Astrology:- ମେଷ ରାଶି ଓ କୁମ୍ଭ ରାଶି (Aries vs Aquarius) ମଧ୍ୟରେ କେଉଁ ରାଶି ସବୁଠାରୁ ଅଧିକ ଧନୀ ଏବଂ ଶକ୍ତିଶାଳୀ ? ଆସନ୍ତୁ ଜାଣିବା…

ବ୍ୟକ୍ତିଙ୍କ ଭାଗ୍ୟ ତାଙ୍କ ରାଶିରେ ଥିବା ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ବିଚାର କରାଯାଏ । ଭିନ୍ନ ଭିନ୍ନ ରାଶିଙ୍କ ସ୍ଵଭାବ, ବ୍ୟକ୍ତିତ୍ବ ଓ ଭବିଷ୍ୟତ ଅଲଗା ଅଲଗା ହୋଇଥାଏ । ପ୍ରତ୍ଯେକ ଲୋକଙ୍କ ଜନ୍ମ ସମୟରେ ତାଙ୍କ କୁଣ୍ଡଳୀରେ ଗ୍ରହଙ୍କ ସ୍ଥିତିକୁ ଦେଖି ତାଙ୍କର ରାଶି ଧାର୍ଯ୍ୟ କରାଯାଏ । ତେବେ ରାଶିଚକ୍ରର ଦୁଇଟି ପ୍ରମୁଖ ରାଶି ହେଉଛନ୍ତି ମେଷ ରାଶି ଏବଂ କୁମ୍ଭ ରାଶି । ଆଜି ଆପଣଙ୍କୁ ଏହି ଦୁଇ ରାଶିଙ୍କ ମଧ୍ୟରେ କେଉଁ ରାଶି ଅଧିକ ଧନୀ ହୋଇଥାନ୍ତି ଜଣାଇବୁ ।

ମେଷ ରାଶି । ଏହା ଏକ ଅଗ୍ନି ତତ୍ତ୍ଵର ରାଶି ଏବଂ ଏମାନଙ୍କ ସ୍ଵାମୀ ଗ୍ରହ ହେଉଛନ୍ତି ମଙ୍ଗଳ । ଏଥିପାଇଁ ଏମାନେ ବହୁତ ଊର୍ଜାବାନ ହୋଇଥାନ୍ତି ପ୍ରତ୍ଯେକ କାର୍ଯ୍ୟକୁ କରିବା ବେଳେ ଏମାନେ ବିଶେଷ ଉତ୍ସାହ ଦେଖାଇଥାନ୍ତି । ନିର୍ଭୀକତା ଏମାନଙ୍କ ବ୍ୟକ୍ତିତ୍ଵର ଏକ ପ୍ରମୁଖ ସ୍ଵଭାବ ଅଟେ । ଏମାନେ ସ୍ବଭାବରେ ବହୁତ ସାହାସୀ ହୋଇଥାନ୍ତି ।

ଏମାନେ ବହୁତ ସ୍ବାଭିମାନୀ ଏବଂ ପରିଶ୍ରମୀ ହୋଇଥାନ୍ତି । କିନ୍ତୁ କୌଣସି କାର୍ଯ୍ୟରେ ସ୍ଥାୟିତ୍ଵ ବଜାୟ ରଖିବା ପାଇଁ ଏମାନଙ୍କୁ ବହୁତ ସଂଘର୍ଷ କରିବାକୁ ପଡେ । କାରଣ ଏମାନେ ଟିକେ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି । ଏମାନେ ଖୁବ ଶୀଘ୍ର କ୍ରୋଧିତ ହୋଇଯାନ୍ତି, କିନ୍ତୁ ଶୀଘ୍ର ଶାନ୍ତ ମଧ୍ୟ ହୋଇଯାନ୍ତି । ଏମାନେ ସର୍ବଦା ଲୋକଙ୍କ ମେଳରେ ରହିବାକୁ ପସନ୍ଦ କରିଥାନ୍ତି ଓ ପ୍ରତ୍ଯେକ ନିୟମ ମାନିଥାନ୍ତି ।

ଏମାନେ ନିଜ ସର୍ତ୍ତରେ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି ଏବଂ ଯାହା ଇଚ୍ଛା କରନ୍ତି ତାହା କରିବାକୁ ଟିକେବି ଡେରି କରନ୍ତି ନାହିଁ । ଏମାନେ କାହାର ହାତ ଥରେ ଧରିଲେ ତାଙ୍କ ଭରସା କେବେବି ଭାଙ୍ଗନ୍ତି ନାହିଁ । କ୍ଯାରିୟର, କାର୍ଯ୍ୟକ୍ଷେତ୍ର, ବେପାର, ବାଣିଜ୍ୟ, ପ୍ରେମ ଜୀବନ ହେଉକି ପାଠପଢା ସବୁ କ୍ଷେତ୍ରରେ ଏମାନେ ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି ।

କୁମ୍ଭ ରାଶି । ଏମାନଙ୍କ ବ୍ୟକ୍ତିତ୍ବ ବହୁତ ଗଭୀର ହୋଇଥାଏ ଓ ଏମାନେ ଜ୍ଞାନୀ ମଧ୍ୟ ହୋଇଥାନ୍ତି । ଏମାନେ ପ୍ରଗତିଶୀଳ ହେବା ସହ ପରୋପକାର ଭାବନା ଏମାନଙ୍କ ବ୍ୟକ୍ତିତ୍ବର ଏକ ପ୍ରମୁଖ ଅଂଶ ଅଟେ । ଏମାନଙ୍କ ଚିନ୍ତାଧାରା ସ୍ବଚ୍ଛ ଓ ଆଧୁନିକ ସ୍ଵଭାବର ଅଟେ । ଏମାନେ ନିଜର ବ୍ୟବହାର, ମାନ ପ୍ରତିଷ୍ଠା ଓ ଘରର ଯତ୍ନ ପ୍ରତି ସର୍ବଦା ଅଧିକ ଯତ୍ନବାନ ହୋଇଥାନ୍ତି । ଏମାନେ ସ୍ଵତନ୍ତ୍ରତାକୁ ପସନ୍ଦ କରନ୍ତି ଏବଂ ନିଜର ଚିନ୍ତାରେ ଆଉ କାହାର ହସ୍ତକ୍ଷେପକୁ ପସନ୍ଦ କରନ୍ତି ନାହିଁ ।

ଏମାନେ ମିଶାଣିଆ ସ୍ଵଭାବର ହେବା ସହ ଦେଖିବାକୁ ମଧ୍ୟ ବେଶ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏମାନେ ନିଜ କଥାରେ କାହାକୁ ବି ବାନ୍ଧି ପାରନ୍ତି, ତେଣୁ ଏମାନଙ୍କ ମିତ୍ର ସଂଖ୍ୟା ମଧ୍ୟ ସବୁଠାରୁ ଅଧିକ ହୋଇଥାଏ । ଏମାନେ ଭିଡ ଭିତରେ ନ ଚାଲି ସର୍ବଦା ଏକ ରାସ୍ତାରେ ଚାଲିବାକୁ ପସନ୍ଦ କରନ୍ତି । କିନ୍ତୁ କୌଣସି ନିଷ୍ପତ୍ତି ନେବା ଆଗରୁ ଏମାନେ ଆବଶ୍ୟକ ଠାରୁ ଅଧିକ ଚିନ୍ତା କରିଥାନ୍ତି ।

ଏମାନେ ନିଜ ଜୀବନସାଥୀଙ୍କୁ କେବେବି ଦୁଃଖ ଦିଅନ୍ତି ନାହିଁ । ଏମାନେ ନିଜ ଜୀବନର ପ୍ରତ୍ଯେକଟି ଲକ୍ଷ ହାସଲ କରିଥାନ୍ତି ଓ ଭାଗ୍ୟ ସର୍ବଦା ଏମାନଙ୍କ ସହିତ ରହିଥାଏ । ତେବେ ଏହି ଦୁଇ ରାଶି ମଧ୍ୟରୁ ଆପଣଙ୍କୁ କେଉଁ ରାଶି ସବୁଠୁ ଅଧିକ ଭଲ ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।