ପରିଶ୍ରମ ଓ ସଂଘର୍ଷ ମଣିଷକୁ ଜୀବନରେ ସବୁ ପ୍ରକାର ସମସ୍ଯାକୁ ପାର୍ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିଥାଏ । ଅନେକ ମହାନଲୋକ ତାଙ୍କ ଜୀବନରେ ଅନେକ ସଂଘର୍ଷ କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଆଉ ସେମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀ ସାରା ଦୁନିଆ ଦେଖେ ଓ ସବୁଦିନ ପାଇଁ ମନେରଖେ । ଅନେକ ଲୋକଙ୍କ ଜୀବନର ସଂଘର୍ଷ କାହାଣୀ ଆପଣ ପଢିଥିବେ ବା ଜଣାଇଥିବେ । ଆଜି ଆମେ ଆପଣଙ୍କୁ ସିକ୍ଯୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ସଂଘର୍ଷ ବିଷୟରେ କହିକୁ ।
ଗୋଟିଏ କଲେଜରେ ଜଣେ ସିକ୍ଯୁରିଟି ଗାର୍ଡ ଡ୍ଯୁଟିରେ ଥିବାବେଳେ ବହି ଧରି ପଢୁଥିଲେ । ସେହି ସମୟରେ କଲେଜର ଜଣେ ପ୍ରଫେସର ଆସି ହର୍ଣ୍ଣ ବଜାଇ ଗେଟ୍ ଖୋଲିବା ପାଇଁ କହିଲେ । ବହି ପଢୁଥିବାରୁ ଗାଡି ପହଞ୍ଚିବା ପୂର୍ବରୁ ଗେଟ୍ ଖୋଲି ପାରି ନଥିଲେ ସିକ୍ଯୁରିଟି ଗାର୍ଡ । ତେଣୁ ପ୍ରଫେସର ତାଙ୍କୁ ତାଙ୍କୁ ତାଗିଦ କରି କହିଲେ, କୁଆଡେ ଆସୁଛ କହିଲ ? ବହି ଗୋଟେ ଧରି ବସିପଡ଼ୁଛ । ତୁମକୁ କଣ ଏଥିପାଇଁ ପଇସା ମିଳୁଛି । କେତେବେଳେ କିଏ ଆସି କଣ ଚୋରି କରିନେବ କିଏ ବୁଝିବ ?
ଏହାର ଉତ୍ତରରେ ସିକ୍ଯୁରିଟି ଗାର୍ଡ କହିଲେ, ଆଜ୍ଞା, କ୍ଷମା କରିଦେବେ । ହେଲେ ମୋ ବାପା ଚାହା ଦୋକାନଟିଏ କରି ମୋତେ ଗ୍ରାଜୁଏଟ କରିଥିଲେ । ଆହୁରି ପଢିବାକୁ ଇଚ୍ଛା ଥିଲେବି ଗରିବୀ ପଛରୁ ଟାଣି ଧରିଲା । ଆଉ ଏଠି କଲେଜ ପିଲା ପଢୁଛନ୍ତି ଦେଖି ମୋତେ ବି ପାଠ ପଢିବାକୁ ଇଚ୍ଛା ହେଉଛି । ସେଥିପାଇଁ ଟିକେ ଫୁରସତ ମିଳିଲେ ବହି ଧରି ବସିଯାଉଛି ।
ପିଜି ସାରି ଏବେ ପିଏଚଡ଼ି କରୁଛି । ନେଟ୍ କ୍ଲିୟର ହୋଇଗଲେ ଲେକଚରସିପ ହୋଇଯିବ । ହେଲେ ବାବୁଜଣକ ଏହା ଶୁଣି ସିକ୍ଯୁରିଟି ଗାର୍ଡକୁ ତାତ୍ସଲ୍ୟ କରିବା ସହ ତାଗିଦ କରି କହିଥିଲେ, ଠିକରେ କାମ ନକଲେ ଏଇ ଚାକିରି ବି ଚାଲିଯିବ । ଆଉ କିଛି ମାସ ପରେ ସେହି ସିକ୍ଯୁରିଟି ଗାର୍ଡକୁ ଫ୍ୟାକଲଟି ରୁମରେ ବସିଥିବା ଦେଖି ପ୍ରଫେସର ପଚାରିଲେ, ତୁ ପା ସିକ୍ଯୁରିଟି ଥିଲୁ ଏଠି ବସି କଣ କରୁଛୁ ?
ଆଉ ସିକ୍ଯୁରିଟି ଗାର୍ଡଜଣକ ନମ୍ରତାର ସହ ଉତ୍ତର ଦେଇଥିଲେ, ଆଜ୍ଞା ସେଦିନ ରାତିରେ ମୋତେ ତାଗିଦ କରୁଥିଲେ ମୁଁ ସେହି ସିକ୍ଯୁରିଟି ଗାର୍ଡ । ଆପଣଙ୍କର ସେଦିନର ତାଗିଦ ମୋତେ ମୋ ଲକ୍ଷ୍ୟ ହାସଲ କରିବା ପାଇଁ ଆହୁରି ଜୋସ ଦେଲା ଆଉ ମୋ ମନୋବଳଙ୍କୁ ଦୃଢ କଲା ।
ମୁଁ ଯେଉଁ ବିଭାଗରେ ସିକ୍ଯୁରିଟି ଗାର୍ଡ ଥିଲି ସେହି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଛି । ସେଦିନ ଯଦି କିଛି ଭୁଲ କରିଥିବି ମୋତେ କ୍ଷମା କରିଦେବେ । ଆଜିବି ମୋତେ ସିକ୍ଯୁରିଟି ଗାର୍ଡ ବୋଲି ଭାବନ୍ତୁ ।ମୋତେ ଖୁସି ଲାଗିବ ଆଉ ମୋ ସଂଘର୍ଷ ସବୁବେଳେ ମନେପଡିବ ।
ହେଲେ ପ୍ରଫେସର ତାଙ୍କ ବ୍ୟବହାର ପାଇଁ ସିକ୍ଯୁରିଟି ଗାର୍ଡଙ୍କୁ ଓଲଟା କ୍ଷମା ମାଗିଥିଲେ ଓ କହିଥିଲେ ତୁମେ ଦେଶର କୋଟି କୋଟି ଯୁବକଙ୍କ ପାଇଁ ପ୍ରେରଣା । ସତରେ ଉଇଚ୍ଛା ଓ ଉଦ୍ୟମ ଥିଲେ ସବୁକିଛି ସମ୍ଭବ । ବିହାରର ଭାଗଲପୁରରେ ଏଭଳି ଏକ ସତ୍ୟ ଘଟଣା ଏବେ ସାରା ଦେଶର ଲୋକଙ୍କ ମନକୁ ବେଶ ଛୁଇଁପାରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।