ବାଙ୍ଗାଲାଦେଶ ରେ ପ୍ରେମ ହେଲା ମୁସ୍ଲିମ ଝିଅ ସହ ଆଉ ବିବାହ ମଧ୍ୟ ହେଲା, କିନ୍ତୁ ପ୍ରେମିକ ବିରେନ୍ଦ୍ର ସ୍ତ୍ରୀ ରୁମା ଙ୍କୁ ଛାଡି ଦ୍ଵିତୀୟ ବିବାହ କରିଛନ୍ତି ।

ନମସ୍କାର ବନ୍ଧୁଗଣ । ସୀମା ପାର ହୋଇଥିବା କାହାଣୀ ଅନେକ ଥର ଶୁଣିବାକୁ ମିଳିଛି । ସେ ରିଲ ହେଉ କି ରିୟଲ ରେ ହେଉ ଅନେକ ଥର ଦେଖିବାକୁ ମିଳିଛି । ଏଇ ଏବେ ଏବେ ନିଜ ପ୍ରେମିକ କୁ ପାଇବା ପାଇଁ ପାକିସ୍ତାନ ରୁ ସୀମା ନାମକ ମହିଳା ଭାରତ କୁ ଚାଲି ଆସିଥିଲେ । ଓ ଭାରତର ଅଞ୍ଜୁ ପାକିସ୍ତାନ ଯାଇଥିଲା ନିଜ ପ୍ରେମ ପାଇଁ ଏହା ମଧ୍ୟ ଦେଖିବାକୁ ମିଳିଥିଲା । ତାହା ସମସ୍ତଙ୍କୁ ଜଣା ଅଛି ।

ବର୍ତ୍ତମାନ ବାଙ୍ଗାଲଦେଶ ରୁ ବାଲେଶ୍ଵର କୁ ଲମ୍ବିଥିବା ସେମିତି ଏକ ସୀମା ପାର ସମ୍ପର୍କ ର କାହାଣୀ ସାମ୍ନା କୁ ଆସିଛି । ଯାହା ସବୁ କାହାଣୀ ଠାରୁ ପୁରା ଭିନ୍ନ ରହିଛି । କାରଣ ଏହି କାହାଣୀରେ ପ୍ରେମିକା ଜାଣିଛି ପ୍ରେମିକର ବାହାଘର ସରିଛି । ତଥାପି ପ୍ରେମିକା ଜିଦ ଧରିଛି ପ୍ରେମିକ ପାଖରେ ରହିବ । ଆଉ ସ୍ତ୍ରୀ ର ମାନ୍ୟତା ପାଇଁ । ବାଙ୍ଗାଲଦେଶ ବରଧାନା ଜିଲ୍ଲା ଆମତୋଲି ଅଞ୍ଚଳର ରୁମା ମାରିୟମ ।

ତାଙ୍କ ପ୍ରେମିକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା କମର୍ଦା ଥାନା କୁଧା କୁଶିମୀର ବିରେନ୍ଦ୍ର ଭଞ୍ଜ ପ୍ରଧାନ । ରୁମା କହିଛନ୍ତି କି ବିରେନ୍ଦ୍ର ତାଙ୍କର ପ୍ରେମିକ । ଯାହାଙ୍କୁ ସେ ଗତ 6 ବର୍ଷ ତଳେ ବିବାହ କରିଛନ୍ତି । ଏବେ କିନ୍ତୁ ବିରେନ୍ଦ୍ର ତାଙ୍କୁ ଛାଡି ଆସିଛନ୍ତି । ଏମିତିକି ବିରେନ୍ଦ୍ର ଦ୍ଵିତୀୟ ବିବାହ ମଧ୍ୟ କରି ନେଇଛନ୍ତି । ଶେଷରେ ନିଜର ପ୍ରେମିକ କୁ ପାଇବା ପାଇଁ ବାଙ୍ଗାଲଦେଶ ରୁ ଖୋଜି ଖୋଜି ଆସି ରୁମା ମାରିୟମ ବାଲେଶ୍ଵର ରେ ପହଞ୍ଚି ଯାଇଛନ୍ତି ।

ତେବେ ଏଠାରେ କହି ରଖୁଚୁ କି ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ବାଙ୍ଗାଲଦେଶ ରେ ଆଉ ଏବେ ପ୍ରେମିକ କୁ ଖୋଜି ଆସିଛନ୍ତି ବାଲେଶ୍ଵର ରେ । ରୋମା ଙ୍କ ଅଭିଯୋଗ ଅନୁଯାୟୀ ପଶ୍ଚିମବଙ୍ଗ ଦିକ୍ଷା ରେ ରହଣି ସମାରେ ଫେସବୁକ ଜରିଆରେ ସେ ବିରେନ୍ଦ୍ର ସହ ସମ୍ପର୍କ ରେ ଆସିଥିଲେ । ତା ପରେ ହୋଇଥିଲା ଦେଖା ସାକ୍ଷାତ । ଆଉ ବଢିଥିଲା ଅନ୍ତରଙ୍ଗତା ଆଉ ପରବର୍ତ୍ତୀ ସମୟରେ ବିରେନ୍ଦ୍ର ରୋମାଙ୍କୁ ଦେଖା କରିବାକୁ ବାଙ୍ଗାଲଦେଶ ଯାଇଥିଲେ ।

ସେଠାରେ ଦୁହିଙ୍କର ପ୍ରେମ କାହାଣୀ ଆରମ୍ଭ ହେଲା । ଆଉ 6 ବର୍ଷ ତଳେ ମୁସ୍ଲିମ ରୀତିନୀତି ଅନୁଯାୟୀ ମୌଲାନ ଙ୍କ ଉପସ୍ଥିତିରେ ବାଙ୍ଗାଲଦେଶ ରେ ଉଭୟ ବିବାହ କରିଥିବା ନେଇଏ ଦାବି କରିଛନ୍ତି ତ୍ରୋମା । ତେବେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ରେ ସତ୍ୟତା କେତେ, ସତରେ କଣ ରୋମା ବିରେନ୍ଦ୍ର ବିବାହ କରିଛନ୍ତି । ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ ।

କିନ୍ତୁ ରୋମା ଦେଖାଇ ଥିବା ଫୋଟୋ ଓ ଭିଡିଓ ରେ ଦୁହିଙ୍କୁ ଏକାଠି ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ବିରେନ୍ଦ୍ର ଏବେ କେଉଁଠି ତାହା ଜଣା ପଡି ନାହିଁ । ବର୍ତ୍ତମାନ ସୁଧା ବିରେନ୍ଦ୍ରଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।