ଆସୁଛି ଆପୋଫିସ Asteroid, 2068 ରେ ଧ୍ଵଂସ ହେବ ବିଶ୍ଵ

ବର୍ତ୍ତମାନ ସମୟର ସବୁଠୁ ବଡ ଖବର । କୁହାଯାଉଛି କି ପୃଥିବୀ ଆଡକୁ ମହା ପ୍ରଳୟ ମାଡି ଆସୁଛି । କହିବାକୁ ଗଲେ ପୃଥିବୀ ଆଡକୁ ଆପୋଫିସ ନାମକ ଏକ ଧୂମକେତୁ ମାଡି ଆସୁଛି । ଏମିତିରେ କୁହାଯାଉଛି କି ପୃଥିବୀର ବିନାଶ ସୁନିଶ୍ଚିତ । ନାସା ଅନୁସାରେ ୨୦୬୮ରେ ଏହି ଧୂମକେତୁ ପୃଥିବୀ ସହ ଧକା ହେବ । ଯେଉଁ କାରଣରୁ ପୁରା ପୃଥିବୀ ଧ୍ଵଂସ ହୋଇଯିବ । ଚାଳନ୍ତୁ ଏହା ବିଷୟରେ ଆପଣଙ୍କୁ ସମ୍ପୂର୍ଣ ତଥ୍ୟ ଦେଇ ଦେଉଛୁ ।

ମିଳିଥିବା ସୂଚନା ଅନୁସାରେ ପୃଥିବୀ ଆଡକୁ ଆପୋଫିସ ନାମକ ଏକ ବିଶାଳକାୟ ଧୂମକେତୁ ମାଡି ଆସୁଛି । ଏହି ଧୂମକେତୁ ଧୀରେ ଧୀରେ ନିଜର ବେଗ ବୁଦ୍ଧି କରୁଛି । ପୂର୍ବରୁ କୁହାଯାଉଥିଲା କି ଏହି ଧୂମକେତୁ ପୃଥିବୀ ଆଡକୁ ଆସିବ ନାହିଁ ଓ ପୃଥିବୀର କୌଣସି ବି ପ୍ରକାରର କ୍ଷତି କରିବ ନାହିଁ ।

କିନ୍ତୁ ବର୍ତ୍ତମାନ କୁହାଯାଉଛି କି ଏହା ୨୦୬୮ ଏପ୍ରିଲ ୧୨ ତାରିଖରେ ପୃଥିବୀ ସହ ଧକା ହେବ ଓ ଏହି ଧୂମକେତୁ ଯୋଗୁ ଯେଉଁ ବିସ୍ଫୋରଣ ହେବ ତାହା ୮୮୦ ନିୟୁତ ଟନ ଟିଏନଟି ବିସ୍ଫୋରଣ ସହ ସମାନ ହେବ । ଅର୍ଥାତ ଏହି ବିସ୍ଫୋରଣ ଯୋଗୁ ପୃଥିବୀ ଧ୍ଵଂସ ହୋଇଯିବ । ଅନ୍ୟ ପଟେ ଏକ ବିଶ୍ଵ ବିଦ୍ୟାଳୟର ଗବେଷଣା କରୁଥିବା ବୈଜ୍ଞାନିକମାନେ କହିଛନ୍ତି କି ଏହି ଧୂମକେତୁର ଚଉଡା ହେଉଛି ୧ ହଜାର ଫୁଟ ।

୨୦୦୪ ମସିହା ଜୁନ ୧୦ ତାରିଖରେ ଆମେରିକାର ଏରିଜୋନା ବିଶ୍ଵ ବିଦ୍ୟାଲାୟ ପ୍ରଥମେ ଆପୋଫିସ ଚିହ୍ନଟ କରିଥିଲା । ଏହା ପରେ ସବୁ ଦେଶର ବୈଜ୍ଞାନିକମାନେ ଏହା ଉପରେ ଗବେଷଣା ଆରମ୍ଭ କରି ଦେଇଥିଲେ । ଏହା ସହିତ ଏହା କୁହାଯାଉଛି କି ୨୦୬୮ ମସିହାରେ ଏହି ଆପୋଫିସ ଧୂମକେତୁ ପୃଥିବୀ ସହ ଧକା ହେବା ପୂର୍ବରୁ ୨୦୨୯ ମସିହାରେ ପୃଥିବୀର କକ୍ଷ ଦେଇ ଅତିକ୍ରମ କରିବ ।

କିନ୍ତୁ ୨୦୬୮ରେ ଏହି ଧୂମକେତୁ ପୃଥିବୀ ସହ ସୁନିଶ୍ଚିତ ଧକା ହେବ ବୋଲି ନାସା ତରଫରୁ ସୂଚନା ଜାରି କରାଯାଇଛି । ନାସା ଏହା ବି କହିଛି କି ଏହି ଧୂମକେତୁ ପୃଥିବୀ ପାଇଁ ତୃତୀୟ ବିପଦ ଅଟେ । ଏମିତିରେ ବୈଜ୍ଞାନିକମାନେ ଏହି ଧୂମକେତୁକୁ ନେଇ ଆହୁରି ମଧ୍ୟ ଗବେଷଣା କରୁଛନ୍ତି । ଯାହା ଦ୍ଵାରା ଏହା ବିଷୟରେ ଅଧିକ ସୂଚନା ହାସଲ କରି ହେବ ।

ଏମିତିରେ ଆହୁରି ଗବେଷଣା ଦ୍ଵାରା ଜଣା ପଡି ଯିବ କି ଆପୋଫିସ ୨୦୬୮ରେ ପୃଥିବୀ ସହ ଧକା ହେବ କି ନାହିଁ ଓ ଧକା ଲାଗିଲେ ପୃଥିବୀର କଣ ଧ୍ଵଂସ ହେବ ସେହି ବିଷୟରେ ବି ଜାଣି ହବେ । ଆପଣଙ୍କୁ କହିଦେଉଛୁ କି ଆପୋଫିସ ଧୂମକେତୁକୁ ଯେତେବେଳେ ଆବିଷ୍କାର କରାଗଲା ତେବେ ଏହା ସେହି ସମୟରେ ସୂର୍ଯ୍ୟ ଚାରିପଟେ ଘୁରି ବୁଲୁଥିଲା ଓ ଏଥିପାଇଁ ସେ ବର୍ଷକରୁ ବି କମ ସମୟ ନେଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏହା ବି କୁହାଯାଉଛି କି ଆଗ ଅପେକ୍ଷା ଏହାର ବେଗ ଆହୁରି ବଢି ଯାଇଛି । ଏମିତିରେ ଏହି ଧୂମକେତୁ ପୃଥିବୀ ସହ ଧକା ହେବ କି ନା ହିଁ ଏହା ସମୟ ହିଁ କହିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।