ଋଷ ସାମ୍ନାରେ ଏହିସବୁ ସର୍ତ୍ତ ରଖିଲେ ରାଷ୍ଟ୍ରପତି Zelenskyy, କହିଲେ ସର୍ତ୍ତ ମାନିଲେ ଯାଇ ହେବ ବୁଝାମଣା

ଦୀର୍ଘ ୨୨ ଦିନ ଧରି ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ଵ ଚିନ୍ତାରେ ପଡି ଯାଇଛନ୍ତି । ଋଷ ଯୁଦ୍ଧ ବନ୍ଦ କରିବାକୁ ରାଜି ହେଉନାହିଁ କି ୟୁକ୍ରେନ ମଧ୍ୟ ଝୁକୁ ନାହିଁ । ଇତିମଧ୍ୟରେ ହନ୍ତସନ୍ତ ହେଉଛନ୍ତି ଲକ୍ଷ ଲକ୍ଷ ନିରୀହ ଜନତା । ପ୍ରାୟ ୨୭ ଲକ୍ଷ ୟୁକ୍ରେନିୟ ବାସୀ ଏବେ ପର୍ଯ୍ୟନ୍ତ ଦେଶ ଛାଡି ସାରିଲେଣି ଯାହା ୟୁକ୍ରେନ ସମେତ ସାରା ବିଶ୍ଵ ପାଇଁ ଚିନ୍ତାର ବିଷୟ । ଏହାରି ଭିତରେ ଆନ୍ତର୍ଜାତୀୟ କୋର୍ଟ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଉଭୟ ଦେଶକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଭୟ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇ ସାରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଋଷ ପୂର୍ବରୁ ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ସାମ୍ନାରେ କିଛି ସର୍ତ୍ତ ରଖି ଆସିଥିବା ବେଳେ ବର୍ତ୍ତମାନ ୟୁକ୍ରେନ ରାଷ୍ଟ୍ରପତି ବୁଝାମଣା ନେଇ କିଛି ସର୍ତ୍ତ ରଖିଛନ୍ତି । ସେ କହିଛନ୍ତି ବୁଝାମଣା ନେଇ ମୋର ସ୍ପଷ୍ଟ ମତ ରହିଛି । ଯୁଦ୍ଧ ସମାପ୍ତ କରିବା ସହ ସୁରକ୍ଷା ଗ୍ୟାରେଣ୍ଟି, ସାର୍ବଭୌମତ୍ଵ, କ୍ଷେତ୍ରୀୟ ଅଖଣ୍ଡତାର ପୁନଃସ୍ଥାପନ ଓ ଆମ ଦେଶ ପାଇଁ ପ୍ରକୃତ ସୁରକ୍ଷା ଆମର ସର୍ତ୍ତ ।

ଏହି ସମସ୍ତ ସର୍ତ୍ତ ମାନିଲେ ଋଷ ଏବଂ ୟୁକ୍ରେନ ମଧ୍ୟରେ ବୁଝାମଣା ହୋଇପାରିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି । ସେପଟେ ଋଷ ବିରୋଧରେ ତୁରନ୍ତ ଯୁଦ୍ଧ ବନ୍ଦ ନିର୍ଦ୍ଦେଶ ଦେବାକୁ ଆନ୍ତର୍ଜାତୀୟ କୋର୍ଟ ଯାଇଥିଲା ୟୁକ୍ରେନ, ଯାହାର ଶୁଣାଣି ସରିଛି । ଆନ୍ତର୍ଜାତୀୟ କୋର୍ଟ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଋଷକୁ ନିର୍ଦ୍ଦେଶ ଦେବା ସହ ୟୁକ୍ରେନକୁ ଅସ୍ତ୍ର ଶସ୍ତ୍ର ପାଇଁ ଅନ୍ୟ ଦେଶ ସାହାଯ୍ୟ କରି ଏହି ଯୁଦ୍ଧକୁ ଆହୁରି ଆଗେଇବାକୁ ଚେଷ୍ଟା ନକରିବାକୁ କୋର୍ଟ କହିଛନ୍ତି ।

କହିବାକୁ ଗଲେ ଆନ୍ତର୍ଜାତୀୟ କୋର୍ଟ ଉଭୟ ଦେଶକୁ ଏହି ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୟୁକ୍ରେନରେ ବର୍ତ୍ତମାନ ଯେଉଁ ମାନବ ସଙ୍କଟ ଦେଖା ଦେଇଛି ଏହାର ଶୀଘ୍ର ସମାଧାନ କରିବା ମଧ୍ୟ ଋଷକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଯୁଦ୍ଧ ହେତୁ ଅନେକ ନିରୀହ ଲୋକ ପ୍ରାଣ ଅରାଇଆବା ସହ ପ୍ରାୟ ୨୭ ଲକ୍ଷ ଲୋକ ଦେଶ ଛାଡି ଅନ୍ୟତ୍ର ପଳାଇଛନ୍ତି । ଏବେ ପର୍ଯ୍ୟନ୍ତ ଋଷ ୟୁକ୍ରେନର ବଡ ବଡ ସହରକୁ ପ୍ରାୟ ଛାରଖାର କରି ସାରିଥିଲେ ମଧ୍ୟ ୟୁକ୍ରେନ ଏବେ ଯାଏଁ ମୁଣ୍ଡ ନୁଆଁଇନାହିଁ ।

ଦୁଇ ଦେଶ ନିଜ ଜିଦ୍ ରେ ଅଟଳ ଥିବା ବେଳେ ୟୁକ୍ରେନର ଏହି ସର୍ତ୍ତକୁ ଋଷ ସ୍ଵୀକାର କରୁଛି କି ନାହିଁ ଏହାକୁ ସମସ୍ତଙ୍କର ଅପେକ୍ଷା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।