ବାଲେଶ୍ଵର ରେ ନବ ବଧୁ ଶେଷ ଚିଠିରେ ନିଜ ସ୍ବାମୀଙ୍କ ପାଇଁ ଦୁଇ ଶବ୍ଦ ଲେଖି ଜୀବନ ହାରିଛନ୍ତି…

ଗେଲୁ ମୁଁ ସବୁ ଦିନ ପାଇଁ ତୁମକୁ ଛାଡି ଚାଲି ଯାଉଛି । ତୁମ ଭଳି ସ୍ଵାମୀ ପାଇ ମୁଁ ବହୁତ ଭାଗ୍ୟବତୀ ମନେ କରୁଛି । ହେଲେ କିଛି ଏମିତି କଥା ଅଛି ଯାହା ମୁଁ କାହାକୁ କହିପାରୁନି । ସେଥିପାଇଁ ନିଜର ଜୀବନ ହାରୁଛି । ହଁ ଦର୍ଶକ ବନ୍ଧୁ ନିଜର ଶେଷ ଚିଠି ରେ କିଛି ଏମିତି ଲେଖି ଯାଇଛି ଜଣେ ନବ ବଧୁ ଯାହାକୁ ନେଇ ଏବେ ପୁରା ବାଲେଶ୍ଵର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ସହରର ସହଦେବଖୁଣ୍ଟା ରେ ଘଟିଛି ଅଭାବନୀୟ ଘଟଣା ।

ମୃତ ମହିଳା ହେଉଛନ୍ତି ଇତିଶ୍ରୀ । ଘରର କାନ୍ଥରେ ଶୁଭ ବିବାହ ନ ଲିଭୁଣୁ ଇତିଶ୍ରୀ ଙ୍କ ଜୀବନ ଦୀପ ଲିଭି ଯାଇଛି । 3 ବର୍ଷ ତଳେ ଇତିଶ୍ରୀ ସହଦେବଖୁଣ୍ଟା ର କାର୍ତ୍ତିକ ପଣ୍ଡା ଙ୍କ ପୁଅ ରାଜେଶଙ୍କୁ ବିବାହ କରିଥିଲେ । ବିବାହ ପରେ ସବୁ କିଛି ଠିକଠାକ ଚାଲିଥିଲା । ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଇତିଶ୍ରୀ ବାପଘରକୁ ଯାଇଥିଲେ । ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଖିଆପିଆ କରି ଶାଶୁଘରକୁ ଫେରିଥିଲେ ଇତିଶ୍ରୀ ।

ହେଲେ ତା ପର ଦିନ ହଠାତ ତାଙ୍କର ମୃତ ଦେହ ମିଳିବ ବୋଲି କେହି କେବେ କଳ୍ପନା କରି ନ ଥିଲେ । ସୂଚନା ଅନୁଯାୟୀ ଗୁରୁବାର ଦିନ ଇତିଶ୍ରୀ ରୋଷେଇ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ସ୍ଵାମୀ ଅଫିସ ଯାଇଥିଲେ । ଆଉ ତା ପରେ ସେ ଆତ୍ମହତ୍ୟା କରିଥିଲେ । ହେଲେ କାହିଁକି ଜୀବନ ହାରିବାକୁ ନିସ୍ପତି ନେଲେ ଇତିଶ୍ରୀ ତାହାର ଉତ୍ତର କାହା ପାଖରେ ନାହିଁ ।

ଖବର ପାଇବା ପରେ ତାଙ୍କର ମୃତ ଦେହକୁ ବ୍ୟବଛେଦ ପାଇଁ ପୋଲିସ ପଠାଇ ଥିଲା । ହେଲେ ଝିଅ ଆତ୍ମହତ୍ୟା କରିଥିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଇତିଶ୍ରୀ ଙ୍କ ବାପଘର ଲୋକେ । ବାପଘର ଲୋକେ ଅଭିଯୋଗ କରିଛନ୍ତି ଶାଶୁଘର ଲୋକେ ଝିଅକୁ ମାରି ଟାଙ୍ଗୀ ଦେଇଛନ୍ତି । ଖାଲି ଏତିକି ନୁହେଁ ଇତିଶ୍ରୀ ଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ମାରିବା ପୂର୍ବରୁ ସୁସାଇଟ ନୋଟ ଲେଖି ମର୍ଡର କରା ଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ ।

ସେପଟେ ଇତିଶ୍ରୀ ଙ୍କ ସ୍ଵାମୀ ଙ୍କୁ ପୋଲିସ ହେପାଜତ ରେ ନେଇଥିବା ଏଲେ ଜା, ଦେହଦ୍ସୁର ଫେରାର ହୋଇଛନ୍ତି । ଶାଶୁ ଙ୍କ ଅପେକ୍ଷା ଜା ଅଧିକ ନିର୍ଯ୍ୟାତନା ଦେଉଥିବା କଥା ଏବେ ଇତିଶ୍ରୀ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଇତିଶ୍ରୀ ଙ୍କର ପୂର୍ବରୁ 2 ଥର ଗର୍ଭପାତ ହୋଇଥିବା ବେଳେ ଏ ନେଇ ତାଙ୍କ ଜା ନାନା କଥା ଶୁଣାଉଥିଲେ ।

ଏମିତିକି ଇତିଶ୍ରୀ ଙ୍କ ଜା ତାଙ୍କର ଭଲ ମନ୍ଦ କଥାରେ ମୁଣ୍ଡ ପୁରାଇ ଝଗଡା କରୁଥିଲେ । ଶାଶୁ, ଶ୍ଵଶୁର ସବୁ ଶୁଣି ଚୁପ ରହୁଥିବାରୁ ଝଗଡା ଉଗ୍ର ରୂପ ନେଇଥିଲା । ଆଉ ଏବେ ଇତିଶ୍ରୀ ଙ୍କ ଜୀବନ ଚାଲି ଯାଇଛି । ଏହି ଘଟଣାକୁ ନେଇ ଏବେ ପୁରା ଜିଲ୍ଲା ରେ ଜୋର ଧରିଛି ଚର୍ଚ୍ଚା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।