ଅଟୋ ବାଲା ଜଣକ ଫେରାଇ ଦେଲା ଯାତ୍ରୀର ୭ ଲକ୍ଷ ଟଙ୍କାର ଗହଣାର ବ୍ୟାଗ, ୫ ଦିନ ଲଗାତାର ଗଳି – ଗଳି ଖୋଜିବା ପରେ ମିଳିଲା ସେହି ବ୍ୟକ୍ତି, ଆଉ ତା ପରେ …

ଛତ୍ତୀସଗଢର ଏକ ଅଟୋ ଚାଳକ ଈମାନଦାରୀର ଏକ ବଡ ଉଦାହରଣ ଦେଇଛି । ଏମିତି ହିଁ ସେ ଜଣେ ଯାତ୍ରୀଙ୍କର ଲକ୍ଷ ଲକ୍ଷ ଟଙ୍କାର ବ୍ୟାଗ ଫେରାଇ ଦେଇଛି । କହିବାକୁ ଗଲେ ଛତ୍ତୀସଗଢ ଜଗଦଲପୁର ସହରର ଏକ ନିବାସୀ ଅଟୋ ଚାଳକ ମହେଶ କଶ୍ୟପ ସବୁଦିନ ଭଳି ନିଜର କାମକୁ ବାହାରିଲା । ଦିନେ ଗାଜିୟାବାଦରୁ ନିଜର ଭାଇର ବାହାଘର ପାଇଁ ଜଗଦଲପୁର ଆସିଥିବା ଜଣେ ମହିଳା, ମହେଶର ଅଟୋରେ ବସିଲା ଓ ଅଟୋରୁ ଓଲାହାଇବା ପରେ ନିଜର ବ୍ୟାଗ ଭୁଲି ଗଲା ।

ମହେଶ ରାତିରେ ଯେତେବେଳେ ନିଜର ଅଟୋକୁ ସବୁଦିନ ଭଳି ରଖିକରି ଗଲା ସେତେବେଳେ ତାହାର ପତ୍ନୀ କହିଲା କି ଗାଡିରେ କାହାର ବ୍ୟାଗ ରହି ଯାଇଛି । ମହେଶ ବ୍ୟାଗ ଖୋଲି ଦେଖିଲା ତ ସ୍ଵାମୀ – ସ୍ତ୍ରୀଙ୍କର ହୋସ ଉଡିଗଲା । ବ୍ୟାଗରେ ସୁନା ମୁଦି ଓ ଚେନ ସହିତ ନଗଦ ଟଙ୍କା ବି ଥିଲା । ମହେଶ କିଛି ବୁଝି ପାରିଲେ ନାହିଁ କି ଏହି ବ୍ୟାଗଟି କାହାର । କାରଣ ଦିନସାରା କେତେକ ଲୋକମାନେ ତାହାର ଅଟୋରେ ବସିଥିଲେ । ସର୍ବେ ପ୍ରଥମେ ମହେଶ ବ୍ୟାଗକୁ ନିଜ ଘରେ ଏକ ସୁରକ୍ଷିତ ଜାଗାରେ ରଖି ଦେଲା ଓ ମନେ ପକାଇବାକୁ ଚେଷ୍ଟା କରିଲା କି ଏଇ ବ୍ୟାଗଟି କାହାର ହୋଇଥିବ ।

ତାହା ପର ଦିନ ମହେଶ ବ୍ୟଗାର ମାଲିକକୁ ଖୋଜିବା ପାଇଁ ବାହାରିଗଲା । କିନ୍ତୁ ବହୁତ ଚେଷ୍ଟା କରିବା ପରେ ବି ଅସଲ ମାଲିକ ବିଷୟରେ କିଛି ଜଣା ପଡିଲା ନାହିଁ । ପାଖାପାଖି ୫ ଦିନ ପର୍ଯ୍ୟନ୍ତ ମହେଶ ଓ ତାହାର ପତ୍ନୀ ବହୁତ ଚିନ୍ତିତ ରହିଲେ । ଏହା ପରେ ମହେଶ ବ୍ୟାଗ ଖୋଲି ଅସଲ ମାଲିକ ବିଷୟରେ ଜାଣିବାକୁ ଚେଷ୍ଟା କରିଲା । ଏହା ପରେ ମହେଶକୁ ବ୍ୟାଗରେ ଗୋଟିଏ ଆଧାର କାର୍ଡ ଓ ଏକ ମୋବାଇଲ ନମ୍ବର ମିଳିଲା ।

ମହେଶକୁ ମିଳିଲା ସମ୍ମାନ

ଏହା ପରେ ମହେଶ ସେହି ନମ୍ବର ଉପରେ ଫୋନ କରିଲା ଓ ତାଙ୍କୁ କହିଲା କି ତାଙ୍କର ବ୍ୟାଗ ତାହା ପାଖରେ ପୁରା ସୁରକ୍ଷିତ ଅଛି ଓ ସେ ଆସି ତାହା ଠାରୁ ନେଇ ଯାଆନ୍ତୁ । ଏହା ପରେ ସମସ୍ତେ ପୁଲିସ ଥାନାରେ ଦେଖା କରିଲେ । ଏହା ପରେ ମହେଶ ନିଜର ପୁରା ଈମାନଦାରୀର ପରିଚୟ ଦେଇ ସେହି ବ୍ୟାଗକୁ ତାହାର ଅସଲ ମାଲିକ ହାତରେ ଦେଲା । ମହେଶର ଏହିଭଳି ଈମାନଦାରୀ ପାଇଁ ପୁଲିସ ଅଫିସରମାନେ ପ୍ରୋତ୍ସାହିତ କରିଲେ ଓ ତାହାକୁ ଏକ ଶାଳ ଦେଲେ ଓ ୫୦୦୧ ରାଶୀ ପ୍ରଦାନ କରି ସମ୍ମାନ ଦେଲେ । ଏହି ସମ୍ମାନକୁ ଦେଖି ମହେଶ ଓ ତାର ପତ୍ନୀର ଖୁସିର ଠିକଣା ନ ଥିଲା ।

ଆଶାକରୁଛୁ ମହେଶଙ୍କର ଏମିତି କାମ ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।