ଆସିଲା କୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ । ଛାଡପତ୍ର ପରେ ସ୍ଵାମୀଙ୍କ ଭରଣ ପୋଷଣ ପାଇଁ ଏଥର ସ୍ତ୍ରୀ ଟଙ୍କା ଦେବେ । ସ୍ଵାମୀ ସ୍ତ୍ରୀଙ୍କର ଛାଡପତ୍ର ହେଲେ ଅଧିକାଂଶ ମାମଲାରେ ସ୍ତ୍ରୀର ଭରଣ ପୋଷଣ ପାଇଁ ସ୍ଵାମୀଙ୍କୁ ଟଙ୍କା ଦେବାକୁ ପଡିଥାଏ । କିନ୍ତୁ ଏମିତି ଯେ ସବୁବେଳେ ହେବ ଏହାର କିଛି ମାନେ ନାହିଁ । ବହୁତ ଜାଗାରେ ସ୍ତ୍ରୀ ମାନେ ଏମିତି କିଛି କରିଥାନ୍ତି ଯାହା ଆପଣ କେବେ ବି ଭାବି ନଥିବେ । ସେମାନେ ସ୍ଵାମୀଙ୍କ ଠାରୁ ସବୁକିଛି ଭରଣ ପୋଷଣ ମଧ୍ୟ ଦାବି କରିଥାନ୍ତି ।

ଏହା ଉପରେ ଯଦି ପୋଲିସର ତଦନ୍ତ ସହ କୋର୍ଟଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ତେବେ କିଛି ନିର୍ଦ୍ଦୋଷ ସ୍ଵାମୀ ଏହିଭଳି ଭାବେ ତାଙ୍କ ସ୍ତ୍ରୀଙ୍କ ଠାରୁ ବର୍ତ୍ତି ପାରିବେ । ତେବେ ମହାରାଷ୍ଟ୍ରରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ଭଳି ଏକ ଖବର ସାମ୍ନାକୁ ଆସିଛି ଯେଉଁଠି କୋର୍ଟ ସ୍ବାମୀଙ୍କ ଭରଣ ପୋଷଣ ପାଇଁ ସ୍ତ୍ରୀକୁ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ ମହାରାଷ୍ଟ୍ର ନାନ୍ଦେଡରୁ ଏକ ଖବର ମାମଲା ସାମନାକୁ ଆସିଛି ଯେଉଁଥିରେ ସ୍ଥାନୀୟ କୋର୍ଟ ମହିଳାଙ୍କୁ ତାଙ୍କ ପୂର୍ବତନ ସ୍ଵାମୀଙ୍କୁ ପ୍ରତ୍ଯେକ ମାସରେ ଭରଣ ପୋଷଣ ପାଇଁ ତିନି ହଜାର ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏବେ ଏହି ରାୟକୁ ବମ୍ବେ ହାଇକୋର୍ଟ ମଧ୍ୟ ସହମତି ଜଣାଇଛନ୍ତି । ଏହା ବ୍ଯତୀତ କୋର୍ଟ ସ୍ବାମୀଙ୍କ ଆର୍ଥିକ ସ୍ଥିତି ଖରାପ ଥିବା ଦର୍ଶାଇ ମହିଳାଙ୍କ ସ୍କୁଲକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରତ୍ଯେକ ମାସରେ ତାଙ୍କ ଦରମାରୁ ୫ ହଜାର ଟଙ୍କା କାଟି କୋର୍ଟରେ ଜମା କରାହେବ ।

ତେବେ ସୂଚନା ଅନୁସାରେ ଏହି ଦମ୍ପତ୍ତିଙ୍କର ୨୦୧୫ ମସିହାରେ ଛାଡପତ୍ର ହୋଇଥିଲା । ଆଉ ଏବେ ସ୍ଵାମୀ କହିଛନ୍ତି ଯେ ମୁଁ ମୋ ସ୍ତ୍ରୀଙ୍କ ପାଠପଢାରେ ଅନେକ ଟଙ୍କା ଖର୍ଚ୍ଚ କରିଥିଲି, ଯେଉଁଥି ପାଇଁ ସେ ଭଲ ଚାକିରି ଟିଏ କରି ପାରିଛନ୍ତି । ସେ ନିଜ ଆବେଦନ ପତ୍ରରେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ଏବେ ତାଙ୍କ ସ୍ୱାସ୍ଥ୍ୟ ସମସ୍ଯା ରହିଛି । ଅନ୍ୟପଟେ ତାଙ୍କ ସ୍ତ୍ରୀ ଏବେ ମାସିକ ୩୦ ହଜାର ଟଙ୍କା ଦରମା ପାଉଛନ୍ତି । ଯେଉଁଥି ପାଇଁ ସେଥିରୁ ତାଙ୍କୁ ଭରଣ ପୋଷଣ ମିଳୁ ବୋଲି ସ୍ଵାମୀ କୋର୍ଟରେ ଆବେଦନ କରିଛନ୍ତି । ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି ।
ତେବେ ଏହା ସହ ଦେଖିବାକୁ ଗଲେ ଯେଉଁମାନେ ମାନସିକ ଅଶାନ୍ତି ଦେଇ ସ୍ଵାମୀ ମାନଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ସେମାନଙ୍କ ପାଇଁ ମଧ୍ୟ କୋର୍ଟ ଏପରି କିଛି କଡା ନିର୍ଦ୍ଦେଶ ଦେଲେ ଆଉ ସବୁ ସ୍ବାମୀମାନେ ହୁଏତ ଆଶ୍ଵସ୍ତ ହୁଅନ୍ତେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।