ ମାନସିକ ସନ୍ତୁଳନ ହରାଇ ବସନ୍ତି ।
ଆମେ ସମସ୍ତେ କେବେ ନା କେବେ ଏହିପରି ଲୋକଙ୍କୁ ଦେଖିବାକୁ ପାଇଥାଉ । ମାନସିକ ସନ୍ତୁଳନ ହରାଇ ବସିଥିବା ସମସ୍ତ ବ୍ୟକ୍ତି ବା ଭିକ୍ଷା ମାଗୁଥିବା ସମସ୍ତ ବ୍ୟକ୍ତି ଅଶିକ୍ଷିତ ନୁହନ୍ତି, ଏହା ଆପଣ ନିଶ୍ଚୟ ଜାଣିଥିବେ । ତେବେ ଏହିପରି ଲୋକଙ୍କ ଉଭୟ ମାନସିକ ଏବଂ ଶାରୀରିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ । କିନ୍ତୁ ଭୟ ବା ଘୃଣାରେ ଏପରି ମାନସିକ ରୋଗରେ ଶିକାର ହେଉଥିବା ଲୋକଙ୍କୁ ନିଜ ଘରଲୋକ ମଧ୍ୟ ଚିକିତ୍ସା ନ କରି ବାହାରେ ଛାଡି ଦିଅନ୍ତି । ଆମ ସମାଜକୁ ଆଜି ବି ମାନସିକ ରୋଗ ବିଷୟରେ ଶିକ୍ଷା ପାଇବା ଖୁବ ଆବଶ୍ୟକ ରହିଛି ।
ତେବେ ଆଜି ଆମେ ଆପଣଙ୍କୁ ଏହିପରି ମାନସିକ ରୋଗରେ ପୀଡିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ତାଙ୍କ ନାମ ହେଉଛି ଶ୍ରୀଜିତ ପାଢୀ । ସେ ଦିନେ ବଡ ଦାଣ୍ଡରେ ଭିକାରି ହୋଇ ବୁଲୁଥିଲେ । କିନ୍ତୁ ଏବେ ଜଣେ ଶିକ୍ଷକ ହୋଇ ପିଲାଙ୍କୁ ପାଠ ପଢାଉଛନ୍ତି । ଶ୍ରୀଜିତ ଏବେ କନାସ ନୀଳାଚଳ ସେବାଶ୍ରମରେ ପାଠ ପଢାଉଛନ୍ତି । ସେ ପିଲାଙ୍କଉ ଇଂରାଜୀ ପଢାଇବା ସହ ସବୁଦିନ ନ୍ଯୁଜ ପେପର ମଧ୍ୟ ପଢି ଶୁଣାଉଛନ୍ତି ।
ତାଙ୍କୁ ଭିକାରି ହୋଇ ବଡଦାଣ୍ଡରେ ବୁଲୁଥିବା ଦେଖି ତାଙ୍କର କିଛି ବନ୍ଧୁମାନେ ତାଙ୍କୁ ନେଇ ଚିକିତ୍ସା କରାଇଥିଲେ । ଏବେ ସେ ସୁସ୍ଥ ହେବା ଶ୍ରୀଜିତଙ୍କୁ ଆଉ ଠାରେ ଭେଟିଛନ୍ତି ତାଙ୍କର ଏହି ସହୃଦୟ ବନ୍ଧୁମାନେ । ପ୍ରାୟ ଦୁଇ ବର୍ଷ ବର୍ଷ ତଳେ ବଡଦାଣ୍ଡରେ ଭିକାରି ସାଜିଥିବା ଶ୍ରୀଜୀତଙ୍କ ଏପରି ପରିବର୍ତ୍ତନ ଦେଖିଲେ ଆପଣଙ୍କୁ ମଧ୍ୟ ଖୁବ ଆନନ୍ଦ ଲାଗିବ । ଏହି ବନ୍ଧୁମାନେ ପ୍ରାୟ ଦୁଇ ବର୍ଷ ତଳେ ଶ୍ରୀଜିତଙ୍କୁ ପୁରୀ ବଡଦାଣ୍ଡରୁ ଉଦ୍ଧାର କରି ନେଇ କଟକରେ ତାଙ୍କର ଚିକିତ୍ସା କରାଇଥିଲେ ।
ଆଉ ତା ପରେ ତାଙ୍କୁ ନୀଳାଚଳ ସେବାଶ୍ରମରେ ନେଇ ଛାଡିଥିଲେ । କଟକ SCB ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ ଶ୍ରୀଜିତ । ଏବେ ଶ୍ରୀଜିତ ଖୁବ ଖୁସିରେ ଏହି ସେବାଶ୍ରମରେ ଅଛନ୍ତି । ସେମାନଙ୍କ ନିଜ ବନ୍ଧୁଙ୍କୁ ଏକ ନୂଆ ଜୀବନ ପ୍ରଦାନ କରିବାର ଉଦ୍ଦେଶ୍ୟ ଓ ପ୍ରଚେଷ୍ଟା ସଫଳ ହୋଇଛି । ଶ୍ରୀଜିତ ଆଜି ତାଙ୍କ ବନ୍ଧୁ ମାନଙ୍କୁ ଚିହ୍ନି ପାରୁଛନ୍ତି ଓ ସମସ୍ତଙ୍କ ସହ କଥା ମଧ୍ୟ ହୋଇ ପାରୁଛନ୍ତି ।
ସେବାଶ୍ରମରେ ଶ୍ରୀଜିତଙ୍କୁ ନିୟମିତ ଭାବେ ଔଷଧ ଦିଆ ଯାଉଛି ଓ ତାଙ୍କୁ ସଂପୂର୍ଣ୍ଣ ତଦାରଖରେ ରଖାଯାଇଛି । ସେ ଅନେକ ମାତ୍ରାରେ ସୁସ୍ଥ ହୋଇଛନ୍ତି ବୋଲି ଶ୍ରୀଜିତଙ୍କୁ ତଦାରଖ କରୁଥିବା ଡାକ୍ତର ମଧ୍ୟ କହିଛନ୍ତି । ଭଗବାନ କରନ୍ତୁ ଏମିତି ବନ୍ଧୁ ସମସ୍ତଙ୍କୁ ମିଳୁ । ଆପଣଙ୍କୁ ଶ୍ରୀଜିତ ପାଢୀଙ୍କ ଏହି ରୂପାନ୍ତରଣ ଦେଖି କିପରି ଅନୁଭବ ହେଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।