ବାପା ନିଜର 10 ମାସର ଶିଶୁ କନ୍ୟା କୁ ଧରି ନଦୀ କୁ ଡେଇଁଲା ଜାଣନ୍ତୁ ପୁରା ଘଟଣା ।

9 ମାସର ଛୁଆକୁ ଧରି ବାପା ନଦୀ କୁ ଡେଇଁଲା । ହଁ ଦର୍ଶକ ବନ୍ଧୁ ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସଦର ଥାନା ସାଇଁନ୍ଦା ନିକଟରେ । 9 ମାସର ଛୁଆକୁ ଧରି ବାପା ସୁଦୁଆ ନଦୀ କୁ ଡେଇଁ ପଡି ଥିବାର ଜଣା ପଡିଛି । ପାରିବାରିକ କଳହ କାରଣରୁ ବାପା ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକ ନଦୀ ରୁ ଛୁଆକୁ ଉଧାର କରିଛନ୍ତି କିନ୍ତୁ ବାପାଙ୍କର ଏ ଯାଏଁ ସନ୍ଧାନ ମିଳି ନାହିଁ ।

ସ୍ଥାନୀୟ ଲୋକେ ଛୁଆକୁ ଉଧାର କରି ମେଡିକାଲ ରେ ଭର୍ତ୍ତି କରିଛନ୍ତି । ଅଗ୍ନିସମ ବାହିନୀ ପକ୍ଷରୁ ଏ ନେଇ ଖୋଜା ଖୋଜି ଚାଲିଛି । ସୂଚନା ଅନୁଯାୟୀ ପ୍ରକାଶ ଚନ୍ଦ୍ର ପ୍ରଧାନ ନିଜର 10 ମାସର ଶିଶୁ କନ୍ୟା ଙ୍କୁ ଧରି ନଦୀ କୁ ଡେଇଁ ପଡିଛନ୍ତି । ତାଙ୍କ ଘର କନ୍ଦରପୁର ରେ । କିନ୍ତୁ କଟକ ରେ ତାଙ୍କର ଶ୍ଵଶୁର ଘର । ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଏବେ ଉଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ ପ୍ରକାଶ ଚନ୍ଦ୍ର ଦୀର୍ଘ ଦିନ ହେବ ନିଜ ସ୍ତ୍ରୀ ଙ୍କୁ ଅତ୍ୟାଚାର କରିବା ସହ ତାଙ୍କ ସହ ଗଣ୍ଡୋଗୋଳ କରି ଆସୁଥିଲେ । ଗତ କାଲି ମଧ୍ୟ ତାଙ୍କ ସ୍ତ୍ରୀ ଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଆଜି ସକାଳୁ ମଧ୍ୟ ସ୍ତ୍ରୀ ଙ୍କ ସହ ଝଗଡା ହେବା ପରେ ପ୍ରକାଶ ଚନ୍ଦ୍ର ଝିଅ କୁ ଧରି ମନ୍ଦିର ଯାଉଛନ୍ତି ବୋଲି ଘରେ କହି ବାହାରି ଥିଲେ । ମନ୍ଦିର ନାଁ କହି ସେ ନଦୀ କୁ ଡେଇଁ ପଡିଥିବା ସୂଚନା ମିଳିଛି ।

ଏ ନେଇ ସ୍ଥାନୀୟ ଲୋକେ କହୁଛନ୍ତି ଯେ ଯେବେ ସେମାନେ ପ୍ରକାଶ ଙ୍କୁ ତାଙ୍କ ଝିଅ ସହ ଦେଖିଥିଲେ ସେମାନେ ନଦୀ ପାଖକୁ ଯିବାକୁ ଅଟକାଇ ଥିଲେ । କିନ୍ତୁ ପ୍ରକାଶ କାହାର କଥା ନ ଶୁଣି ତାଙ୍କ ପାଖକୁ ଆସିଲେ ଢେଲା ମାରିବେ ବୋଲି କହିଥିଲେ । ତେବେ ସ୍ଥାନୀୟ ଲୋକେ କିନ୍ତୁ ପ୍ରକାଶ ଙ୍କ ପିଛା କରିଥିଲେ କିନ୍ତୁ ଅଟକାଇ ପାରି ନ ଥିଲେ ।

ଆଉ ଦେଖୁ ଦେଖୁ ପ୍ରକାଶ ଚନ୍ଦ୍ର ନିଜ ଶିଶୁ କନ୍ୟା ଙ୍କୁ ଧରି ପାଣି କୁ ଡେଇଁ ପଡିଲେ । ଏହା ପରେ ସ୍ଥାନିୟ ଲୋକେ ସଙ୍ଗେ ସଙ୍ଗେ ଛୁଆ କୁ ଉଧାର କରିବାରେ ସଫଳ ହୋଇଗଲେ । କିନ୍ତୁ ଏ ଯାଏଁ ପ୍ରକାଶ ଙ୍କର କୌଣସି ପତ୍ତା ମିଳି ନାହିଁ ।  ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।