ବାବା ଆଖଣ୍ଡଳମଣି ଆରଡିର ଆଶ୍ଚର୍ଯ୍ୟଜନକ ରହସ୍ୟ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ବାବା ଆଖଣ୍ଡଳମଣି ଓଡିଶାର ଭଦ୍ରକ ଜିଲ୍ଲାର ଆରଡି ଠାରେ ଅବସ୍ଥିତ ପ୍ରଧାନ ଶୈବ ପୀଠ । ବୈତରଣୀ ଓ ଶାଳନ୍ଦି ନଦୀର ସଂଗମ ସ୍ଥଳରେ ଆଖଣ୍ଡଳେଶ୍ଵର ବା ଆଖଣ୍ଡଳମଣିଙ୍କ ମନ୍ଦିର ଅବସ୍ଥିତ । ଏଠାକୁ ଚାନ୍ଦବାଲି ଠାରୁ ବୈତରଣୀ ନଦୀରେ ଡଙ୍ଗା ଯୋଗେ ଯିବା ଆସିବା ସମ୍ଭବ ହୋଇଥାଏ । ଚାନ୍ଦବାଲି ଠାରୁ ଡଙ୍ଗା ଯୋଗେ ଆରଡି ଯାଏଁ ଯିବାକୁ ୨ଘଣ୍ଟା ସମୟ ଲାଗେ । ଆପଣ ଏଠାକୁ ଭୁବନେଶ୍ବର ଠାରୁ ଡଙ୍ଗା ଯୋଗେ ମଧ୍ୟ ଯାଇପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ମନ୍ଦିରର କିମ୍ବଦନ୍ତୀ ।

ସେହି ସମୟରେ ଜମିଦାର ନୀଳାଦ୍ରି ସମର ସିଂହ ଦିନେ ନିଜ ଜମିରେ ହଲ କରିବା ନିମନ୍ତେ ଅନନ୍ତ ନାମକ ଏକ କୃଷକକୁ ନିର୍ଦ୍ଦେଶ ଦେଇଥିଲେ । ଅନନ୍ତ କିଛି ସମୟ ହଲ ବୁଲାଇବା ପରେ ହଠାତ ତା ଲଙ୍ଗଳ ମୁନଟି ମାଟି ତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା । ତା’ପରେ ଆକାଶରେ କଳା ବାଦଲ ଛାଇଗଲା ଓ ପ୍ରଚଣ୍ଡ ଘଡଘଡି ସହ ବିଜୁଳି ଚମକିବାରେ ଲାଗିଲା । ଏହା ଦେଖି ଅତ୍ୟନ୍ତ ଡରି ଯାଇଥିଲା ଅନନ୍ତ । ସେ ମାଟି ତଳେ ଥିବା ସେହି ବସ୍ତୁ ଉପରେ ଥିବା ମାଟିକୁ ଆଡେଇବାରେ ଲାଗିଲା ।

ଆଉ ଦେଖିଲା କି ଏକ କଳା ମୁଗୁନି ପଥର ଉପରୁ ବୈତରଣୀ ନଦୀ ଆଡକୁ ରକ୍ତର ଧାର ବୋହିଯାଉଛି । ଏହାପରେ ସେ ଘଟଣା ସମ୍ପର୍କରେ ଜମିଦାରଙ୍କୁ ଜଣାଇବା ପରେ ସେ କିଛି ଗ୍ରାମବାସୀଙ୍କୁ ନେଇ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳେ ଆ ଶବ୍ଦର ରଡି କରି ବାବା ଆଖଣ୍ଡଳମଣି ଶିବଲିଙ୍ଗ ଉପରେ ଦିବ୍ୟମାନ ହେଲେ । ସେଥିପାଇଁ ସେହି ସ୍ଥାନର ନାମ ଆରଡି ହୋଇଛି ।

ସେହି ଶିବଲିଙ୍ଗ ଉପରେ ଏକ କ୍ଷତ ହେବା ସହ ଶିବଙ୍କ ମସ୍ତକ ଉପରେ କ୍ଷୀର ବର୍ଷା ହେଉଥିଲା ଓ ଏକ ନାଗ ସାପ ସେହି କ୍ଷୀରରେ ଗାଧୋଉଥିଲା । ସେଦିନ ଜମିଦାରଙ୍କୁ ସ୍ଵପ୍ନରେ ଜଣେ ସାଧୁ ତାଙ୍କର ସମାଧିସ୍ଥ କାହାଣୀ ସମ୍ପର୍କରେ ଜଣାଇଥିଲେ । ସେ ଦ୍ଵାପର ଯୁଗରୁ ଆଖଣ୍ଡଳେଶ୍ଵର ଭାବରେ ସମାଧିସ୍ଥ ଥିଲେ । ସେଠାରେ ଲଙ୍ଗଳ ମୁନ ବାଜିବା ପରେ ସେ ଳିଙ୍ଗ ରୂପରେ ଆବିର୍ଭାବ ହେଲେ । ଏହା ପରଠାରୁ ଖଣ୍ଡମଣ୍ଡଳର ମହାପ୍ରଭୁ ଭାବେ ବାବା ମଣି ବା ଆଖଣ୍ଡଳମଣି ଭାବେ ସେଠାରେ ପୂଜା ପାଉଛନ୍ତି ।

ଭଗବାନଙ୍କ ଇଛା ଅନୁସାରେ ସେ ଶିବଲିଙ୍ଗର ସ୍ଥାପନା କଲେ । ପୂଜା କରିବା ନିମନ୍ତେ ଯାଜପୁରରୁ ନହାର ଗ୍ରାମରୁ ୫ଜଣ ବ୍ରାହ୍ମଣଙ୍କୁ ଅଣାଗଲା । ସେତେବେଳେ ଏକ ତାଳପତ୍ର ଛାତରେ ଶିବଲିଙ୍ଗକୁ ସୁରକ୍ଷା ଦିଆ ଯାଉଥିଲା । କିଛିଦିନ ପରେ ଜମିଦାର ଜଣକ ଗାଁ ଲୋକଙ୍କ ସାହାଯ୍ୟରେ କାଥରେ ଏକ ମନ୍ଦିର ନିର୍ମାଣ କଲେ ।

ଅଳ୍ପଦିନ ମଧ୍ୟରେ ବାବା ଆଖଣ୍ଡଳେଶ୍ଵରଙ୍କ ମହିମା ସାରା ଦେଶରେ ପ୍ରଚାର ହେଲା ଓ ସେଟାକୁ ଭକ୍ତଙ୍କ ସମାଗମ ଲାଗି ରହିଲା । ସେହି ସମୟରେ ରାଜକନିକାର ରାଟ ବାବା ଆଖଣ୍ଡଳମଣିଙ୍କ ପାଖେ ଅଧିଆ ପଡି ତାଙ୍କ ଚକ୍ଷୁରୋଗରୁ ମଧ୍ୟ ସୁସ୍ଥ ହୋଇଥିଲେ । ତାଙ୍କର ମାନସିକ ଅନୁସାରେ ସେ ବାବାଙ୍କ ପାଇଁ ଏକ ପଥର ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କଲେ ।

୧୮୩୯ରେ ରାଜା ହରିହର ଭଞ୍ଜଦେଓଙ୍କ ବିୟୋଗ ପରେ ସ୍ବାମୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା ମନ୍ଦିର ନିର୍ମାଣ କାର୍ଯ୍ୟ ରାଣୀ ସତ୍ୟଭାମା ପାଟ ମହାଦେଇଙ୍କ ଦ୍ଵାରା ସଂପୂର୍ଣ୍ଣ ହୋଇଥିଲା । ଏହି ମନ୍ଦିରର ଉଚ୍ଚତା ୫୦ଫୁଟ ଏବଂ ଏହା ଶୁଭ୍ର ବର୍ଣ୍ଣର ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।