ବହୁଚର୍ଚ୍ଚିତ ଓଲିଉଡ ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ବିବାଦରେ ଆସିଛି ଆଉ ଏକ ନୂଆ ଟ୍ଵିଷ୍ଟ । ଗତ ଏକ ବର୍ଷ ଧରି ବର୍ଷା ଓ ଅନୁଭବ ବିବାଦ ଥମିବାରେ ନାଁ ନେଉ ନାହିଁ । ଆଉ ଏବେ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉସ ପରିଚୟ ପତ୍ର ବାତିଲ୍ ହୋଇଛି । ଏହାକୁ ବାତିଲ୍ କରିଛନ୍ତି ଲୋକସଭା ସଚିବାଳୟ । ତୁରନ୍ତ ତାଙ୍କ ସ୍ପାଉସ ପରିଚୟ ପତ୍ରକୁ ଦାଖଲ କରିବା ପାଇଁ ବର୍ଷାଙ୍କୁ ଏକ ପତ୍ର ଲେଖା ଯାଇଛି ।
୨୦ ଡିସେମ୍ବର ୨୦୨୧ ତାରିଖରେ ଅନୁଭବ ଏହି ପତ୍ର ଲେଖିଥିଲେ । ସେଥିରେ ସେ ତାଙ୍କ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସ୍ପାଉସ ପରିଚୟ ପତ୍ର ପ୍ରଦାନ କରା ଯାଇଥିବା ଉଲ୍ଲେଖ କରା ଯାଇଥିଲା । ଏହା ଏବେ ବର୍ଷାଙ୍କ ପାଖରେ ଅଛି ନିକଟରେ ବର୍ଷା ପାସପୋର୍ଟ ଏବଂ ପ୍ୟାନ କାର୍ଡ ଭଳି ଅନ୍ୟ ସରକାରୀ ଡକ୍ୟୁମେଣ୍ଟ ହାସଲ କରିବା ଜାଲ୍ ଏବଂ ଭୁଲ୍ ସୂଚନା ଦେଇଥିବା ତାଙ୍କ ନଜରକୁ ଆସିଥିବା କହିଛନ୍ତି ଅନୁଭବ ।
ଜଣେ ସାଂସଦଙ୍କ ପତ୍ନୀ ରୁପେ ଏଭଳି କାର୍ଯ୍ୟ ବର୍ଷାଙ୍କ ପାଇଁ ଅଶୋଭନୀୟ ଅଟେ । ତେଣୁ ଦାୟିତ୍ଵବାନ ତଥା ଆଇନ ପାଳନ କରୁଥିବା ଭାରତୀୟ ନଗରୁକ ଭାବେ ଏହି ପ୍ରସଙ୍ଗରେ ସେ ସମ୍ବୋଧିତ ବିଭାଗକୁ ଅବଗତ କରାଇବା ପାଇଁ କୁହା ଯାଇଛି । ତେବେ ସେ ସମସ୍ତ ମାମଲାର ଏବେ ତଦନ୍ତ ଜାରି ରହିଛି । ତଦନ୍ତର ଫଳାଫଳ ଆସିବା ପରେ ଏନେଇ ଅବଗତ କରାଇବେ । ବର୍ଷାଙ୍କୁ ଦିଆ ଯାଇଥିବା ସ୍ଵାଧିକାର ଅଧିକାର ତଥା ସ୍ପାଉସ ପରିଚୟ ପତ୍ରକୁ ବାତିଲ୍ କରାଯାଉ, ସଂସଦ ପରିସର ଏବଂ ବିଦେଶ ଭ୍ରମଣ ପାଇଁ ବର୍ଷା ଙ୍କ ସ୍ପାଉସ ପରିଚୟକୁ ବାତିଲ୍ କରାଯାଉ ।
ସ୍ପାଉସ ପରିଚୟ ପତ୍ର ସହ ଅନ୍ଯାନ୍ଯ ସ୍ଵାଧିକାର ଓ ଅଧିକାର ଗୁଡିକ ଜେଭଳି ବର୍ଷାଙ୍କ ଦ୍ଵାରା ଦୂରୁପଯୋଗ ହେବ ନାହିଁ ସେନେଇ ଅନୁଭବ ମହାନ୍ତି ତୁରନ୍ତ ଆବଶ୍ଯକୀୟ ପଦକ୍ଷେପ ନେବା ପାଇଁ ଲୋକସଭା ମହା ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହାକୁ ବର୍ଷା କେତେ ଦୂର ଗ୍ରହଣ କରୁଛନ୍ତି । ଏବେ ପର୍ଯ୍ୟନ୍ତ ବର୍ଷା ଓ ଅନୁଭବଙ୍କ ଛାଡପତ୍ର ହୋଇ ନାହିଁ ଏବଂ ବର୍ଷା ମଧ୍ୟ ଅନୁଭବଙ୍କ ଘରେ ହିଁ ରହି ଆସୁଛନ୍ତି ।
ତେବେ ବିଭିନ୍ନ ମାମଲାକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଦେଖା ଦେଉଛି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।