ବାପାଙ୍କ ପରେ ମା’ ଗୀତା ମେହେତା ଙ୍କ ମୃତ୍ୟରେ ଏକା ହୋଇଗଲେ ଆଦିତ୍ୟ ମେହେତା…

ନମସ୍କାର ବନ୍ଧୁଗଣ । ପ୍ରଥମେ ବାପା ଆରପାରିକୁ ଚାଲି ଯାଇଥିଲେ । ଆଉ ଏବେ ମା ଙ୍କର ଦେହାନ୍ତ ଘଟିଲା । 5 ବର୍ଷ ଭିତରେ ଏକ ସହ ବାପା ମା ଡକା ଡାକି ହୋଇ ଚାଲିଗଲେ । ଏବେ ସବୁ ଦିନ ପାଇଁ ଏକ ହୋଇ ଯାଇଛନ୍ତି ଗୀତା ମେହେତା ଙ୍କ ପୁଅ ଆଦିତ୍ୟ ସିଂହ ମେହେତା । 2019 ଡିସେମ୍ବର 31 ତାରିଖରେ ବାପା ସୋନି ମେହେତା ଙ୍କର ମାତ୍ର 77 ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

ଆଉ ଏବେ ମା ସବୁ ଦିନ ପାଇଁ ପୁଅକୁ ଏକା କରି ଚାଲି ଯାଇଛନ୍ତି । ଶ୍ରୀମତୀ ଗୀତା ମେହେତା ଗତ 2 ବର୍ଷ ହେବ ପାରାଲିଶିଷ ଓ ବାର୍ଦ୍ଧକ୍ୟ ଜନକ ରୋଗରେ ପୀଡିତ ଥିଲେ । ଆଉ ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଆଉ ଶେଷରେ ଡାକ୍ତର ଶ୍ରୀ ମେହେତା ଙ୍କୁ ମୃତ ଘୋଷଣା କରିଥିଲେ । ଆଦିତ୍ୟ ଙ୍କ ବାପା ମଧ୍ୟ ରୋଗରେ ଆକ୍ରାନ୍ତ ହେବା ପରେ ଆରପାରିକୁ ଚାଲି ଯାଇଥିଲେ ।

ଆଦିତ୍ଯ ତାଙ୍କ ଜୀବନରେ ସବୁଠୁ ଅଧିକ ତାଙ୍କ ବାପା ମା ଙ୍କୁ ଅଧିକ ଭଲ ପାଉଥିଲେ । ଆଉ ଯେଉଁ ମାନେ ଆଜି ତାଙ୍କ ପାଖରେ ନାହାନ୍ତି । ମା ଙ୍କ ଜୁଇ ଜଳିବା ଦେଖି ପୁଅ ଆଦିତ୍ୟ ଭାଙ୍ଗି ପଡିଛନ୍ତି । ଆମେରିକା ରୁ ପୁଅ ଫେରିବା ପରେ ଗୀତା ମେହେରା ଙ୍କର ଶେଷକୃତ୍ୟ ହୋଇଛି । ପୁଅ ଆଦିତ୍ୟ ମା ଙ୍କୁ ଜୁଇ ରେ ମୁଖାଗ୍ନି ଦେଇଥିଲେ ।

ଆଦିତ୍ୟ ଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ । 1943 ମସିହା ରେ ଜନ୍ମଗ୍ରହଣ କରିଥିବା ଗୀତା ମେହେତା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକ ଙ୍କର ଏକମାତ୍ର ଝିଅ ଥିଲେ । ପାଠ ପଢା ସରିବା ପରେ ବ୍ରିଟେନ ରେ କେମ୍ବ୍ରିଜ ବିଶ୍ଵ ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ହାସଲ କରିଥିଲେ ଗୀତା ମେହେତା ।

ଏହା ପରେ 1965 ରେ ସେ ଆମେରିକା ସ୍ଥିତ ଅଲଫ୍ରେଡ-ଏ ନୋଟ ପ୍ରକାଶିତ ସଂସ୍ଥା ର ମୁଖ୍ୟ ସୋନି ମେହେତା ଙ୍କୁ ବିବାହ କରିଥିଲେ । ଆଉ 2019 ରେ ସୋନି ମେହେତା ଙ୍କର ପରଲୋକ ଘଟିଥିଲା । ତେବେ ବାପା ମା ଉଭୟ ଙ୍କୁ ହରାଇ ଏବେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ପୁଅ ଆଦିତ୍ୟ ମେହେତା । ଏବେ ସାରା ଜୀବନ ଏକା ହୋଇ ବଞ୍ଚିବାକୁ ହେବ ଆଦିତ୍ୟ । ଆଉ ଜୀବନରେ ଆଗକୁ ବଢିବାକୁ ହେବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।