ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ପ୍ରାୟ ସବୁ ବୟସର ବ୍ୟକ୍ତିଙ୍କ ଠାରେ ଅଣ୍ଟା ବିନ୍ଧା ସମସ୍ଯା ଦେଖିବାକୁ ମିଳୁଛି । ଆଧୁନିକ ଜୀବନଶୈଳୀ ଏବଂ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହିବା ଯୋଗୁଁ ଏହି ସମସ୍ଯା ଲୋକଙ୍କା ଠାରେ ବଢିବାରେ ଲାଗିଛି ବା ଅଧିକ ମାତ୍ରାରେ ଦେଖାଯାଉଛି । ତେବେ ଅଣ୍ଟା ବିନ୍ଧା କେମିତି ଭଲ ହେବ ? ଆସନ୍ତୁ ଜାଣିବା ଏନେଇ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତିରଞ୍ଜନ ପରିଡା କଣ କହୁଛନ୍ତି ।

ପ୍ରଥମେ ଆମର ଚର୍ମ ଅଛି,ଚର୍ମ ତଳେ ମାଂସପେଶୀ ଅଛି ଏବଂ ଏହାତଳେ ଆମ ମେରୁଦଣ୍ଡ ହାଡଗୁଡିକ ଅଛି । ମେରୁଦଣ୍ଡ ହାଡre ବିଭିନ୍ନ ଡିସ୍କ ରହିଛି ଏବଂ ଏହାର ପାର୍ଶବରୁ ବିଭିନ୍ନ ସ୍ନାୟୁ ଗୁଡିକ ଆମ ଶରୀରର ଭିନ୍ନ ଭିନ୍ନ ଅଙ୍ଗକୁ ଯାଇଛି । ଏହାଦ୍ବାରା ଆମ ସ୍ନାୟୁ ସଞ୍ଚାଳନ ହେଉଛି । ଆମ ମେରୁଦଣ୍ଡ ହାଡ ମଝିରେ ଯେଉଁ ଗ୍ୟାପ ଅଛି ତା’ ଭିତରେ ସୁଷମ୍ନା କାଣ୍ଡ ବା ସ୍ପାଇନାଲ କର୍ଡ ଯାଇଛି । ଏଥିମଧ୍ୟରୁ ଯେକୌଣସି ଜିନିଷରେ ଅସୁବିଧା ହେଲେ ଅଣ୍ଟା ବ୍ୟଥା ହୋଇଥାଏ ।
ଯଦି ଆପଣଙ୍କ ଅଣ୍ଟା ରାତିରେ ଶୋଇକି ଉଠିବା ପରେ ଓ କଡ ଲେଉଟାଇବା ବେଳେ ବେଶୀ ବ୍ୟଥା ହେଉଛି ଏବଂ ସକାଳେ ଉଠିକି କାମଦାମ କରିବା ପରେ ଭଲ ହୋଇଯାଉଛି, ତେବେ ଏହା ଇନଫ୍ଲେମେଟୋରୀ ଆଥ୍ରାଇଟିସର ଲକ୍ଷଣ ହୋଇପାରେ । ଏମିତି ହେଉଥିଲେ ଶୀଘ୍ର ଜେନ ରୁମାଟୋଲୋଜିଷ୍ଟ ଡାକ୍ତରଙ୍କୁ ଏହା ଦେଖାନ୍ତୁ ।

ଯେତେ ଶୀଘ୍ର ଏହାର ଡାଇଗ୍ନୋସିସ ଆରମ୍ଭ କରିବେ ସେତେ ଅଧିକ ସୁଫଳ ମିଳିବ । କାରଣ ବେଶୀ ଡେରି ହେଲେ ହାଡ ଗୁଡିକ ଫ୍ୟୁଜ ହୋଇଯାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ଭଲ ହୋଇପାରେନି । ଯଦି ଆପଣଙ୍କ ଅଣ୍ଟା ଭୀଷଣ ଯନ୍ତ୍ରଣା ହେଉଛି ଏବଂ ଏହା ଯୋଗୁଁ ଅପ୍ନା ଚାଲିବୁଲି ପାରୁନାହାନ୍ତି ଓ ରାତିରେ ନିଦ ଭାଙ୍ଗି ଯାଉଛି ତେବେ ହା ମଧ୍ୟ ଏକ ଭୀଷଣ ସମସ୍ଯା । ଆପଣ ଯେତେ ଶୀଘ୍ର ପାରୁଛନ୍ତି ଡାକ୍ତରଙ୍କ ପରାମର୍ଶ କରିବା ଉଚିତ ।
ନ୍ୟୁରୋଲଜିକାଲ ସମସ୍ଯା ଥିଲେ ମଧ୍ୟ ଅଣ୍ଟା ବ୍ୟଥା ହୋଇଥାଏ । ଯଦି ଆପଣଙ୍କ ଗୋଡରୁ ଚପଲ ଖସିଯାଉଛି, ବରଫ କିମ୍ବା ତୁଳାରେ ଚାଲିବ ଭଳି ଆପଣଙ୍କୁ ଲାଗୁଛି ଏବଂ ଗୋଡ ଉଠେଇକି ଚାଲି ପାରୁନାହାନ୍ତି ତେବେ ଏଭଳି କ୍ଷେତ୍ରରେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ ।

ଏହା ବ୍ଯତୀତ ଯଦି ଓଜନ ହ୍ରାସ ପାରୁଛି, ଜ୍ଵର ଆସୁଛି ଏବଂ ଅଣ୍ଟା ବ୍ୟଥା ହେଉଛି ତେବେ ଏଭଳି ମାମଲାରେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ । ତେବେ ଆଜିକାଲି ହେଉଥିବା ଅଧିକାଂଶ ଅଣ୍ଟା ବ୍ୟଥା ସମସ୍ଯା ପାଇଁ କୌଣସି ଚିକିତ୍ସା ଆବଶ୍ୟକ ନାହିଁ ବରଂ କେବଳ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ରହିଛି । ସୁଷମ ଖଦଯ କ୍ଷାଇବେ, ନିୟମିତ ବ୍ୟାୟାମ କରିବେ ଓ ଓଜନକୁ ନିୟନ୍ତ୍ରଣରେ ରଖିବା ଦ୍ଵାରା ଅଣ୍ଟା ସମସ୍ଯା ଦେଖା ଦେବନାହିଁ ।
ଅଧିକ ସମୟ ବାଇକରେ ଯାତ୍ରା କରୁଥିଲେ ତାହା ମଧ୍ୟ କମ୍ କରିଦେବା ଉଚିତ । ଆଉ ଯଦି ଅଧିକ ସମୟ ବସି ରହି କାମ କରୁଛନ୍ତି ତେବେ ଘାନତେ ଦେଢ ଘଣ୍ଟା ବ୍ଯବଧାନରେ ଟିକେ ବ୍ରେକ ନିଅନ୍ତୁ ଓ ଚଲାବୁଲା କରନ୍ତୁ କିମ୍ବା ଷ୍ଟ୍ରେଚିଙ୍ଗ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।