ବାପା ପୁଅ ସ୍କୁଲ ବାହାରି ପଡିଥିଲେ କିନ୍ତୁ ରାସ୍ତାରେ ଘଟିଲା ଏମିତି ଭୟଙ୍କର ଦୁର୍ଘଟଣା ଆଉ ତା ପରେ…

ସକାଳୁ ସକାଳୁ ବାପା ଓ ପୁଅ ମିଶି ସ୍କୁଲ କୁ ବାହାରି ଥିଲେ । ପୁଅକୁ ସ୍କୁଲ ରେ ଛାଡି ସେ ନିଜେ ସ୍କୁଲ ଜୁ ଯାଇଥାନ୍ତେ । ଆଉ ପିଲାଙ୍କୁ ପାଠ ପଡଝାଇ ଥାନ୍ତେ । କିନ୍ତୁ ସେ କଣ ଜାଣିଥିଲେ କି ଏଥର ସ୍କୁଲ ଯିବା ପାଇଁ ତାଙ୍କ ପାଇଁ ଶେଷ ସ୍କୁଲ ଯିବା ହୋଇଯିବ ବୋଲି । ଅଧା ବାଟ ରେ ଘଟିଥିଲା ଏଭଳି ଭୟଙ୍କର ଦୁର୍ଘଟଣା । ହଁ ଦର୍ଶକ ବନ୍ଧୁ ବାପା ପୁଅକୁ ନେଇ ସ୍କୁଲ ଯାଉଥିବା ସମୟରେ ବେଶ ଖୁସି ଥିଲେ । କେମିତି କେଜାଣି ତାଙ୍କ ଖୁସି ଉପରେ ବୋଧ ହୁଏ କାହାର ନଜର ଲାଗିଥିଲା ।

ରାସ୍ତା ରେ ଭୟଙ୍କର ଦୁର୍ଘଟଣା କାରଣରୁ ପୁଅର ଟିଫିନ ରାସ୍ତା ରେ ପଡି ରହିଛି । କିନ୍ତୁ ବାପାଙ୍କର ଜୀବନ ଚାଲିଗଲା । ଆଉ 10 ବର୍ଷର ପୁଅ ମଧ୍ୟ ଗୁରୁତର ହୋଇ ପଡିଛି । କୁନି ପୁଅ ଟି ସବୁ ଦିନ ପାଇଁ ବାପା କୁ ହରାଇ ବସିଲା । ପୁଅ ମୁଣ୍ଡରୁ ସବୁ ଦିନ ପାଇଁ ବାପାର ହାତ ଉଠିଗଲା । ପୁଅ ବାପା ଛେଉଣ୍ଡ ହୋଇଗଲା । ଆଉ କିଛି ବାଟ ଥିଲା ବାପା ପୁଅ ସ୍କୁଲରେ ପହଞ୍ଚି ଥାନ୍ତେ । କିନ୍ତୁ ତା ପୂର୍ବରୁ ଏମିତି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଗଲା ।

ଯେଉଁ ଦୁର୍ଘଟଣାରେ ବାପାର ଜୀବନ ଚାଲିଗଲା । ଆଉ ଗୁରୁତର ଅବସ୍ଥାରେ ଜୀବନ ମରଣ ସହ ସଂଘର୍ଷ କରୁଛି ପୁଅ ମେଡିକାଲ ରେ । ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା କାଲିମେଳା ଥାନା ଠାରୁ ମାତ୍ର 1 କିମି ଦୂରରେ ଥିବା ରାଇସ ମିଲ ନିକଟରେ । ସୂଚନା ଅନୁଯାୟୀ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଏମବି ଚୌଧୁରୀ ସ୍କୁଲର ଶିକ୍ଷକ ଅଜୟ କୁମାର ମହାନ୍ତି ।

ସେ କାଲିମେଳା ହନୁମାନ ସାହି ରେ ରହୁଥିଲେ । ପ୍ରତିଦିନ ଭଳି ଆଜି ବି ନିଜ ପୁଅ କୁ ବାଇକ ରେ ମାଲକାନାଗିରି ର  ଏକ ସ୍କୁଲରେ ଛାଡିବାକୁ ଯାଉଥିଲେ ବାପା । କିନ୍ତୁ ମାଲକାନାଗିରି ରୁ କାଲିମେଳା ଅଭିମୁଖେ ଆସୁଥିବା ଏକ ପିକଅପ ଭ୍ୟାନ ଅଜୟ ଙ୍କ ବାଇକ କୁ ଧକ୍କା ଦେବା ସହ ଅଜୟ ଙ୍କ ଉପରେ ଚଢି ଯାଇଥିଲା । ଏହି ଦୁର୍ଘଟଣାରେ ଅଜୟଙ୍କର ହେଲମେଟ ଫାଟି ଯାଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଜୟଙ୍କର ଗୋଟେ ହାତ ଓ ଗୋଡ ସମ୍ପୂର୍ଣ ନ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିଲା । ଏହା ସହ ହେଲମେଟ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଥିଲା । ଏହା ସହ ବାପା ପଛରେ ବସିଥିବା 10 ବର୍ଷର ପୁଅ ର ଗୋଡ ଭାଙ୍ଗି ଯାଇଛି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆମ୍ବୁଲାନ୍ସ ଯୋଗେ ମାଲକାନାଗିରି ମେଡିକାଲ ରେ ପୁଅକୁ ସ୍ଥାନାନ୍ତର କରା ଯାଇଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦୁର୍ଘଟଣା ପରେ ପିକ ଅପ ଭ୍ୟାନର ଗାଡି ଡ୍ରାଇଭର କୁଆଡେ ଫେରାର ହୋଇ ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।