ବାସ୍ 1 ଗ୍ଳାସ ଏହି ଲାଭକାରୀ କାଢାର ସେବନ କରି ଦେଖନ୍ତୁ, ଋତୁସ୍ରାବ ବା ପିରିୟଡ୍ସ ଜନିତ ସବୁ ସମସ୍ଯାରୁ ମୁକ୍ତି ପାଆନ୍ତୁ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ମାନଙ୍କର ପିରିୟଡ୍ ହେବା ଏକ ସାଧାରଣ ସ୍ଵାସ୍ଥ ସହ ଜଡିତ ଏକ ପ୍ରକ୍ରିୟା ଅଟେ । ହେଲେ ଏହି ପିରିଅଡ ବା ଋତୁସ୍ରାବକୁ ନେଇ ଅନେକ ମହିଳା ମାନଙ୍କ ଠାରେ ଅନେକ ପ୍ରକାର ସମସ୍ଯା ଦେଖାଯାଇଥାଏ । ଯେପରି ପିରିଅଡରେ ଅନିୟମିତତା, ପିରିଅଡ ମିଶିଡ୍ ହେବା, ପିରିଅଡ ବ୍ଲିଡିଙ୍ଗକୁ ନେଇ ମଧ୍ୟ ଅନେକ କିଛି ସମସ୍ଯା ଦେଖା ଦେଇଥାଏ । ତେବେ ଆଜି ଆପଣ ପିରିଅଡକୁ ନେଇ ହେଉଥିବା ସମସ୍ଯା ଓ ଏହାର ସମାଧାନ ବିଷୟରେ ଡାକ୍ତର ସଲିମ ଯଇଦିଙ୍କ ମୁହଁରୁ ଶୁଣନ୍ତୁ ।

ମହିଳା ମାନଙ୍କ ଶରୀରରେ ବିଶେଷତଃ ହର୍ମୋନାଲ ଇମବାଲାନ୍ସ କାରଣରୁ ପିରିଅଡ ଜନିତ ଅନେକ କିଛି ସମସ୍ଯା ଫେସ କରିବାକୁ ପଡିଥାଏ । ତେବେ ହାର୍ମୋନାଲ ଇମବାଲାନ୍ସ ଅନେକ ଗୁଡିଏ କାରଣକୁ ନେଇ ହୋଇଥାଏ । ଯେପରି ଖରାପ ଖାଦ୍ୟ ଖାଇବାର ଅଭ୍ଯାସ, କୌଣସି ମେଡ଼ିସିନର ସେବନ କାରଣରୁ, ଷ୍ଟ୍ରେସ ବଢିଯିବା କାରଣରୁ ଏଭଳି ଅନେକ ପ୍ରକାର କାରଣରୁ ଯଦି ଶରୀରରେ ହରମୋନର ଅସନ୍ତୁଳନ ହୋଇଥାଏ ।

ପିରିଅଡର ସବୁ ପ୍ରକାର ସମସ୍ଯାର ସମାଧାନ ପାଇଁ ଆଜି ଆପଣ ଏକ ଘରୋଇ ଉପଚାର ବିଷୟରେ ଜାଣିବାକୁ ପାଇବେ । ଯେଉଁ ଉପାୟ କରିବା ପାଇଁ ଆପଣଙ୍କୁ ହଳଦୀ, ଅଦା, ଜୁଆଣୀ, ପାନମଧୁରୀ ଏହି ୪ ଟି ସମଗ୍ରୀର ଆବଶ୍ୟକତା ପଡିବ । ପ୍ରଥମେ ଗ୍ଯାସରେ କଢେଇ ବସାଇ ସେଥିରେ ୧ ଗ୍ଳାସ ପାଣି ରଖନ୍ତୁ । ଏହାପରେ ସେଥିରେ ଅଦାକୁ ଛେଚି ସେଥିରୁ ୧ ଚାମଚ ଅଦା କୋରା ବା ଛେଚା ସେହି ଫୁଟୁଥିବା ପାଣିରେ ପକାନ୍ତୁ ।

୧ ଚାମଚ ଜୁଆଣୀ, ୧ ଚାମଚ ପାନମଧୁରୀ ଓ ଅଧା ଚାମଚ ହଳଦୀ ସେହି ଗରମ ହେଉଥିବା ପାଣିରେ ମିଶାନ୍ତୁ । ଆପଣ ପାନମଧୁରୀ ଓ ଜୁଆଣୀ ଏହି ରେମିଡିରେ ବ୍ୟବହାର କରିବା ପୂର୍ବରୁ ଯଦି ଟିକେ ଛେଚିକି ସେଥିରେ ଆଡ୍ କରିବେ । ତେବେ ପ୍ରସ୍ତୁତ କରୁଥିବା ଏହି ରେମିଡି ଅଧିକ ଲାଭକାରୀ ହେବ । ପାଣି ସେହି ପର୍ଯ୍ୟନ୍ତ ବଏଲ କରନ୍ତୁ । ଯେଉଁ ପର୍ଯ୍ୟନ୍ତ ପାଣି ଫୁଟି ଫୁଟି ଅଧା ହୋଇଯାଇନଥିବ ।

ପାଣି ଫୁଟିସାରିବା ପରେ ତାହାକୁ ଛାଣି ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି କାଢାକୁ ଅଳ୍ପ ଗରମ ଥିବା ଅବସ୍ଥାରେ ହିଁ ସେବନ କରନ୍ତୁ । ଯେପରି ଶରୀରରେ ବହୁତ ଶୀଘ୍ର ଏହାର ଏଫେକ୍ତିଭ ଦେଖେଇବା ଆରମ୍ଭ କରିଦେବ । ଯଦି ଆପଣଙ୍କର ପିରିଅଡ ହେବା ସମୟ ଗଡିଯାଇଛି ।

ଆପଣ ଏହି କାଢାକୁ ଅତି କମ୍ ରେ ୫ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ । ଯଦି ପିରିଅଡ ଜନିତ ଅନ୍ୟ କିଛି ସମସ୍ଯା ରହୁଥାଏ । ତେବେ ଏହି କାଢାରେ ବ୍ୟବହାର କରାଯାଇଥିବା ସାମଗ୍ରୀର ପରିମାଣକୁ ଆପଣ କମାଇ ସବୁ ସାମଗ୍ରୀରୁ ଅଧା ଅଧା ପକାଇ କାଢା ପ୍ରସ୍ତୁତ କରନ୍ତୁ । ଏହା ସହ ସେହି କାଢାକୁ ୩ ମାସ ପର୍ଯ୍ୟନ୍ତ ଦିନକୁ ଥରେ ଲେଖାଏଁ ସେବନ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ବହୁ ମାତ୍ରାରେ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ । ଧନ୍ୟବାଦ