ବାଇକ ବୋଲରୋ ହେଲା ଧକ୍କା, ଦୁର୍ଘଟଣାରେ ବାଇକ ଆରୋହୀଙ୍କ ଜୀବନ ଯାଇଥିବା ବେଳେ, ଘଟଣା ସ୍ଥଳରୁ ଡ୍ରାଇଭର ଫେରାର…

ନମସ୍କାର ବନ୍ଧୁଗଣ । ଆଜିକାଲି ପ୍ରାୟତଃ ସଡକ ଦୁର୍ଘଟଣା ଅଧିକାଂଶ ସମୟରେ ଦେଖା ଯାଉଛି । ଯାହା ପାଇଁ କେତେ ଯେ ଲୋକଙ୍କର ଜୀବନ ଯାଉଛି । ତେବେ ସଡକ ଦୁର୍ଘଟଣା ହେବାର ମୁଖ୍ୟ କାରଣ ଗାଡି ଚାଳକ ମାନଙ୍କର ଅବହେଳା । ଗାଡି ଚାଳକ ମାନେ ଦ୍ରୁତ ଗତି ରେ ଗାଡି ଚଲାଉ ଥିବାରୁ ଅନେକ ଲୋକଙ୍କର ସଡକ ଦୁର୍ଘଟଣାରେ ଜୀବନ ଚାଲି ଯାଉଛି । ତେବେ ଗତ କିଛି ସମୟ ହେବ ସଡକ ଦୁର୍ଘଟଣା କୁ ନେଇ ଏକ ବଡ ଖବର ଆସି ପହଞ୍ଚିଛି ।

ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଆଉ ଡେରି ନ କରି ନଜର ପକାଇବା ପୁରା ଖବର ବିଷୟରେ । କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ପରିବେଶ । ଚାରି ଆଡେ ଆଜି ଶୋକର ଛାୟା ଖେଳି ଯାଇଛି । ଆଜି ସଭିଙ୍କ ଆଖି ରେ ଲୁହ । କାରଣ ସଡକ ଦୁର୍ଘଟଣା ପରେ ମୃତକ ଙ୍କର ପରିଚୟ ମିଳିଛି । ହଁ ଦର୍ଶକ ବନ୍ଧୁ ମୁହାଁ ମୁହିଁ ହେଲା ବାଇକ ଆରୋହି ଓ ବୋଲୋର ର ।

ଆଉ ଘଟଣା ସ୍ଥଳ ରେ ହିଁ ବାଇକ ଚାଳକଙ୍କ ର ମୃତ୍ୟୁ ଘଟିଛି । ଏଭଳି ଛାତିଥରା ଦ୍ରୁଶ୍ଯ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ହୋଣ୍ଡା ସୋ ରୁମ ନିକଟରେ ଭୟଙ୍କାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୂର୍ଘଟଣାରେ ଘଟଣା ସ୍ଥଳରେ ବାଇକ ଆରୋହି ଙ୍କର ପ୍ରାଣ ବାୟୁ ଉଡି ଯାଇଛି । ଆଉ ମୃତକ ଜଣକ ହେଉଛନ୍ତି ରାରୁଆ ବ୍ଲକ ଅନ୍ତର୍ଗତ କେନ୍ଦୁଆ ନୂଆ ଗାଁ ର ଦେବଦତ୍ତ କିରଣ ।

ସେ ମଝି ଗଡିଆ ଗ୍ରାମ ପଂଚାୟତ ର ଭିଏଲ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ । ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଉଦଳା ରୁ କପ୍ତିପଦା କୁ ସଂଯୋଗ କରୁଥିବା ର ରାଜପଥରେ ଦ୍ରୁତ ଗତି ରେ ଏକ ବୋଲୋର ଆସୁଥିଲା । ଆଉ ସେହି ସମୟରେ ବାଇକ ଆରୋହି ଦେବଦତ୍ତ ଆସୁଥିଲେ । ଆଉ ବୋଲୋର ଓ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା ।

ବୋଲୋର ଚାଳକ ଜଣକ ଘଟଣା ସ୍ଥଳରୁ ଚମ୍ପଟ କାରିଥିଲା । ସ୍ଥାନୀୟ ଲୋକେ ବାଇକ ଚାଳକ ଙ୍କୁ ତୁରନ୍ତ ମେଡିକାଲ ରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଉଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋଲୋର କୁ ଜବତ କରିଛି । ଏହି ଘଟଣା ପରେ ଉଦଳା ମେଡିକାଲ ଆଗରେ ଗହଳି ଓ ଉତ୍ତେଜନା ଦେଖିବାକୁ ମିଳିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।