‘ବାବା ଦେବରହା’ ଙ୍କ ଆଶୀର୍ବାଦ ରୁ ଇନ୍ଦିରା ଗାନ୍ଧୀ ପାଇଥିଲେ ସତ୍ତା, ଏବେ ତାଙ୍କରି କୃପାରୁ ୟୋଗୀ ଜିତିବେ UP ନିର୍ବାଚନ, ଜାଣନ୍ତୁ କିଏ ଏହି ବାବା ଦେବରହା

ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ଜିତିବା ପାଇଁ ବିଜେପି ଏବେ ଠାରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଲାଣି । ରାଜ୍ଯରେ ପୁନର୍ବାର ସତ୍ତାରେ ଆସିବା ପାଇଁ ବିଜେପି ପ୍ଳାନ ‘ବାବା ଦେବରହା’ ପ୍ରସ୍ତୁତ କରୁଛି ।

ବିଜେପି ଆଶା ରଖିଛି ଯେ ବାବା ଦେବରହାଙ୍କ ନାମରେ ଜନତା ଏଥର ତାଙ୍କୁ ଭୋଟ ଦେବେ ଓ ୟୁପିରେ ପୁନର୍ବାର ପଦ୍ମ ଫୁଲ ଖେଳିବ । ବାବା ଦେବରହାଙ୍କ ଉପରେ ୟୁପି ଲୋକଙ୍କ ଖୁବ ଆସ୍ଥା ରହିଛି । ତେବେ ବିଜେପି ଦେବରିୟାରେ ଶୀଘ୍ର ବାବା ଦେବରହାଙ୍କ ନାମରେ ମେଡିକାଲ କଲେଜ ବନେଇବାକୁ ଯାଉଛି । ଆସନ୍ତା ୩୦ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଲୋକାର୍ପଣ କରିବେ । ସେହି ଦିନ ୟୁପିରେ ୯ଟି ନୂଆ ମେଡିକାଲ କଲେଜର ଲୋକାର୍ପଣ ହେବାକୁ ଯାଉଛି ।

ଯାହା ଫତେପୁର, ଏଟା, ଗାଜିପୁର, ଜୌନପୁର, ପ୍ରତାପଗଡ, ମିର୍ଜାପୁର, ସିଦ୍ଧାର୍ଥ ନଗର ଓ ଦେବରିୟାରେ ତିଆରି ହେବ । ଦେବରିୟାରେ ହେବାକୁ ଥିବା ମେଡିକାଲ କଲେଜ ବାବା ଦେବରହାଙ୍କ ନାମରେ ହେବ । ବାବା ଦେବରହା ଜଣେ ସୁପ୍ରସିଦ୍ଧ ସନ୍ଥ ଥିଲେ ଓ ତାଙ୍କ ଉଆପରେ କୋଟି କୋଟି ଲୋକ ଆସ୍ଥା ରଖିଥିଲେ । ଦେବରିୟାର ନାମ ମଧ୍ୟ ବାବା ଦେବରହାଙ୍କ ନାମରେ ନାମିତ ଅଟେ । ସେଠାରେ ମହଲ ଗ୍ରାମରେ ବାବଙ୍କ ଆଶ୍ରମ ଅଛି । ମାନ୍ୟତା ଅନୁସାରେ ବାବା ହିମାଚଳରେ ତପସ୍ୟା କରି ସିଦ୍ଧି ହାସଲ କରିଥିଲେ ।

ବଡ ବଡ ନେତାମାନେ ମଧ୍ୟ ବାବାଙ୍କ ଆଶ୍ରମ ଆସି ତାଙ୍କ ଠାରୁ ଆଶୀର୍ବାଦ ନେଉଥିଲେ । ଆମ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଓ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଦେବରହା ବାବାଙ୍କ ଦରବାରରେ ମଥା ଟେକିବାକୁ ଆସିଥିଲେ । ସେମାନଙ୍କ ବ୍ଯତୀତ ପୂର୍ବ ପିଏମ ଚରଣ ସିଂହ, ରାଜୀବ ଗାନ୍ଧୀ, ଅତଳ ବିହାରୀ ବାଜପେୟୀ, ପୂର୍ବ ସିଏମ ବିନ୍ଦେଶ୍ଵରୀ ଦୁବେ, ମଦନ ମୋହନ ମାଲବୀୟ, ପୁରୁଷୋତ୍ତମ ଦାସ ଟଣ୍ଡନ, ବୁଟା ସିଂହ, ଲାଲୁ ପ୍ରସାଦ ଯାଦବ ଓ ମୁଲାୟମ ସିଂହଙ୍କ ପରି ନେତାମାନେ ମଧ୍ୟ ବାବାଙ୍କ ଆଶୀର୍ବାଦ ନେବାକୁ ତାଙ୍କ ଆଶ୍ରମକୁ ଯାଉଥିଲେ ।

ଡା. ରାଜେନ୍ଦ୍ର ପ୍ରସାଦ ବାବାଙ୍କ ବଡ ଭକ୍ତ ଥିଲେ । ତାଙ୍କୁ ୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମାତା ପିତା ବାବାଙ୍କ ଦରବାରକୁ ନେଇ ଯାଇଥିଲେ । ବାବା ତାଙ୍କୁ ଦେଖି କହିଥିଲେ ଏହି ପିଲାଟି ରାଜା ହେବ । ସେଥିପାଇଁ ରାଷ୍ଟ୍ରପତି ହେବା ପରେ ୧୯୫୪ରେ ସେ କୁମ୍ଭ ମେଳାରେ ବାବାଙ୍କ ପୂଜନ କରିଥିଲେ । ନିର୍ବାଚନ ହାରିବା ପରେ ଇନ୍ଦିରା ଗାନ୍ଧୀ ମଧ୍ୟ ବାବାଙ୍କ ଦର୍ଶନ କରିବାକୁ ଯାଇଥିଲେ । ବାବା ତାଙ୍କୁ ଜିତିବାକୁ ଆଶୀର୍ବାଦ ଦେଇଥିଲେ ।

ଯାହା ଫଳରେ ଆଗାମୀ ନିର୍ବାଚନରେ କଂଗ୍ରେସ ଜିତିଥିଲା ଓ ୧୯୮୦ ସାଲରେ ପ୍ରଚଣ୍ଡ ବହୁମତରେ ଦ୍ଵିତୀୟ ଥର ସେ ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଥିଲେ । ବିଜେପି ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ତିଆରି କରିବାର କଥା ଦେଇ ୟୁପିଙ୍କ ଜନତାଙ୍କ ଠାରୁ ଭୋଟ ହାସଲ କରି ସତ୍ତାରେ ଆସିଥିଲା । ଔ ଏବେ ବାବା ଦେବରହାଙ୍କ ନାମରେ ବିଜେପି ଭୋଟର୍ସଙ୍କୁ ଲୋଭ ଦେଖାଇବା ଚେଷ୍ଟାରେ ଜୁଟି ଗଲେଣି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କାମେଣ୍ଟ ଓ ସେୟାର କରନୁ ।