ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ! ଏଥର 28 ଦିନ ବଦଳରେ ମିଳିବ 30 ଦିନିଆ ରିଚାର୍ଜ ପ୍ଳାନ ! ଅର୍ଡର ଦେଲା Trai, ଦେଖନ୍ତୁ କେବେଠୁ…

ମୋବାଇଲ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ଏବେ ଆପଣଙ୍କୁ ଟେଲିକମ କମ୍ପାନୀ ମାନେ ମାସିକ ରିଚାର୍ଜ ବୈଧତା ୨୮ ଦିନ ବଦଳରେ ୩୦ ଦିନ କରିବାକୁ ଯାଉଛନ୍ତି । ଟେଲିକମ ରେଗୁଲେଟୋରି ଅଥୋରିଟି ଅଫ ଇଣ୍ଡିଆ (ଟ୍ରାଇ) ଏନେଇ ଦେଶର ସମସ୍ତ ଟେଲିକମ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ନିକଟରେ ଦେଶର ପ୍ରମୁଖ ଟେଲିକମ କମ୍ପାନୀ ମାନେ ନିଜର ପ୍ଳାନରେ ଅନେକ ପରିବର୍ତ୍ତନ କରିଥିଲେ । ପୂର୍ବ ଅପେକ୍ଷା ସମସ୍ତ ପ୍ଳାନରେ ବୃଦ୍ଧି କରିଥିଲା ଅଗ୍ରଣୀ ଟେଲିକମ କମ୍ପାନୀ ଜିଓ ।

ଜିଓ ବ୍ଯତୀତ ଏୟାରଟେଲ ଓ ଭିଆଇ ମଧ୍ୟ ସେମାନଙ୍କର ପ୍ଳାନରେ ପରିବର୍ତ୍ତନ କରିଥିଲେ । ବର୍ତ୍ତମାନ ଟେଲିକମ କମ୍ପାନୀ ମାନଙ୍କର ମାସିକ ପ୍ଳାନ ମାନଙ୍କରେ ପ୍ରାୟତଃ ୨୮ ଦିନର ବୈଧତା ରହିଛି । ଆଉ କେତେକେ ପ୍ଳାନରେ ମାତ୍ର ୨୩ ଦିନର ବୈଧତା ମଧ୍ୟ ଥିବାର ଦେଖିବାକୁ ମିଳୁଛି । ସେହି ପ୍ଳାନ ଗୁଡିକ ପୂର୍ବରୁ ୨୮ ଦିନର ବୈଧତା ସହ ଉପଲବ୍ଧ ଥିବା ବେଳେ କମ୍ପାନୀ ସେଗୁଡିକରେ ସାମାନ୍ଯ ପରିବର୍ତ୍ତନ କରିଥିଲା ।

ତେବେ ଟ୍ରାଇ ଦେଇଥିବା ନିର୍ଦ୍ଦେଶରେ କୁହାଯାଇଛି କି, ଟେଲିକମ ତାରିଫ ୬୬ ଆମାଣ୍ଡମେଣ୍ଟ ଅର୍ଡର ୨୦୨୨ ମୁତାବକ ଟ୍ରାଇ ଅନେକ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିର୍ଦ୍ଦେଶରେ ପ୍ରଥମେ ରହିଛି କି ଏବେ ଟେଲିକମ କମ୍ପାନୀ ମାନେ ୨୮ ଦିନିଆ ରିଚାର୍ଜ ପ୍ଳାନ ପରିବର୍ତ୍ତେ ୩୦ ଦିନିଆ ରିଚାର୍ଜ ପ୍ଳାନ ଘୋଷଣା କରିବାକୁ ବାଧ୍ୟ । ଏହାସହ ଟେଲିକମ କମ୍ପାନୀ ମାନଙ୍କୁ କୁହାଯାଇଛି କି ସେମାନେ ଏଭଳି ଏକ ପ୍ଳାନ କରନ୍ତୁ ଯାହାଦ୍ୱାରା ଉପଭୋକ୍ତା ମାନେ ପହିଲା ତାରିଖରେ ସେମାନଙ୍କ ମୋବାଇଲ ରିଚାର୍ଜ ରିନ୍ୟୁ କରିପାରିବେ ।

ଏନେଇ ଟ୍ରାଇ କହିଛି କି ମୋବାଇଲ ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି କି ସେମାନେ ବର୍ଷକୁ ୧୨ ମାସ ସ୍ଥାନରେ ୧୩ ମାସ ରିଚାର୍ଜ କରିବାକୁ ପଡୁଛି । ଏହାଦ୍ବାରା ସେମାନେ ଠକାମିର ଶିକାର ହେଉଥିବା କଥା ଟ୍ରାଇ କହିଛି । ଟ୍ରାଇର ଏଭଳି ନିର୍ଦ୍ଦେଶ ପରେ ଏହାକୁ ବିରୋଧ କରିଛନ୍ତି ଟେଲିକମ କମ୍ପାନୀ ମାନେ । ସେମାନେ କହିଛନ୍ତି କି ୨୮ ଦିନ, ୨୪ ଦିନ ଓ ୫୪ ଦିନ ପ୍ଳାନ ବଦଳାଇଲେ ସେମାନଙ୍କ ବିଲିଙ୍ଗ ସାଇକେଲରେ ଅନେକ ଅସୁବିଧା ହେବ ।

ଏହାସହ ପ୍ରତ୍ଯେକ ମାସ ଗୋଟିଏ ତାରିଖ ଓ ଗୋଟିଏ ରାଶି ରିଚାର୍ଜ ଅଫର କରିବା ଟେକ୍ନିକାଲି ସମ୍ଭବ ନୁହେଁ । ଏହା କେବଳ ପୋଷ୍ଟପେଡ ଗ୍ରାହକଙ୍କୁ ଯୋଗାଇ ଦିଆ ଯାଇ ପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।