ମେଷ ରାଶି (Aries) ସେପ୍ଟେମ୍ବର 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଉପରେ ନିର୍ଭରଶୀଳ । ଏହା ଆମ ଜୀବନରେ କେବେ ସୁଖ ନେଇ ଆସେ ତ ଆଉ କେବେ ଦୁଃଖ ନେଇ ଆସେ । ଏହା ଯୋଗୁଁ ମଣିଷ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଜାଣିବା ୨୦୨୨ ସେପ୍ଟେମ୍ବର ମାସର ମେଷ ରାଶିର ବ୍ୟକ୍ତିବିଶେଷଙ୍କ ରାଶିଫଳ ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବ ଖଣ୍ଡନର ଯଥୋଚିତ ପ୍ରତିକାର ।

ମୋଟାମୋଟି ଭାବେ ଦେଖିବାକୁ ଗଲେ ୨୦୨୨ ସେପ୍ଟେମ୍ବର ମାସଟି ମେଷ ରାଶିର ଲୋକଙ୍କୁ କ୍ଯାରିୟରରେ ସଫଳତା ପ୍ରଦାନ କରିବ । ଏହି ମାସରେ ନିଯୁକ୍ତ ବ୍ୟକ୍ତିମାନେ ମିଶ୍ରିତ ଫଳାଫଳ ଭୋଗ କରିବେ । ବ୍ୟବସାୟୀମାନେ ନିଜ ବ୍ୟବସାୟକୁ ବିସ୍ତାର କରି ଭଲ ଲାଭ ପାଇବାରେ ସକ୍ଷମ ହେବେ । ତଥାପି କର୍ମ କ୍ଷେତ୍ରରେ ଥିବା ଲୋକଙ୍କୁ କିଛି ସମସ୍ଯାର ସମୁଖୀନ ହେବାକୁ ପଡିପାରେ । ଏହି କାରଣରୁ ସହକର୍ମୀଙ୍କ ସହ କିଛି ବିବାଦ କିମ୍ବା ଯୁକ୍ତିତର୍କ ହୋଇପାରେ ।

ଆପଣ ଯଦି ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଛନ୍ତି ତେବେ ଏହି ସମୟରେ ସଫଳତାର ଅନେକ ସୁଯୋଗ ପାଇବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ ମଧ୍ୟ ବିଦେଶୀ କମ୍ପାନୀରୁ ଭଲ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ମଧ୍ୟ ମାସଟି ଛାତ୍ର-ଛାତ୍ରୀଙ୍କୁ ଉନ୍ନତ ଫଳାଫଳ ଦେବ ଓ ସେମାନେ ପ୍ରତ୍ଯେକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେବେ ।

ପାରିବାରିକ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ଆପଣଙ୍କୁ ଭଲ ଫଳାଫଳ ଦେବାର ସମ୍ଭାବନା ଅଛି । ଆପଣଙ୍କ ରାଶିର ଦ୍ଵିତୀୟ ଘରେ ମଙ୍ଗଳଙ୍କ ଉପସ୍ଥିତି ହେତୁ ଏହା ଆପଣଙ୍କ ପରିବାରରେ ସୁଖଶାନ୍ତି ଆଣିବ । ଘରେ ଶୁଭ କାର୍ଯ୍ୟ ଥିଲେ ଅତିଥିଙ୍କ ଆଗମନ ହେବ । ପ୍ରେମ ସମ୍ପର୍କରେ ଥିବା ଲୋକଙ୍କ ପାଇଁ ମଧ୍ୟ ଏହି ମାସଟି ବେଶ ଅନୁକୂଳ ରହିବ । ଏମାନଙ୍କ ପ୍ରେମ ଓ ରୋମାନ୍ସରେ ଅଭିବୃଦ୍ଧି ଆଣିବ । ହେଲେ ପ୍ରିୟଙ୍କ ସହ କୌଣସି କାରଣରୁ ସାମାନ୍ଯ ବିବାଦ ମଧ୍ୟ ହୋଇପାରେ ।

ଆପଣ ବିବାହିତ ଥିଲେ ମଧ୍ୟ ଜୀବନସାଥିଙ୍କ ସହ କୌଣସି ପ୍ରକାରର ବାଦବିବାଦ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ଓ କାମରୁ କିଛି ସମୟ ବାହାର କରି ସାଥିଙ୍କ ସହ ବିତାନ୍ତୁ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ ଓ ହଠାତ କିଛି ଟଙ୍କା ଲାଭ ହେବାର ସମ୍ଭାବନା ମଧ୍ୟ ରହିଛି ।

ଯଦି ଆପଣଙ୍କ ଟଙ୍କା କେଉଁଠି ଅଟକି ରହିଛି ତେବେ ଆପଣ ତାହା ଫେରାଇ ଆଣିବାକୁ ସମର୍ଥ ହେବେ । ମେଷ ରାଶି ଲୋକଙ୍କୁ ସେହି ମାସରେ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଦେଖିବାକୁ ମିଳିବ । ଏଥିପାଇଁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଓ ଗାଡିମଟର ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ ।

ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତୁ ଓ କୌଣସି ହନୁମାନ ମନ୍ଦିର ପରିଦର୍ଶନ କରି ପ୍ରଭୁଙ୍କୁ ବୁନ୍ଦି ଲଡୁ ଅର୍ପଣ କରନ୍ତୁ । ଏହାସହ ସୁନ୍ଦରକାଣ୍ଡ ପାଠ କରନ୍ତୁ ଓ ମାଙ୍କଡ ମାନଙ୍କୁ କିଛି ଖାଇବାକୁ ମଧ୍ୟ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।