ଗରିବ ଙ୍କ ସହାୟତା ପାଇଁ ଅଧିକ ଟଙ୍କା ଛପାଇବାକୁ ସରକାରଙ୍କୁ ପରାମର୍ଶ ଦେଲେ ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ, କହିଲେ କିଛି ଏମିତି…

କୋରୋନାର ଦିତୀୟ ଲହର ଯୋଗୁ ଆମ ଦେଶରେ ଅନେକ ସମସ୍ଯା ଦେଖା ଯାଉଛି । ଯାହା ଫଳରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ନିଯୁକ୍ତ ଥିବା କର୍ମଚାରୀ ମାନେ ମଧ୍ୟ ଏହାର ଶି-କା-ର ହେଉଛନ୍ତି ।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କୋରୋନା ଭାଇରସ ଯୋଗୁ ଆମ ଦେଶରେ ଆର୍ଥିକ ସମସ୍ଯା ବହୁତ ଖରାପ ହେବାରେ ଲାଗିଛି । ଯାହା ପାଇଁ ଅଧିକାଂଶ ସାଧାରଣ ଜନତା ମାନେ ଏହାର ଶିକାର ହେଉଛନ୍ତି । ଆମ ଦେଶରେ ଆର୍ଥିକ ପରିସ୍ଥିତିକୁ ଆଖି ଆଗରେ ରଖି ଗରିବ ମାନଙ୍କ ପାଇଁ ଟଙ୍କା ଛପାଯିବା ପାଇଁ ସରକାରଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ପରାମର୍ଶ ଦେଇଛନ୍ତି ।

ବିଶିଷ୍ଟ ଅର୍ଥ ନୀତିଜ୍ଞ ଅଭିଜିତ ବାନାର୍ଜୀ ମଧ୍ୟ ଏହି କଥାକୁ ନେଇ ସମର୍ଥନ କରି କହିଛନ୍ତି ଯେ କୋରୋନା ଯୋଗୁ ନିମ୍ନ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଉପେର ଅଧିକ ପ୍ରଭାବ ଦେଖା ଯାଉଛି ।ତେଣୁ ଅଭିଜିତ ବାନାର୍ଜୀ କୋଭିଡ ସହାୟତା ଖର୍ଚ୍ଚ ବଢାଇବାକୁ ପରାମର୍ଶ ଦେଇଛନ୍ତି ।

ସେହିପରି ମୋଦୀ ସରକାରଙ୍କୁ ମଧ୍ୟ କୋଭିଡ ଖର୍ଚ୍ଚ ବଢାଇବାକୁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟ ପରେ ଅନେକ ଅର୍ଥନୀତିଜ୍ଞ ମାନେ ଏହି କଥାକୁ ସମର୍ଥନ କରି ଅଧିକ ଟଙ୍କା ଛପାଇବାକୁ ଗୁରୁତ୍ଵ ଦେଇଛନ୍ତି । ବିଶିଷ୍ଟ ଅର୍ଥନୀତିଜ୍ଞ ଉଦୟ କୋଟାକ ମଧ୍ୟ ସରକାରଙ୍କୁ ଏହି ବାବଦରେ ପରାମର୍ଶ ଦେଇହନ୍ତି ।

କୋଭିଡ-୧୯  ସଙ୍କଟରେ ପଡିଥିବା ଅର୍ଥନିତୀକୁ ସୁଧାରିବା ପାଇଁ ଭାରତକୁ ନୂତନ ଟଙ୍କାର ନିରୂପଣ କରିବା ଆବଶ୍ୟକ ରହିଛି । ବଜାର ବିଶେଷଜ୍ଞ ତ୍ରିନାଥ ଲେଙ୍କା ନିଜ ମତରେ କହିଛନ୍ତି ଯେ କୋରୋନା ମହାମାରୀ ଯୋଗୁ ବ୍ୟବସାୟୀ ବା ଅନ୍ୟ ସମସ୍ତ ଇଣ୍ଡଷ୍ଟ୍ରି ମାନକ ଉପରେ ଅଧିକ ପ୍ରଭାବ ପରିଲକ୍ଷିତ ହେଉଛି । ଭାରତରେ ଅର୍ଥିନୀତିକୁ ବଜାୟ ରଖିବା ପାଇଁ ନୂତନ ଟଙ୍କାର ଆବଶ୍ୟକତା ରହିଛି ବୋଲି ବଜାର ବିଶେଷଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି ।

ଏପରି ନ କରାଯାଏ ତେବେ ଆଗକୁ ଭାରତର ପରିସ୍ଥିତି ଅତି ଶୋଚନୀୟ ହୋଇ ପଡିବ । ଇଣ୍ଡଷ୍ଟ୍ରି ବା ଅର୍ଥନିତୀକୁ ବଞ୍ଚାଇବାକୁ ହେଲେ ଫ୍ରୀ କ୍ୟାସ ଛାଡିବାକୁ ପଡିବ ବୋଲି ତ୍ରିନାଥ ଲେଙ୍କା ମତାମତ ଦେଇଛନ୍ତି । ଏପରି ନ କରିଲେ ଛୋଟ ଛୋଟ ବ୍ୟବସାୟୀ ବା ଯେଉଁ ମାନେ ଚାକିରି ହରାଇଛନ୍ତି ଯଦି ସେମାନଙ୍କୁ ପଇସା ନ ମିଳିବ ତେବେ ସେମାନେ ଅର୍ଥନୀତିର ବ୍ୟବହାର କରି ପାରିବେ ନାହି । ଏହା ଛଡା ପଇସାର ପ୍ରିଣ୍ଟଆଉଟ ଅଳ୍ପ ମାତ୍ରାରେ କରି ପାରିଲେ ଦେଶର ଆର୍ଥିକ ସ୍ଥିତି ସୁଧୁରି ଯିବାର ସମ୍ଭାବନା ରହିଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।