28 ଓ 29 ମାର୍ଚ୍ଚରେ ରହିବ “ଭାରତ ବନ୍ଦ”, ବ୍ଯାଙ୍କ ସହ ପ୍ରଭାବିତ ହେବ ଏହି ସବୁ କାର୍ଯ୍ୟ, ଦେଖନ୍ତୁ କଣ ରହିବ ଖୋଲା ଓ କଣ ବନ୍ଦ ?

ମାସ ଶେଷ ହେବା ପୂର୍ବରୁ ଦୁଇ ଦିନ ହେବ ଭାରତ ବନ୍ଦ । ସାରା ଦେଶରେ ଦୁଇ ଦିନ ଧରି ଭାରତ ବନ୍ଦ ଡାକରା ଦିଆଯାଇଛି । ଯଦି ଆପଣଙ୍କର କୌଣସି ବ୍ଯାଙ୍କ କାମ ବାକି ରହିଛି ତେବେ ଆଜି ହିଁ ତାହା ଶେଷ କରି ଦିଅନ୍ତୁ । କାରଣ ଆସନ୍ତା ମାର୍ଚ୍ଚ ୨୮ ତାରିଖ ଏବଂ ୨୯ ତାରିଖ ଦିନ ଭାରତ ବନ୍ଦ ଘୋଷଣା କରାଯାଇଛି । ତେବେ ଏହି ବନ୍ଦ ଘୋଷଣା କରିଛନ୍ତି କେନ୍ଦ୍ରୀୟ ଟ୍ରେଣ୍ଡ ସଂଘ । ସୂଚନା ଅନୁଯାୟୀ କେନ୍ଦ୍ରୀୟ ଟ୍ରେଣ୍ଡ ସଂହାର ଏକ ଫୋରମ ଆସନ୍ତା ୨୮ ମାର୍ଚ୍ଚ ଓ ୨୯ ମାର୍ଚ୍ଚରେ ଭାରତ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

ତେବେ ଏହି ଭାରତ ବନ୍ଦ ମୋଦୀ ସରକାରଙ୍କ କିଛି ନୀତି ବିରୋଧରେ କରାଯାଇଛି ଯାହାଦ୍ୱାରା କର୍ମଚାରୀ, କୃଷକ ଏବଂ ସାଧାରଣ ଜନତାଙ୍କ ଉପରେ ଖରାପ ପ୍ରଭାବ ପକାଉଛି । କିନ୍ତୁ ଶୁଣିବାକୁ ମିଳୁଛି କି ଏହାକୁ ଅସଫଳ କରିବା ପାଇଁ ରାଜ୍ୟ ସରକାର ମାନେ ଏସମା ଲଗାଇ ପାରନ୍ତି । ଏହି ଭରତ ବନ୍ଦ ଡାକରାକୁ ରୋଡୱେଜ, ଟ୍ରାନ୍ସପୋର୍ଟ ଏବଂ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆହୁରି ମଧ୍ୟ ସୂଚନା ରହିଛି କି ବ୍ୟାଙ୍କିଂ, ବୀମା ଏବଂ ବିତ୍ତୀୟ କ୍ଷେତ୍ରର କର୍ମଚାରୀ ମାନେ ମଧ୍ୟ ହି ହରତାଳରେ ଭାଗ ନେବେ । ଟ୍ରେଣ୍ଡ ସଙ୍ଘ ତରଫରୁ କୋଇଲା, ଷ୍ଟିଲ, ତେଲ, ଦୂରସଞ୍ଚାର, ପୋଷ୍ଟାଲ, ଆୟକର, କପର୍, ବ୍ଯାଙ୍କ ଏବଂ ବୀମା କ୍ଷେତ୍ରର ସମସ୍ତ କମ୍ପାନୀ ମାନଙ୍କୁ ଏହି ଭାରତ ବନ୍ଦ ଡାକରାରେ ଭାଗ ନେବା ପାଇଁ ନୋଟିସ ପଠାଯାଇଛି ।

ଏମାନଙ୍କ ଦାବି ରହିଛି ଯେ କେନ୍ଦ୍ରରେ ଥିବା ବିଜେପି ସରକାର ନିଜ ନୀତିର ପ୍ରୟୋଗ କରି ଏହି ସବୁ ବର୍ଗର କାର୍ଯ୍ୟକ୍ଷେତ୍ରରେ ଥିବା ଲୋକଙ୍କୁ ଚାପ ପକାଉଛନ୍ତି ବା ଅସୁବିଧାରେ ପକାଉଛନ୍ତି । ତେବେ ଏହି ଭାରତ ବନ୍ଦ ଡାକରା ଯଦି ସଫଳ ହୁଏ ତେବେ ଏହା ଯୋଗୁଁ  ଅନେକ କାର୍ଯ୍ୟ ବନ୍ଦ ରହିବ ବୋଲି ଅନୁମାନ କରାଯାଉଛି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କ କାର୍ଯ୍ୟ ଉପରେ ମଧ୍ୟ ପଡିପାରେ ।

ତେବେ ଏହି ଭାରତ ବନ୍ଦର ସବୁଠୁ ଅଧିକ ପ୍ରଭାବ ବ୍ଯାଙ୍କ କାର୍ଯ୍ୟରେ ପଡିବ ଏବଂ ଏହି ଦୁଇ ଦିନ ବ୍ଯାଙ୍କ କାର୍ଯ୍ୟ ଅନେକ ମାତ୍ରାରେ ପ୍ରଭାବିତ ହେବ । ଏହା ବ୍ଯତୀତ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଉପରେ ମଧ୍ୟ ଏହାର ଅନେକ ମାତ୍ରାରେ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।