ଜାଣନ୍ତୁ ଆପଣଙ୍କ ଘରେ ଥିବା ଏମିତି କିଛି ଜିନିଷ ଯାହା ଆପଣଙ୍କ ପାଇଁ ଘଟାଇଥାଏ ଅନେକ କ୍ଷତି।

ଘରେ ଥିବା ଏହି ସବୁ ଜିନିଷ ଆପଣଙ୍କୁ କାଙ୍ଗାଳ କରିପାରେ!

ଆମ ଜୀବନରେ ଏମିତି ବହୁତ ଜିନିଷ ଅଛି ଯାହାଦ୍ବାରା ଆମର କ୍ଷତି ଘଟେ। ଏହା ସହିତ ମାନସିକ ଅବସ୍ଥା ମଧ୍ୟ ଠିକ୍ ରହେ ନାହିଁ। ଅନ୍ୟ କିଛି ଜିନିଷ ଅଛି ଯାହାଦ୍ବାରା କିଛି ଲୋକ କୋଟିପତି ରୁ ରାସ୍ତା କଡର ଭିକାରୀ ମଧ୍ୟ ପାଲଟି ଯାନ୍ତି। ଆସନ୍ତୁ ଜାଣିବା ଏ ଜିନିଷ ଗୁଡିକ କଣ ଓ ଏହାଦ୍ବାରା ଆମର କଣ କଣ କ୍ଷତି ଘଟୁଛି।

କପୋତ ବସା-

ବାସ୍ତୁଶାସ୍ତ୍ର ଅନୁସାରେ କପୋତର ବସା ଘରେ ରହିଲେ ଅଶୁଭ। ଘରେ ଏହି ବସା ରହିବା ଦ୍ବାରା ନକାରାତ୍ମକ ଚିନ୍ତାଧାରା ଆସିଥାଏ। ମାନସିକ ଅଶାନ୍ତି ବଢ଼ିଥାଏ। ଯାହା ଦ୍ୱାରା କି ଆପଣଙ୍କ ଘରେ ଅଶାନ୍ତି ର ଲହରୀ ସୃଷ୍ଟି ହୁଏ , ତେଣୁ ତୁରନ୍ତ ଏହି ବସା କୁ ଘରୁ ଫିଙ୍ଗି ଦେବା ଉଚିତ୍।

 

 

ମହୁମାଛି ବସା-

ବାସ୍ତୁ ଶାସ୍ତ୍ର ଅନୁସାରେ ମହୁମାଛି ବସା ଘରେ ଥିଲେ ଏହା ଅଶୁଭ ଘଟିବାର ସଙ୍କେତ। ସେଥିପାଇଁ ତୁରନ୍ତ ଏହାକୁ କୌଣସି ପ୍ରକାରେ ଘରୁ କାଢ଼ି ଦିଅନ୍ତୁ। ଆପଣଙ୍କ ଘରେ ଘଟିବାକୁ ଯାଉଥିବା କିଛି ମଙ୍ଗଳ କାର୍ଯ୍ୟକୁ ଅମଙ୍ଗଳ କରିବାରେ ଏହାର ଭୂମିକା ରହିଥାଏ।

 

ଭଙ୍ଗା କାଚ-

ଆପଣଙ୍କ ଘରେ କାଚର କିଛି ଭଙ୍ଗା ଜିନିଷ ଯଦି ଅଛି ତେବେ ଆପଣ ଏହାକୁ ଯଥା ଶୀଘ୍ର ଆପଣଙ୍କ ଘରୁ ବାହାର କରି ଦିଅନ୍ତୁ। ତାହା ଆପଣଙ୍କର କେତେ ବି ପସନ୍ଦ ହେଇ ଥାଉନା କାହିଁକି। କାରଣ କାରଣ କାଚର ଭଙ୍ଗା ଟୁକୁଡା ରହିବା ଦ୍ବାରା ନକାରାତ୍ମକ ଭାବନା ଆସିବା ସହିତ ଆର୍ଥିକ ପରିସ୍ଥିତି ମଧ୍ୟ ଦିନକୁ ଦିନ କମ୍ ହେବାକୁ ଲଗିବ। ଏହା ଫଳରେ ଗୃହରେ ଅଶାନ୍ତି ମଧ୍ୟ ବଢିବ।

 

ବାଦୁଡି-

ଯଦି ଆପଣଙ୍କ ଘରକୁ ବାରମ୍ବାର ବାଦୁଡି ଆସୁଥାନ୍ତି ତେବେ ତାହାକୁ ଅଶୁଭ ମନାଯାଇଥାଏ। କାରଣ ବାଦୁଡିର ବାରମ୍ବାର ଆସିବା ଫଳରେ ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ କଳହ ସୃଷ୍ଟି ହୁଏ। ଯାହା ଫଳରେ ଗୃହରେ ଅଶାନ୍ତିର ଲହରୀ ଖେଳିଯାଏ। ତେଣୁ ବାଦୁଡି ଗୃହକୁ ପ୍ରବେଶ କରୁଥିବା ବେଳେ ତାକୁ ରୋକିବାକୁ ପଡ଼ିବ।