ଅଗ୍ନି ପରୀକ୍ଷା କ’ଣ କେବଳ ନାରୀ ହିଁ ଦେଉଥିବ ? Tapaswini ଙ୍କ ନ୍ୟାୟ ପାଇଁ ଲଢେଇରେ ଆଙ୍ଗୁଳି ଉଠାଉଛନ୍ତି ଲୋକେ, Sumit ଙ୍କୁ କାହିଁକି କେହି କରୁନାହାନ୍ତି ପ୍ରଶ୍ନ ?

ରାମାୟଣରେ ଦେବୀ ସୀତା ଏବଂ ମହାଭାରତରେ ମାତା ଦ୍ରୌପଦୀ, ପରୀକ୍ଷା କାହିଁକି କେବଳ ନାରୀକୁ ଦେବାକୁ ହୁଏ ? କେବଳ ମହିଳାଙ୍କୁ ହିଁ କାହିଁକି ଅଗ୍ନି ପରୀକ୍ଷା ଦେବାକୁ ହୁଏ ? ହୁଏତ ଏଥିପାଇଁ ନାରୀକୁ ଅଗ୍ନି ପରୀକ୍ଷା ଦେବାକୁ ହୁଏ, କାରଣ ନାରୀ ପ୍ରତି ଆଙ୍ଗୁଳି ଉଠାଇବା ପୁରୁଷ ପାଇଁ ବୋଧେ ସହଜ । କେହି ପ୍ରଶ୍ନ କରୁ ନାହାନ୍ତି କି, ପତ୍ନୀଙ୍କୁ କାହିଁକି ଥଇଥାନ କରୁ ନାହାନ୍ତି ସୁମିତ ? ଓଲଟା ପ୍ରଶ୍ନ ଉଠୁଛି, ଘରେ ପଶିବାକୁ ଦେଉ ନଥିବା ସତ୍ତ୍ୱେ କାହିଁକି ପଡି ରହିଛନ୍ତି ତପସ୍ଵିନୀ ?

କେହି ପ୍ରଶ୍ନ କରୁ ନାହାନ୍ତି କି, ସୁମିତ କାହିଁକି କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ? ଓଲଟା ପ୍ରଶ୍ନ ଉଠୁଛି କି, ତପସ୍ଵିନୀ କାହିଁକି ଘରୋଇ ମାମଲାରେ ତୃତୀୟ ପକ୍ଷକୁ ସାମିଲ କରୁଛନ୍ତି ? ବିବାହିତ ପତ୍ନୀଙ୍କ ସୁରକ୍ଷା ଓ ଭରଣ ପୋଷଣ ଦାୟିତ୍ଵ କ’ଣ ସୁମିତ ଙ୍କର ନୁହେଁ, ବୋଲି କେହି ପ୍ରଶ୍ନ କରୁ ନାହାନ୍ତି । ଓଲଟା କହୁଛନ୍ତି, ସୁମିତ ତ ବୈଦିକ ରୀତିରେ ବାହା ହୋଇ ନଥିଲେ କିମ୍ବା ପରିବାରର ସହମତିରେ ବାହା ହୋଇ ନଥିଲେ ।

କେହି ପ୍ରଶ୍ନ କରୁ ନାହାନ୍ତି, କାହିଁକି ସାମନାକୁ ଆସି ଉଠୁଥିବା ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି ସୁମିତ ? ବରଂ ଓଲଟା ପ୍ରଶ୍ନ କରୁଛନ୍ତି, ଘରର ଗହନ କଥାକୁ କାହିଁକି ପଦାରେ ପକାଉଛନ୍ତି ସୁମିତ ? ମହିଳାଙ୍କ ପାଇଁ ଆଇନରେ ଯେତେ ବ୍ୟବସ୍ଥା ଥାଉ ବା ମହିଳାଙ୍କ ସୁରକ୍ଷା ପାଇଁ ଆଇନରେ ଯେତେ ବ୍ୟବସ୍ଥା ଥାଉ ପଛେ ବେଳେବେଳେ କିଛି ଏମିତି ଘଟଣାରୁ ବାରି ହୋଇପଡେ ପୁରୁଷ ପ୍ରାଧାନ୍ଯ ସମାଜର ଗୁରୁତ୍ଵ ।

ଆଉ ଯେତେ ଦିନ ଯାଏଁ ସମାଜରେ ପୁରୁଷର ପ୍ରାଧାନ୍ଯ ଓ ପ୍ରଭୁତ୍ଵ ରହିଥିବ ସେତେ ଦିନ ଯାଏଁ ହୁଏତ ମହିଳାଙ୍କୁ ଏମିତି ଅଗ୍ନି ପରୀକ୍ଷା ଦେବାକୁ ପଡିଥିବ । ନିଜ ହକ୍ ଲଢେଇରେ ତପସ୍ଵିନୀ ହାରି ଯାଇ ନାହାନ୍ତି । ଶୀତ କାକର ହେଉ, ସ୍ଵାମୀଙ୍କ ଜିଦ୍ ଏବଂ ଆକ୍ଷେପ ହେଉ ବା ବାରମ୍ବାର କୋର୍ଟ କଚେରୀ ଦୌଡିବାକୁ ପଡୁ ପଛେ, ତପସ୍ଵିନୀ ନିଜ ସ୍ଥାନରେ ଦମ୍ଭ ହୋଇ ଠିଆ ହୋଇଛନ୍ତି । ନ୍ୟାୟ ପାଇଁ ତାଙ୍କ ଲଢେଇ ଏବେ ବି ଜାରି ରହିଛି ।

କିନ୍ତୁ ଆଜି ଅନେକ ଆଙ୍ଗୁଳି ଆଜି ତାଙ୍କ ଉପରକୁ ଉଠୁଛି । ସ୍ତ୍ରୀ ର ଅଧିକାର ପାଇବ ପାଇଁ ସତେ ଯେମିତି ଜଣେ ନାରୀକୁ ଅଗ୍ନି ପରୀକ୍ଷା ଦେବାକୁ ପଡୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।