ବନ୍ଧୁଗଣ ପ୍ରତେକ ବାପା ମା ଚିନ୍ତା କରିଥାନ୍ତି ପୁଅ ଜନ୍ମ କରିଲେ ସେମାନଙ୍କର କୁଳ ଉଦ୍ଧାର ହେବ । ମୃତ୍ୟୁ ବେଳେ ପୁଅ ମୁହଁ ରେ ନିଆଁ ଦେବ । କିନ୍ତୁ ପୁଅ ଥାଇ ବି ଆଜିକାଲି ବାପା ମା ଙ୍କୁ ପଚାରୁ ନାହାନ୍ତି । ଏଭଳି ଅମାନବୀୟ ଘଟଣା ଆଜିର ସଭ୍ଯ ସମାଜ କୁ ପରିହାସ କରୁଛି । ତେବେ ଆଜିର ସଭ୍ଯ ସମାଜ ରେ ପୁଅ ଜନ୍ମ କରି ବାପା ମା ପରିଣତ ବୟସରେ ଦୁଃଖ ରେ ଦିନ କାଟୁଛନ୍ତି । ଏମିତି କି ବାପା ମା ଙ୍କର ଶେଷ ସମୟରେ ମଧ୍ୟ ପୁଅ ମାନେ ପଚାରୁ ନାହାନ୍ତି ।
ହଁ ଦର୍ଶକ ବନ୍ଧୁ ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଜଡା ବ୍ଲକ ଅନ୍ତର୍ଗତ ଚମକପୁର ଗାଁ ରେ । 87 ବର୍ଷୀୟ ପୁରନ୍ଦର ଦାସ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ତାଙ୍କର ଦୁଇ ପୁଅ ଥାଇ ମଧ୍ୟ ଦେଖା ମିଳି ନ ଥିଲା । ଏମିତି ରେ ସ୍ଵେଛା ସେବି ସଂଘଠନ ସହାୟତାରେ ଗାଁ ମସାଣି ରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଛି ।
କାହ୍ନୁପୁର ବୃହତ୍ତ ଜଳସେଚନ ପ୍ରକଳ୍ପ କାରଣରୁ ଗାଁ ବିସ୍ଥାପିତ ହୋଇଗଲା । ଯାହା କ୍ଷତିପୂରଣ ସରକାର ଙ୍କ ଠାରୁ ମିଳିଥିଲା ତାହା ପୁରନ୍ଦର ଦଶା ନିଜର ଦୁଇ ପୁଅ ଓ ସ୍ତ୍ରୀ ପ୍ରତିମା କୁ ଦେଇ ଦେଇଥିଲେ । ଦୁଇ ପୁଅ କେନ୍ଦୁଝର ରେ ଘର କରି ବେଶ ଆନନ୍ଦ ରେ ରହୁଛନ୍ତି । ହେଲେ ଏପଟେ ଦୁଃଖ ରେ ଭାଙ୍ଗି ପଡିଥିବା ବୃଦ୍ଧ ଦମ୍ପତି ଏଣେତେଣେ ବୁଲି ଆଶ୍ରୟ ଖୋଜୁ ଥିଲେ ।
ଜଣେ ସହୃଦୟ ବ୍ୟକ୍ତି ଗତ ଜୁଲାଇ ମାସରେ ବୃଦ୍ଧ ଦମ୍ପତି ଙ୍କୁ ଚମ୍ପୁଆ ରାମଲାଲ ସ୍ଥିତ ବୃଦ୍ଧାଶ୍ରମ ହାପି ହୋ ରେ ଛାଡିଥିଲେ । ଗତ ଶନିବାର ଦିନ ପୁରନ୍ଦର ମେଡିକାଲ ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୃଦ୍ଧାଶ୍ରମ ର ପ୍ରଚେଷ୍ଟା ପରେ ଶେଷ ସମୟରେ ତାଙ୍କ ଝିଅ, ନାତି ଉପସ୍ଥିତ ହୋଇଥିଲେ ମଧ୍ୟ ଦୁଇ ପୁଅଙ୍କର ଦେଖା ଦର୍ଶନ ମିଳି ନ ଥିଲା ।
ଏମିତି କି ଦୁଇ ପୁଅ ମୃତ ଦେହ ନେବା ପାଇଁ ମଧ୍ୟ ଆସି ନ ଥିଲେ । ସତରେ ଏଭଳି ପୁଅ ଜନ୍ମ କରି ଆଜି ବାପା ନିଜକୁ ଧିକାର କରୁଥିବେ ନିଶ୍ଚୟ । ବାପା ମା ଙ୍କ ଶେଷ ସମୟରେ ପୁଅ ମାନଙ୍କର ଏଭଳି କାର୍ଯ୍ୟ କଳାପ ସତରେ ନିନ୍ଦନୀୟ ଓ ଲଜ୍ୟାଜନକ ଅଟେ । ଏହି ଘଟଣାକୁ ନେଇ ଏବେ ପୁରନ୍ଦର ଙ୍କ ଦୁଇ ପୁଅ ଙ୍କୁ ସମସ୍ତେ ନିନ୍ଦା କରୁଛନ୍ତି ଓ କହୁଛନ୍ତି ଏମିତି ପୁଅ ଜନ୍ମ କରିବା ଅପେକ୍ଷା ପୁଅ ଜନ୍ମ ନ କରିବା ଭଲ ହେବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।