Archana କୁ ସାଢେ 3 ଲକ୍ଷର ଭ୍ୟାନିଟି ଗିଫ୍ଟ ଦେଇଥିଲେ ଏହି ବିବାଦୀୟ କ୍ଯାପଟେନ, ଭ୍ୟାନିଟି ଦେଖି ପୋଲିସର ଆଖି ବି ତରାଟି ଯାଇଥିଲା, ଦେଖନ୍ତୁ video

ପୁଣି ବିବାଦ ଘେରରେ କ୍ଯାପଟେନ । ସୁନ୍ଦରୀ ଅର୍ଚ୍ଚନା ନାଗର ସାନିଧ୍ୟ ଲାଭ କରିବା ପାଇଁ କୁଆଡେ ସାଢେ ତିନି ଲକ୍ଷର ଭ୍ୟାନିଟି ବ୍ଯାଗ ଗିଫ୍ଟ ଦେଇଛନ୍ତି । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦାମୀ ଭ୍ୟାନିଟି ବ୍ୟାଗକୁ ଦିବଙ୍ଗତ ପ୍ରିନସେସ ଡାଇନା ବ୍ୟବହାର କରୁଥିଲେ । ଆଉ ରାଣୀ ଡାଇନାଙ୍କ ହାତରେ ଏହି ଏଲଇଭି ଭ୍ୟାନିଟି ଦେଖିବାକୁ ମିଳିଥିଲା । ଯେଉଁ ଭ୍ୟାନିଟିର ମୂଲ୍ୟ ରହିଛି ଦାଢେ ତିନି ଲକ୍ଷ ଟଙ୍କା । ଯାହାକି ସୁନ୍ଦରୀ ଅର୍ଚ୍ଚନାଙ୍କୁ ଉପହାର ସ୍ୱରୂପ ଦିଆ ଯାଇଥିଲା ।

ଆଉ ତାଙ୍କୁ ଏହି ଭ୍ୟାନିଟି ଦେଇଥିବା ବ୍ୟକ୍ତିଜଣକ ଏମିତି ସେମିତି ଲୋକ ନୁହନ୍ତି ବରଂ ଜଣେ ବିବାଦୀୟ କ୍ଯାପଟେନ । ନିଜ ମାୟାଜାଲରେ ରାଜ୍ୟର ଅଧାରୁ ଅଧିକ ନେତାଙ୍କୁ ନିଜ ଆୟତ୍ତରେ ରଖିଥିଲା ଅର୍ଚ୍ଚନା । ଟଙ୍କା ହାସଲ କରିବା ପାଇଁ ଯାହା ଇଚ୍ଛା ତାହା କରୁଥିଲା । ଆଉ ସେତିକି ବେଳେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପୋଲିସ ଅର୍ଚ୍ଚନା ଘରେ ଚଢାଉ କରିଥିବା ବେଳେ ଅର୍ଚ୍ଚନାର ଭ୍ୟାନିଟିରୁ ଏକ ପେନଡ୍ରାଇଭ ଜବତ କରିଥିଲା ।

ଆଉ ସେହି ସମୟରେ ସେହି ଭ୍ୟାନିଟି ବ୍ୟାଗ ଉପରେ ପଡିଥିଲା ପୋଲିସର ନଜର । ବିଶ୍ଵର ଟପ୍ ବ୍ରାଣ୍ଡ ମଧ୍ୟରୁ ଗୋଟିଏ ଥିଲା ଏହି ଭ୍ୟାନିଟି ବ୍ୟାଗଟି, ଯାହାର ନାଁ ହେଉଛି ଏଲଇଭି ଭ୍ୟାନିଟି । ଯାହାର ନାଁ ଦେଖି ପୋଲିସ ତରାଟି ଯାଇଥିଲା । ଏହି ଭ୍ୟାନିଟି ବ୍ୟାଗ ବିଷୟରେ ତଦନ୍ତ କରି ପୋଲିସ ଜାଣିବାକୁ ପାଇଥିଲା କି, ଜଣେ ବିବାଦୀୟ କ୍ଯାପଟେନ ଏହି ବ୍ୟାଗ ତାଙ୍କୁ ଜନ୍ମଦିନରେ ଉପହାର ଦେଇଥିଲେ ।

ଅର୍ଥାତ ସୁନ୍ଦରୀ ଅର୍ଚ୍ଚନା ନାଗଙ୍କ ଜନ୍ମଦିନରେ ତାଙ୍କୁ ଗିଫ୍ଟ କରିଥିଲେ ସାଢେ ତିନି ଲକ୍ଷର ଏଲଇଭି ଭ୍ୟାନିଟି । ବିବାଦୀୟ କ୍ଯାପଟେନଙ୍କ ସାଢେ ତିନି ଲକ୍ଷର ଏହି ଉପହାର ପାଇଁ ବେଶ ଖୁସି ହୋଇ ଯାଇଥିଲେ ଅର୍ଚ୍ଚନା । ଭ୍ୟାନିଟି ବ୍ୟାଗ ଏକ ସେଲଫି ଉଠାଇ ବିବାଦୀୟ କ୍ଯାପଟେନଙ୍କୁ ପଠାଇଥିଲେ ଓ ଧନ୍ୟବାଦ ବୋଲି ମଧ୍ୟ ଲେଖିଥିଲେ ଅର୍ଚ୍ଚନା । ଯାହାର ପ୍ରମାଣ ବର୍ତ୍ତମାନ ପୋଲିସ ହାତରେ ଲାଗିସାରିଛି ।

ଖାଲି ଏତିକି ନୁହେଁ ଆହୁରି ଅନେକ ତଥ୍ୟ ଅର୍ଚ୍ଚନା ନାଗଙ୍କ ନାମରେ ପୋଲିସ ହାତରେ ଲାଗିଛି । ବଡବଡିଆଙ୍କୁ ଫସେଇ ବ୍ଳାକମେଲ କରି ଅର୍ଚ୍ଚନା ଓ ତା’ ସ୍ଵାମୀ ଜଗବନ୍ଧୁ ଯେଉଁ ପାପର ସାମ୍ରାଜ୍ୟ ଗଢିଥିଲେ ତାହା ଏବେ ଭାଙ୍ଗି ଚୁରମାର ହୋଇଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ  ଆମ ପେଜ୍ କୁ ଲୟକ କରନ୍ତୁ ।