ASI ଗୋପାଳଙ୍କ ପତ୍ନୀ କଲେ ବଡ ଖୁଲାସା, ସକାଳେ ଝିଅ ସହ ଫୋନରେ କଥା ହେଉଥିବା ବେଳେ ଗୋପାଳଙ୍କୁ ଆସିଥିଲା ଏକ ଅରଜେଣ୍ଟ କଲ୍, କିଏ କରିଥିଲେ ଏହି କଲ୍ ?

ପୋଲିସ ASI ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁ-ଳି-ମା-ଡ ଘଟଣାରେ ଆଉ ଏକ ନୂଆ ଦିଗ ସାମ୍ନାକୁ ଆସିଛି । ଏନେଇ ASI ଙ୍କ ପତ୍ନୀଙ୍କ ମନ୍ତବ୍ୟ ଏବେ ଚହଳ ସୃଷ୍ଟି କରିଛି । କାରଣ ସେ କହିଛନ୍ତି କି, ତାଙ୍କ ସ୍ଵାମୀଙ୍କ ମା-ନ-ସି-କ ଅବସ୍ଥା ଭଲ ନଥିଲା ଓ ସେଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ । ହେଲେ ଆଜି ସକାଳେ ଝିଅ ସହ ଭଲରେ କଥା ହୋଇଥିଲେ । ଆଉ ଏହି ସମୟରେ ତାଙ୍କ ପାଖକୁ ଏକ କଲ୍ ଆସିଥିଲା । ଯାହାପରେ ସେ ଏକ ଅରଜେଣ୍ଟ କଲ୍ ଆସୁଛି କହି ଫୋନ ରଖି ଦେଇଥିଲେ ।

ଯାହାକୁ ନେଇ ଏବେ ସନ୍ଦେହ ବଢିବାରେ ଲାଗିଛି । ଗୋପାଳଙ୍କୁ କଲ୍ କରିଥିବା ବ୍ୟକ୍ତିଜଣକ କିଏ ଥିଲେ ଓ ସେ କାହିଁକି ତାଙ୍କୁ କଲ୍ କରିଥିଲେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । କାରଣ ସେହି କଲ୍ ଆସୁ ଆସୁ ଗୋପାଳ ପରିବାର ଲୋକଙ୍କ ଫୋନ କା-ଟି-ଦେଲେ । ଏହାପଛରେ କିଛି ବଡ ଷ-ଡ-ଯ-ନ୍ତ୍ର ରହିଛି କି ? ନବ ଦାସଙ୍କୁ guli mada ନେଇ ପୂର୍ବରୁ ଚକ୍ରବ୍ୟୁହ ରଚା ଯାଇଥିଲା କି ?

ଗୋପାଳଙ୍କୁ ଏମିତି କିଏ କଲ୍ କଲେ ଯେ ସେ ତୁରନ୍ତ ଫୋନ କାଟିଦେଲେ ? ତେବେ ମୁଖ୍ୟମନ୍ତ୍ରୀ ଏହି ଘଟଣାର କ୍ରା-ଇ-ମ-ବ୍ରା-ଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ସାରିଥିବା ବେଳେ ଗୋପାଳଙ୍କୁ କାହାର କଲ୍ ଆସିଥିଲା ଓ କେଉଁଥି ପାଇଁ କଲ୍ ଆସିଥିଲା ସେନେଇ ଖୋଳତାଡ କରାଯିବ ।

ଗୋପାଳଙ୍କ ଫୋନ ଯାଞ୍ଚ କରାଗଲେ ଯାଇ ତାଙ୍କୁ କଲ୍ କରିଥିବା ବ୍ୟକ୍ତିଙ୍କ ପରିଚୟ ଓ କଲ୍ କରିବାର କାରଣ ଜଣାପଡିବ । ବ୍ୟକ୍ତିଗତ ଶତ୍ରୁତା, ନା କୌଣସି ବଡ ଷଡଯନ୍ତ୍ର ନା ସତରେ ମା-ନ-ସି-କ ବିକାରଗ୍ରସ୍ତ କାରଣରୁ ଗୋପାଳ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ guli ମା-ରି-ବା ଭଳି ଚରମ ପଦକ୍ଷେପ ନେଲେ ତାହା ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି ସମଗ୍ର ଓଡିଶାବାସୀ ।

ତେବେ ଏନେଇ ଗୋପାଳ ଦାସଙ୍କ ପତ୍ନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ସେ ଘଣ୍ଟେ ତଳେ ଏଭଳି ହୋଇଥିବା ଶୁଣିବାକୁ ପାଇଛନ୍ତି । ସକାଳୁ ତାଙ୍କ ସହ କଥା ହୋଇ ନଥିବା ବେଳେ ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିବା କହିଛନ୍ତି ।

7-8 ବର୍ଷ ଧରି ଗୋପାଳଙ୍କ ମା-ନ-ସି-କ ଅ-ବ-ସ୍ଥା ଭଲ ନଥିଲା ଓ ମେଡ଼ିସିନ ଖାଉଥିଲେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, କନେଷ୍ଟବଳରୁ ପ୍ରମୋଶନ ହୋଇ ASI ହୋଇଥିବା ଗୋପାଳ ପୂର୍ବରୁ ମଧ୍ୟ ଥାନାରୁ କୁଆଡେ ପଳାଇ ଯାଇଥିଲେ । ଛୁଟିରେ ଆସିବା ବେଳେ ଭଲ ବ୍ୟବହାର କରୁଥିଲେ । ହେଲେ ଏଭଳି କାହିଁକି କଲେ ସେ ନିଜେ ମଧ୍ୟ କିଛି ଜାଣି ନଥିବା କହିଛନ୍ତି ଗୋପାଳଙ୍କ ପତ୍ନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।