ବୁଲିବା ସମୟରେ ଯଦି ବାନ୍ତି ହେଉଛି, ତେବେ କରନ୍ତୁ ଏହି ସରଳ ଉପାୟ, ସାଙ୍ଗେ ସାଙ୍ଗେ..

ବୁଲିବା ସମସ୍ତଙ୍କୁ ପସନ୍ଦ । କିନ୍ତୁ କିଛି ଲୋକଙ୍କୁ ଯାତ୍ରା କରିବା ସମୟରେ ବାନ୍ତି ହୋଇଥାଏ । ଏମିତିରେ ତାଙ୍କର ଯାତ୍ରାର ସବୁ ମଜା ଶେଷ ହୋଇଯାଇଥାଏ । ତା ସହିତ ଜେଉଁଲୋକ ସେମାନଙ୍କ ସହିତ ଯାତ୍ରା କରନ୍ତି ସେମାନେ ମଧ୍ୟ ସମସ୍ୟାରେ ପଡିଥାନ୍ତି …ଯଦି ଯାତ୍ରା ସମୟରେ ଆପଣଙ୍କ ସହିତ କିଛି ଏମିତି ହେଉଥାଏ ଆଜି ଆମେ ଆପଣଙ୍କ ପାଇଁ ଏଥିରୁ ମୁକ୍ତି ପାଇବାର ଉପାୟ ଆଣିଛୁ । ଏହି ଉପାୟ ଦ୍ଵାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବେ ଓ ଖୁସିରେ ଯାତ୍ରାର ମଜା ନେଇପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

Image courtesy: Google

1 । ଯାତ୍ରା ସମୟରେ ଆପଣଙ୍କୁ ଅଳ୍ପ ଖାଇବା ଆବଶ୍ୟକ । ଏମିତିରେ ଆପଣ ଯାତ୍ରା ସମୟରେ ଫଳ ମଧ୍ୟ ଖାଇପାରିବେ ଓ ବିଶେଷ କରି ଯାତ୍ରା ସମୟରେ କମଳା ଖାଇବା ଭଲ ହୋଇଥାଏ । ଏଥି ପାଇଁ ଆପଣଙ୍କର ବାନ୍ତି ହୋଇନଥାଏ ।

2। ଯାତ୍ରା ସମୟରେ ବାନ୍ତିରୁ ବଞ୍ଚିବା ପାଇଁ ଲବଙ୍ଗ ଖାଇବା ଭଲ ହୋଇଥାଏ । ଏଥି ପାଇଁ ଆପଣ ଯାତ୍ରାରେ ବାହାରିବା ପୂର୍ବରୁ ଘରୁ ଲବଙ୍ଗ ପେଶି ବା ଗୁଣ୍ଡ କରି ଡବାରେ ଭରି ନେଇଯାନ୍ତୁ । ପରେ ଯେବେ ଆପଣଙ୍କୁ ବାନ୍ତି ଲାଗୁଥିବ କେବଳ ଗୋଟିଏ ଚିମୁଟ ଏହି ଲବଙ୍ଗ ଗୁଣ୍ଡକୁ ବିଟଲୁଣ ସହିତ ଖାଆନ୍ତୁ । ଏଥିରେ ଆପଣଙ୍କର ବାନ୍ତି ଭଲ ହୋଇଯିବ ।

Image courtesy: Google

3 । ବାନ୍ତି ସହିତ କିଛି ଲୋକଙ୍କୁ ଯାତ୍ରା ସମୟରେ ମୁଣ୍ଡ ମଧ୍ୟ ବୁଲାଇଥାଏ । ଯଦି ଆପଣଙ୍କୁ ଯାତ୍ରା ସମୟରେ ଏପରି ଲାଗୁଥାଏ ତେବେ ଆପଣ ଲେମ୍ବୁର ଏକ ପତଳା ଖଣ୍ଡ ବିଟଲୁଣ ସହିତ ଖାଆନ୍ତୁ । ଏଥିରୁ ଆପଣଙ୍କୁ ଭଲ ଲାଗିବ ଓ ମୁଣ୍ଡ ବୁଲାଇବା ମଧ୍ୟ ଭଲ ହୋଇଯିବ ।

4 । ଚା ପିଇବା ମଧ୍ୟ ଯାତ୍ରା ପାଇଁ ଭଲ ହୋଇଥାଏ । ଏମିତିରେ ଯାତ୍ରା ସମୟରେ ଯେତେବେଳେ ବାନ୍ତି ଲାଗୁଥିବ ତେବେ ଅଦାର ଚା ପିଅନ୍ତୁ । ଏହା ସହିତ କେବଳ ଅଦା ଖାଇବା ଏପରି ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିପାଇଁ ଆପଣ ଯାତ୍ରା ସମୟରେ ଆପଣଙ୍କ ପାଖରେ ଛୋଟ ଅଦା ଖଣ୍ଡେ ରଖନ୍ତୁ ଯେତେବେଳେ ଆପଣଙ୍କୁ ବାନ୍ତି ଲାଗୁଥିବ ଏହାକୁ ଖାଇ ପାରିବେ ।

Image courtesy: Google

5 । ଯାତ୍ରା ସମୟରେ ଚକୋଲେଟ ମଧ୍ୟ ଆପଣଙ୍କ ମାଇଣ୍ଡକୁ ଠିକ ରଖିଥାଏ । ଏମିତିରେ ଯାତ୍ରା ସମୟରେ ସବୁବେଳେ ନିଜ ସାଥିରେ କିଛି ଚକୋଲେଟ ବା କ୍ୟାଣ୍ଡି ରଖନ୍ତୁ । ଯେତେବେଳେ ଆପଣଙ୍କୁ ଭଲ ଲାଗୁନଥିବ ଏହାକୁ ଖାଇପାରିବେ । ମନ ସହିତ ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ଲାଗିବ ।

ତେବେ ଏହା ହେଲା କିଛି ଉପାୟ ଯାହାକୁ କରି ଯାତ୍ରା ସମୟରେ କେବଳ ଆପଣଙ୍କର ମୁଡ ଠିକ ରଖିବ ତା ନୁହେଁ ଆପଣ ଖୁସିରେ ଯାତ୍ରାର ଆନନ୍ଦ ମଧ୍ୟ ଉଠାଇପାରିବେ । ଏହିଭଳି ସ୍ୱାସ୍ଥ୍ୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଏହି ଟିପ୍ସ କୁ ଆପଣଙ୍କ ସାଙ୍ଗମାନଙ୍କ ସହ ଶେୟାର ନିଶ୍ଚୟ କରନ୍ତୁ।