ବାଘ ସହ ଲଢେଇ କରି ଭାଉଜଙ୍କ ଜୀବନ ବଞ୍ଚାଇଲେ ଯୁବକ । ବାଘ ଭଳି ହିଂସ୍ର ପ୍ରାଣୀ ସହ ଲଢେଇ କରିବା କିଛି କମ୍ କଥା ନୁହେଁ । କାରଣ ବାଘର ଶକ୍ତି କେତେ ତାହା ଆମ ସମସ୍ତଙ୍କୁ ଜଣା । ବାଘ ସହ ଲଢେଇ କରିବା ତ ଦୂରର କଥା ତା ସାମ୍ନାକୁ ଯିବାକୁ ବି କେହି କେବେ ସ୍ଵପ୍ନରେ ଭାବି ନଥିବେ । ହେଲେ ଏହି ଯୁବକ ଜଣକ ବାସ୍ତବରେ ବାଘ ସହ ଲଢେଇ କରି ଗୋଟିଏ ଜୀବନ ମଧ୍ୟ ବଞ୍ଚାଇଛନ୍ତି ।
ଭୋର ପ୍ରାୟ ତିନିଟା ସମୟରେ ନିଦରୁ ଉଠି ପରିସ୍ରା କରିବା ପାଇଁ ଘର ବାହାରକୁ ଯାଇଥିଲେ ଏହି ମହିଳା ଜଣକ । କିନ୍ତୁ ଘର ବାହାରେ ଛକି ରହିଥିଲା ବାଘ । ମହିଳା ଜଣକ ବାହାରକୁ ବାହାରିବା କ୍ଷଣି ତାଙ୍କ ଉପରେ ଆକ୍ରମଣ କରିଥିଲା । ଆଉ ବାଘର ଭୟଙ୍କର ଆକ୍ରମଣରେ ସେ ଚିତ୍କାର କରି ପକାଇଥିଲେ । ସେହି ସମୟରେ ଭାଉଜଙ୍କ ଚିତ୍କାର ଶୁଣି ଦୌଡି ଆସିଥିଲେ ଦିଅର ଦଶରଥ ହଂସଥା ।
ବାଘକୁ ଦେଖି ସେ କଣ କରିବେ କିଛି ବୁଝି ପାରି ନଥିଲେ । ତଥାପି ମନରେ ସାହାସ ଜୁଟାଇ ସେ ବାଘ ସହ ଲଢେଇ କରିଥିଲେ ଆଉ ଭାଉଜଙ୍କୁ ବାଘ କବଳରୁ ରକ୍ଷା କରିଥିଲେ । ଏହି ସମୟରେ ବାଘ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଆଉ ବାଘର ଆକ୍ରମଣରେ ଆହତ ହୋଇ ଉଭୟ ଭାଉଜ ଓ ଦିଅର ଆହତ ହୋଇ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସେପଟେ ଘଟଣା ସମ୍ପର୍କରେ ରାଇରଙ୍ଗପୁର ଏସିଏଫ ବୈଦ୍ୟନାଥ ମାଝୀ କହିଛନ୍ତି ଦୁଇ ଜଣଙ୍କ ଉପରେ କଲରା ପତରିଆ ବାଘ ଆକ୍ରମଣ କରିଥିବା ସୂଚନା ମିଳିଛି । ସ୍ଥାନୀୟ ବନବିଭାଗ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି ।
ତେବେ ବାଘ ସହ ଲଢେଇ କରି ଭାଉଜଙ୍କ ଜୀବନ ସହ ନିଜକୁ ମଧ୍ୟ ରକ୍ଷା କରିଥିବା ଦଶରଥଙ୍କୁ ନେଇ ଏବେ ଭାରି ଚର୍ଚ୍ଚା ହେଉଛି । ସତରେ ନିଜ ଜୀବନକୁ ଖାତିର ନକରି ଭାଉଜ ପାଇଁ ବାଘ ସହ ଲଢେଇ କରିବା କେତେ ସାହସର କଥା ।
ଯଦି ସେ ଠିକ ସମୟରେ ବାଘକୁ ଘଉଡାଇ ନଥାନ୍ତେ ତେବେ ହୁଏତ ଆହୁରି ବଡ ଅଘଟଣ ଘଟି ଯାଇଥାନ୍ତା । ତେବେ ବାଘ ଉଭୟଙ୍କ ହାତକୁ କାମୁଡି ଦେଇଥିବା ଦେଖିବାକୁ ମିଳିଛି । ସେମାନେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।