ପୋଲିସ ASI ଗୋପାଳକୃଷ୍ଣ ଦାସ ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ guli mada କରିବା ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡୁଛି । ସବୁଆଡେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ଗତକାଲି ରାତିରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ନବ ଦାସ । ଆଜି ତାଙ୍କୁ ଗାର୍ଡ ଅଫ୍ ଅନର୍ ରେ ସମ୍ମାନିତ କରାଯାଇ ଶେଷଯାତ୍ରା କରାଯାଇଛି । ତେବେ ASI ଗୋପାଳଙ୍କ ଏଭଳି କା-ଣ୍ଡ ପରେ ଗତକାଲି ତାଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ମିଳିଥିଲା ।
ଏନେଇ ସେ କିଛି ଜାଣି ନଥିବା କହିବା ସହ ଗୋପାଳଙ୍କ ମା-ନ-ସି-କ ଅବସ୍ଥା ଭଲ ନଥିଲା ଓ ସେ ମେଡ଼ିସିନ ଖାଉଥିଲେ ବୋଲି କହିଥିଲେ । ତେବେ ଗତକାଲି ରାତି ଠାରୁ ASI ଗୋପାଳଙ୍କ ପରିବାର ବ୍ରହ୍ମପୁର ଶିଳ୍ପାଞ୍ଚଳ ବାସଭବନରୁ କେଉଁ ଆଡେ ଚାଲି ଯାଇଥିବା ଜଣାପଡିଛି । ଜଣେ ପୋଲିସ ASI ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ guli mada କରି କରି ହ-ତ୍ୟା କରିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ରାଜନୀତିକୁ ସତେ ଯେମିତି ଦୋହଲାଇ ରଖି ଦେଇଛି ଏହି ଘଟଣା ।
ତେବେ ଆଜି ଗୋପାଳଙ୍କ ପତ୍ନୀ ଓ ପୁଅ, ଝିଅ ରହୁଥିବା ତାଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ତଳ ଝୁଲିଥିବା ଦେଖିବାକୁ ମିଳିଛି । ହଠାତ ତାଙ୍କ ପତ୍ନୀ ଏବଂ ଝିଅ କୁଆଡେ ଗାୟବ ହୋଇଗଲେ ତାହା ଜାଣିବାକୁ ସମସ୍ତେ ଚାହିଁ ରହିଛନ୍ତି । ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ତାଙ୍କୁ କୁଆଡେ ଚାଲିଯିବାକୁ କହିଛି ନା ସେମାନେ ନିଜେ କୁଆଡେ ଚାଲି ଯାଇଛନ୍ତି ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।
ତେବେ ସେମାନେ ନିଜେ ହିଁ କୁଆଡେ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ସ୍ଵାମୀଙ୍କ ନାଁରେ ଏଭଳି ଅଭିଯୋଗ ଉଠିବା ପରେ ତାଙ୍କ ପତ୍ନୀ ଭାଙ୍ଗି ପଡିଥିଲେ । ସେ କହିଥିଲେ କି ସକାଳେ ତାଙ୍କ ଝିଅ ସହ ଭଲରେ କଥା ହୋଇଥିଲେ ଗୋପାଳ । ଏହି ସମୟରେ ତାଙ୍କୁ କିଛି ଅରଜେଣ୍ଟ କଲ୍ ଆସିବାରୁ ସେ ଫୋନ ରଖି ଦେଇଥିଲେ । ନିଜେ ମଧ୍ୟ ସ୍ଵାମୀ ଗୋପାଳଙ୍କ ସହ ଠିକରେ କଥା ହୋଇନଥିବା କହିଥିଲେ ।
ହୁଏତ ସୁରକ୍ଷାକୁ ଦୃଷ୍ଟିରେ ରଖି କିମ୍ବା ଗଣମାଧ୍ୟମ ଠାରୁ ବଞ୍ଚିବା ପାଇଁ ସେମାନେ କୁଆଡେ ଚାଲି ଯାଇଛନ୍ତି ବୋଲି ଅନୁମାନ କରାଯାଉଛି । ଗୋପାଳଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ତାଲା ଝୁଲିବା ନେଇ ଏବେ ବିଭିନ୍ନ ମହଲରେ ନାନା ପ୍ରକାରର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ତେବେ ASI ଗୋପାଳଙ୍କ ପରିବାର ଗାୟବ ହୋଇଯିବା ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।