ବାଇକ ଅଛି ଚପଲ ପଡିଛି, ଗଛ ଉପରେ ଅଜଣା ବ୍ଯକ୍ତିର.. ପୁରା ଅଞ୍ଚଳରେ ପଡିଛି ଚହଳ!

ରାତି ପାହିଲା ବେଳକୁ ମଝି ରାସ୍ତା ରେ ଥିଲା କଳା ରଙ୍ଗର ବାଇକ । ଆଉ ରାସ୍ତା କଡ ରେ ପଡିଛି ଚପଲ । ଆଉ ଗଛ ପଛ ପଟେ ପଡିଛି ଏକ ଅଜଣା ବ୍ଯକ୍ତିର ମୃତ ଦେହ । ଯାହାକୁ ଦେଖି ସ୍ଥାନୀୟ ଲୋକ ମାନେ ଭୟଭୀତ ହୋଇ ଯାଇଥିଲେ । ହଁ ଦର୍ଶକ ବନ୍ଧୁ ସକାଳୁ ସକାଳୁ ଲୋକ ମାନେ ଜଙ୍ଗଲକୁ ଯାଇଥିବା ବେଳେ ଏଭଳି ଦ୍ରୁଶ୍ଯ ଦେଖି ସ୍ଥାନିୟ ଲୋକ ମାନେ ଚିନ୍ତାରେ ପଡି ଯାଇଛନ୍ତି । ଆଉ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଥିଲା କିଏ ଏହି ବ୍ୟକ୍ତି ?

କେମିତି ତାର ଏମିତି ମୃତ୍ୟୁ ଘଟିଛି ? ବ୍ୟକ୍ତି ଜଣକ ନିଜର ଜୀବନ ହାରିଛନ୍ତି ନା ତାଙ୍କୁ ହତ୍ୟା କରା ଯାଇଛି ? ଏମିତି ନାନା ପ୍ରଶ୍ନ ଏବେ ସାଧାରଣ ରେ ଉଙ୍କି ମାରିଛି । ରାସ୍ତା କଡ ରେ ବାଇକ ଠିଆ ହୋଇଛି । ଆଉ ବାଇକ ଡିକି ରେ ରହିଛି ଏକ ଗୋଲାପି ରଙ୍ଗର କପଡା । ଯେଉଁଥି ରେ ବ୍ୟକ୍ତିଙ୍କର ସବୁ ପରିଚୟ ପତ୍ର ରହିଛି । ଗଛ ତଳେ ବ୍ୟକ୍ତିଙ୍କ ଚପଲ ଥିବା ବେଳେ ଗଛ ଉପରେ ରହିଛି ମୃତ ଦେହ ।

ଜଣା ପଡୁଛି କି ଏ ମୃତ୍ୟୁ ସ୍ଵାଭାବିକ ନୁହେଁ । କିନ୍ତୁ କିଭଳି ଭାବେ ମୃତ୍ୟୁ ହୋଇଛି ତାହା ଏ ଯାଏଁ ଅସ୍ପଷ୍ଟ ରହିଛି । ଏହାକୁ ଦେଖି ସ୍ଥାନୀୟ ଲୋକ ମାନେ ଆତଙ୍କିତ ହୋଇ ଯାଇଥିବା ବେଳେ ଗାଁ ରେ ଖେଳି ଯାଇଛି ଚହଳ । ଏଭଳି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦ କୁଲଟା ଫାଣ୍ଡି ଅଧୀନ କୋକୁଆ ଚଉଦ କୁଲଟା ରାସ୍ତା ନିକଟରେ ।

ଏ ମୃତ ଦେହକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକ ମାନଙ୍କର ଗହଳି ଜମିଛି । ଏହି ଘଟଣା ବାବଦରେ ଖବର ପାଇବା ପରେ ପଟ୍ଟାମୁଣ୍ଡାଇ ଥାନାର ଆଇଆଇସି ଘଟଣା ସ୍ଥାନରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଓ ତଦନ୍ତ ରୁ ମୃତ ବ୍ୟକ୍ତିଙ୍କର ପ୍ରମାଣପତ୍ର ଓ ମୋବାଇଲ ପାଇଥିଲେ । ପୋଲିସ ତଦନ୍ତ ରୁ ଜଣା ପଡିଛି ମୃତ ବ୍ୟକ୍ତି ଜଣକ ଯାଜପୁର ଜିଲ୍ଲା ଦାସପୁର ଥାନା ରାମବାଗ ଗାଁ ର ରାଜକିଶୋର ରାଉତ ।

ତାଙ୍କର ବୟସ 52 ବର୍ଷ । ଏ ନେଇ ପଟ୍ଟାମୁଣ୍ଡାଇ ଆଇଆଇସି ମୃତ ରାଉତ ଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛନ୍ତି । ଶବ ବ୍ୟବଛେଦ ପରେ ସତ ସାମ୍ନା କୁ ଆସିବ ବୋଲି କୁହା ଯାଉଛି । ତେବେ ବ୍ୟକ୍ତି ଙ୍କର ମୃତ୍ୟୁ କେମିତି ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।