ଦୂରେଇ ରଖନ୍ତୁ ନିଜକୁ ଏହି ତିନୋଟି ଜିନିଷ ଠାରୁ। ନହେଲେ ଜୀବନରେ ହେବନାହିଁ ଉନ୍ନତି।

ଦୂରେଇ ରଖନ୍ତୁ ନିଜକୁ ଏହି ତିନୋଟି ଜିନିଷ ଠାରୁ।

ମନୁଷ୍ୟ ଯେତେବେଳେ ଜନ୍ମ ନିଏ ସେତେବେଳେ ସେ ଧନୀ କି ଗରିବ ହୋଇ ଜନ୍ମ୍ ନେଇନଥାଏ। ସେ ତା ନିଜ ଭାଗ୍ୟ ଓ କର୍ମ ବଳରେ ସମାଜରେ ଧନୀ କିମ୍ବା ଗରୀବ ନାମରେ ପରିଚିତ ହୁଏ। ଜାଣନ୍ତୁ ଏହି ମୁଖ୍ୟ ତିନୋଟି କଥା ଯାହା ଫଳରେ ମନୁଷ୍ୟ ଦରିଦ୍ର ପାଲଟି ଯାଇଥାଏ।

୧. ଗର୍ବ ଓ ଅହଂକାର

ଯଦି କୌଣସି ବ୍ୟକ୍ତି ମନରେ ଗର୍ବ କିମ୍ବା ଅହଂ ଭାବ ଚାଲିଆସେ ତେବେ ସେ ସମସ୍ତଙ୍କୁ ସମ୍ମାନ ଦେବା ଭୁଲିଯାଏ। ଏହି କାରଣରୁ ସେ ବହୁତ ଜଲଦି ବର୍ବାଦ ହୋଇଯାଏ।

 

୨. ମଦ୍ୟପାନ

ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ। ଏହା ସହିତ ସମାଜରେ ମଦୁଆ ନାମକ ଏକ ପରିଚୟ ସୃଷ୍ଟି କରିଥାଏ। ଯାହାକି ସମାଜ ପାଇଁ ଖରାପ ଅଟେ। ଏବଂ ଏହା ନିଜର ଚରିତ୍ରକୁ ମଧ୍ୟ ଖରାପ କରିଦେଇଥାଏ। ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକ ନିଜ ଜୀବନରେ କେବେ ଉନ୍ନତି କରିପାରନ୍ତି ନାହିଁ। ସେଥିପାଇଁ ମଦ୍ୟଠାରୁ ଦୂରେଇ ରହିବା ଉଚିତ।

 

୩. କୁସଂଗତ

କୁସଂଗତ ବା ଖରାପ ସାଙ୍ଗ ମାନଙ୍କ ସଙ୍ଗେ ରହିବ ଫଳରେ ବର୍ବାଦ ହେବା ସୁନିଶ୍ଚିତ। ଆପଣମାନେ ଜାଣିଥିବେ ଯଦି ଚୋରଙ୍କ ସହିତ ଜଣେ ସାଧୁ ରହେ ତେବେ ମଧ୍ୟ ସେ ଚୋରରୂପେ ଗଣା ହୁଏ। ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ। ଯେମିତିକି ଭଲ ଫଳ ମଧ୍ୟରେ ଗୋଟିଏ ପଚା ଫଳ ଥାଏ ତେବେ ସେ ସବୁ ଫଳକୁ ପଚାଇ ଦେଇଥାଏ। ସେହି ଭଳି ଗୋଟିଏ ଖରାପ ସାଙ୍ଗ ସବୁ ଭଲ ସାଙ୍ଗ ଙ୍କୁ ଖରାପ କରିଦେଇଥାଏ। ଏବଂ ବର୍ବାଦିର ରାସ୍ତାରେ ନେଇଯାଇଥାଏ।

ସେଥିପାଇଁ ଯେତେବେଳେ ଅନ୍ୟ କହାସଂଗେ ସାଙ୍ଗ ହେବା ପୂର୍ବରୁ ଭଲ ଭାବରେ ତାଙ୍କୁ ପରଖନ୍ତୁ। ଏବଂ ଯିଏ ଆପଣଙ୍କୁ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ପରିଚିତ କରିପାରିବ ଏହାଦ୍ବାରା ଆପଣ ସମାଜରେ ମାନସମ୍ମାନ ପାଇ ପାରିବେ।