ବାଛନ୍ତୁ କୌଣସି 1 ହୃଦୟ ଓ ଜାଣନ୍ତୁ ଆପଣ ଦୁଇ ଜଣଙ୍କ ମଧ୍ୟରେ କଣ ଚାଲିଛି ? Love Quiz Game

ଆମ ସମସ୍ତଙ୍କ ପସନ୍ଦ ଓ ନାପସନ୍ଦ ଏକ ଆରେକ ଠାରୁ ଭିନ୍ନ ହୋଇଥାଏ । ଜଣଙ୍କର ପସନ୍ଦ ଅନ୍ୟ ଜଣଙ୍କର ନାପସନ୍ଦ ହୋଇଥାଏ । ତେବେ ପୁରାତନ କାଳରୁ ବ୍ୟକ୍ତିର ପସନ୍ଦ ବା ନାପସନ୍ଦକୁ ଦେଖି ବ୍ୟକ୍ତିର ସ୍ଵଭାବ ଓ ବ୍ୟକ୍ତିତ୍ଵ ବିଷୟରେ ଅନ୍ଦାଜା ଲଗାଇ ହୁଏ ବୋଲି ବିଶ୍ବାସ ରହିଛି ।

ଆଜି ସେହିପରି ଗୋଟିଏ ଗେମ୍ ଖେଳିବା । ପ୍ରଥମେ ଦିଆ ଯାଇଥିବା ହୃଦୟ ଗୁଡ଼ିକ ମଧ୍ୟରୁ ଗୋଟିଏ ବାଛନ୍ତୁ ଓ ବାଛିଥିବା ନମ୍ବର ଅନୁଯାୟୀ ଫଳାଫଳ ଦେଖନ୍ତୁ । ୧- ଆପଣ ଯଦି ପ୍ରଥମ ହୃଦୟ ବାଛିଛନ୍ତି ତେବେ ଆପଣ ନିଜ ସଂମ୍ପର୍କରେ ପ୍ରେମକୁ ଖୁବ୍ ଅନୁଭବ କରୁଛନ୍ତି ଓ ଆପଣ ନିଜ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ମଧ୍ୟ ଚିନ୍ତା କରୁଛନ୍ତି ।

ଏହା ସହ ଆପଣ ଦୁଇ ଜଣ ହିଁ ପରସ୍ପରଙ୍କୁ ଡେଟ୍ ରେ ନେଇଯିବାକୁ ଭାବୁଛନ୍ତି ଓ ଆପଣଙ୍କ ସାଥୀ ଆପଣଙ୍କୁ ଖୁସି କରିବାକୁ ଚାହୁଁଛନ୍ତି । କାରଣ ଆପଣଙ୍କ ଖୁସି ହିଁ ଆପଣଙ୍କ ସାଥିଙ୍କ ପାଇଁ ସବୁକିଛି ଅଟେ ।

୨- ଯଦି ଆପଣ ଦ୍ଵିତୀୟ ହୃଦୟଟି ବାଛିଛନ୍ତି ତେବେ ଆପଣ ଦୁଇଜଣଙ୍କ ମଧ୍ୟରେ ଧୀରେ ଧୀରେ ପରସ୍ପର ପ୍ରତି ଭରସା ବଢୁଛି । ଆପଣ ଉଭୟଙ୍କ ପାଇଁ ଏହି ସମ୍ପର୍କ ଖୁବ୍ ମହତ୍ତ୍ଵ ରଖେ ଓ ପରିସ୍ଥିତି ଯାହା ବି ହେଉ ଆପଣ ପରସ୍ପର ସହ ସବୁ ସମୟରେ ଠିଆ ହୁଅନ୍ତି ଓ ପରସ୍ପରର ମନୋବଳ ବୃଦ୍ଧି କରନ୍ତି ।

୩- ଆପଣ ତୃତୀୟ ହୃଦୟଟି ବାଛିଛନ୍ତି ଯଦି, ତେବେ ଆପଣ ଦୁଇଜଣଙ୍କ ପାଇଁ ଏହି ସମ୍ପର୍କ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ ଓ ଆପଣ ପରସ୍ପରକୁ ସମାନ ଭାବେ ପ୍ରଚୁର ପ୍ରେମ କରୁଛନ୍ତି । ତେବେ ବର୍ତ୍ତମାନ ଆପଣ ଦୁଇଜଣ ଅଲଗା ଦୂର ସ୍ଥାନରେ କେଉଁଠି ପରସ୍ପର ସହ ଏକାକୀ ଖୁସିରେ ସମୟ ବିତାଇବାକୁ ଭାବୁଛନ୍ତି ଓ ପରସ୍ପରକୁ ଖୁବ୍ ପ୍ରେମ ଦେବାକୁ ଚାହାଁନ୍ତି ।

୪- ଯଦି ଆପଣ ଚତୁର୍ଥ ହୃଦୟ ବାଛିଛନ୍ତି ତେବେ ଆପଣ ଦୁଇଜଣଙ୍କ ସମ୍ପର୍କ ଦିନକୁ ଦିନ ଖୁବ୍ ମଜବୁତ୍ ବା ଦୃଢ଼ ହେଉଅଛି । ଆପଣ ପରସ୍ପରକୁ ଛାଡ଼ି ଆଉ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିବାକୁ ଚାହାଁନ୍ତି ନାହିଁ । ସେଥିପାଇଁ ଆପଣ ଦୁଇଜଣ ବହୁତ ଶୀଘ୍ର ବିବାହ କରିବାର ଯୋଜନା କରିବାକୁ ଯାଉଛନ୍ତି ଓ ପରସ୍ପରକୁ ନିଜ ମନପସନ୍ଦର କିଛି ସୁନ୍ଦର ଓ ମୂଲ୍ୟବାନ ଉପହାର ଦେବାକୁ ଚିନ୍ତା କରୁଛନ୍ତି ।

୫- ଆପଣ ଯଦି ପଞ୍ଚମ ହୃଦୟ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣ ଓ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ପ୍ରେମରେ ଛୋଟ ଛୋଟ ରଗା ଋଷା ଚାଲିଛି । ଏହା ସତ୍ତ୍ଵେ ମଧ୍ୟ ଆପଣ ଦୁହେଁ ମିଶି କେଉଁ ଅନ୍ୟ ସ୍ଥାନକୁ ବୁଲିବାକୁ ଯିବାକୁ ଯୋଜନା କରୁଛନ୍ତି । ଯାହା ବର୍ତ୍ତମାନ ଆପଣଙ୍କ ପ୍ରେମ ଜୀବନ ପାଇଁ ଖୁବ୍ ଜରୁରୀ ଅଟେ ବୋଲି ଆପଣ ଦୁହେଁ ବିଚାର କରୁଛନ୍ତି । ଏବେ ଆପଣ ଦୁଇ ଜଣଙ୍କ ମଧ୍ୟରେ ଏକ ଅଲଗା ପ୍ରକାର ଖାସ୍ ସମ୍ବନ୍ଧ ତିଆରି ହେଉଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।