Archana ଙ୍କ ମାମଲାରେ ସାମ୍ନାକୁ ଆସିଲା ଏହି ନାମୀ କ୍ରିକେଟରଙ୍କ ଲିଙ୍କ, ପଡିଆ ଭିତରେ ଖେଳ ପଡିଆ ବାହାରେ ବି ଖେଳ, କିଏ ସେ ରଙ୍ଗିଲା ଖେଳାଳି ?

କ୍ରିକେଟ ମଇଦାନରେ ଖୁବ ଚଉକା ଛକା ମାରିଛନ୍ତି ଓ ବୋଲିଂ କରି କ୍ଳିନ ବୋଲ୍ଡ ମଧ୍ୟ କରିଛନ୍ତି । ହେଲେ ଏବେ ଇଡି ର ନଜରରେ କ୍ୟାଚ ଆଉଟ ହୋଇ ଯାଇଛନ୍ତି ଏହି କ୍ରିକେଟର । ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କ ମାମଲାରେ ଜଣେ ରଣଜୀ ଖେଳାଳିଙ୍କ ଲିଙ୍କ ଏବେ ପଦାକୁ ଆସିଲାଣି । ଏବେ ପଡିଆ ବାହାରେ ଖେଳ ଖେଳିଥିବା ସେହି ଖେଳାଳିଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଅର୍ଚ୍ଚନା, ତାଙ୍କ ସ୍ଵାମୀ ଜଗବନ୍ଧୁ, ତାଙ୍କ ସହଯୋଗୀ ଖଗେଶ୍ଵର ଓ ଶ୍ରଦ୍ଧାଞ୍ଜଳି, ବ୍ୟବସାୟୀ ଅମୀୟକାନ୍ତ ଦାସ, ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦୁ, ଖଗେଶ୍ଵରଙ୍କ ବ୍ଯବସାୟିକ ବନ୍ଧୁ ଚନ୍ଦନ ଓ ଅବିନାଶ, ଫିଲ୍ମ ପ୍ରଯୋଜକ ଅକ୍ଷୟ ପାରିଜା ଏବଂ ପ୍ରମୋଦ ସ୍ଵାଇଁ, ହୋଟେଲ ବ୍ୟବସାୟୀ ଶିବପ୍ରସାଦ, ଜଗବନ୍ଧୁଙ୍କ ଭାଇ ବଳିଆ, ଠିକାଦାର ପବିତ୍ର ପାତ୍ର ଓ ଆର୍କିଟେକଚର ରଞ୍ଜିତ ବେହେରାଙ୍କୁ ଇଡି ଜେରା କରିସାରିଛି ।

ତେବେ ଏହି ସମସ୍ତଙ୍କ ପରେ ଏବେ ସାମ୍ନାକୁ ଆସିଛି ଜଣେ ନୂଆ ଖେଳାଳିଙ୍କ ନାଁ । କୁହାଯାଉଛି କି ସେହି ଖେଳାଳି ଜଣଙ୍କ ରଣଜୀ ଖେଳିଛନ୍ତି । ଆଉ ଏହି ଖେଳାଳି ପଡିଆ ବାହାରେ ଏମିତି ଖେଳ ଖେଳିଛନ୍ତି ଯେଉଁଥି ପାଇଁ ଚର୍ଚ୍ଚା ଜୋର ଧରିଛି । ସୁନ୍ଦରୀ ହନିଟ୍ରାପ ଅର୍ଚ୍ଚନା ନାଗଙ୍କ ମାମଲାରେ ପୁଣି ବିସ୍ଫୋରଣ ସୃଷ୍ଟି କରିଛି ଏହି ରଣଜୀ ଖେଳାଳିଙ୍କ ଖୁଲାସା । ନାଗଙ୍କ ସହ ଜଣେ ପୂର୍ବତନ ରଣଜୀ ଖେଳାଳିଙ୍କ ଲିଙ୍କ ଥିବା ଇଡିକୁ ସୁରାକ ମିଳିଛି ।

ସବୁଠୁ ବଡକଥା ହେଉଛି ଏହି କ୍ରିକେଟର ଜଣକ ଅର୍ଚ୍ଚନାଙ୍କ ସହ ତିନିବର୍ଷ ଧରି ସମ୍ପର୍କରେ ରହିଥିବା ଜଣାପଡିଛି । ଦିନ ଗଡିବା ସହ ଅର୍ଚ୍ଚନା ନାଗଙ୍କ ମାମଲାରେ ନୂଆ ନୂଆ ଚେହେରା ସାମ୍ନାକୁ ଆସିବାରେ ଲାଗିଛି । ଅର୍ଚ୍ଚନାଙ୍କ ନାଗଫାଶରେ ଅନେକ ବଡ ବଡ ନେତା, ମନ୍ତ୍ରୀ, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକ ଆଦି ବଡବଡିଆ ଲୋକମାନେ ଫସିଥିବା ଆରମ୍ଭରୁ ଚର୍ଚ୍ଚା ହେଉଥିଲା । ସେହି ବଡବଡିଆ ବାବୁମାନେ ସବୁ କିଏ ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା ।

ତେବେ ଧୀରେ ଧୀରେ ଜଣ ଜଣ କରି ବଡବଡିଆଙ୍କ ପର୍ଦ୍ଦାଫାଶ ହେବାରେ ଲାଗିଛି । ଇଡିର ଜାଲରେ ପଡିଛନ୍ତି ଏହି ବଡବଡିଆ ମାନେ । ଇଡି ଆହୁରି ଖୋଳତାଡ ଜାରି ରଖିଥିବା ବେଳେ ଏହି ଲିଷ୍ଟରେ ଜଣେ ରଣଜୀ କ୍ରିକେଟରଙ୍କ ନାଁ ଆସିବା ମାମଲାକୁ ଆହୁରି ରୋଚକ କରିଛି । ତେବେ ଦେଖାଯାଉ ସେହି କ୍ରିକେଟରଙ୍କ ମୁହଁରୁ କେବେ ପରଦା ହଟାଉଛି ଇଡି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।