ନମସ୍କାର ବନ୍ଧୁଗଣ । ଭୁବନେଶ୍ଵର ରେ କିଛି ପିଲାଙ୍କୁ ସ୍କୁଲ ଯିବା ସମୟରେ ଅପରହଣ କରା ଯାଇଥିଲା ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଦୁର୍ବୁତ୍ତ ଙ୍କ ହାତରୁ ଖସି ଆସିଛନ୍ତି ସେହି ପିଲା ମାନେ । ଆଉ ସେମାନଙ୍କ ମଧ୍ୟରୁ ଜଣେ ପିଲା ନିଜର ମତ ଗାନମାଧ୍ୟମରେ ଦେଇଛନ୍ତି । ସେ କହିଛନ୍ତି ଯେ ” ଆମେ ସବୁ ଦିନ ଭଳି ସେଦିନ ମଧ୍ୟ ସ୍କୁଲ ଯାଇଥିଲୁ । କିନ୍ତୁ ସେଦିନ ସ୍କୁଲ ଛୁଟି ଥିଲା ।
କାରଣ ସ୍କୁଲ ରେ ପରୀକ୍ଷା ଚାଲିଥିବାରୁ ଆମେ କୋଚିଙ୍ଗ ସାରି ଫେରି ଆସିଥିଲୁ । ସ୍କୁଲରେ ପହଞ୍ଚିବା ପୂର୍ବରୁ ଆମେ ବିସ୍କୁଟ ଆଣିବାକୁ ମନେ ନ ଥିଲା । ତା ପରେ କିଛି ବାଟ ଯିବା ପରେ ଆମକୁ କିଛି ଲୋକ ଆସି ଉଠାଇ ନେଲେ । ଯେତେବେଳେ ହୋସ ଆସିଲା ଆମେ ସେତେବେଳକୁ ଗୋଟେ ଟ୍ରକରେ ଥିଲୁ । ପାଖାପାଖି 8 ଜଣ ଲୋକ ସେମାନେ ଥିଲେ ।
ସେହି ଟ୍ରାକରେ 4 ଜଣ ଝିଅ ପିଲା ଓ 2 ଜଣ ଛୋଟ ପିଲା ଥିଲେ । ସେହି ଜାଗାର ନାଁ ମଧ୍ୟ ଆମେ ଜାଣି ନ ଥିଲୁ । ତା ପରେ ସେମାନଙ୍କ ମଧ୍ୟରୁ କିଛି ଲୋକ ଗାଡି ସଜାଡିବା ପାଇଁ ବାହାରକୁ ଗଲେ ଆଉ 3 ଜଣ ଗାଡି ଭିତରେ କଥା ହେଉଥିଲେ । ମୋ ହାତରେ ଯେଉଁ କପଡା ବନ୍ଧା ହୋଇଥିଲା ସେଟା ଟିକେ ଢିଲା ଥିଲା ।
ମୁଁ ଯେମିତି ସେମିତି କରି ମୋ ସାଙ୍ଗ ଶୋନୁ ର ହାତ ଖୋଲି ଦେଲି । ତା ପରେ ଆମେ ଅନ୍ୟ ପିଲାଙ୍କୁ ଇସାରା ଦେଲୁ କିନ୍ତୁ ସେମାନେ ବୁଝି ପାରିଲେ ନାହିଁ । ତା ପରେ ଆମେ ଖସିକି ପଳାଇ ଆସିଲୁ । ଦୌଡି ଦୌଡି ଆମେ ରେଲୱେ ରେ ପହଞ୍ଚି ସେଠାରେ ଜଣେ ମ୍ୟାଡମଙ୍କୁ ସବୁ କଥା କହିଲୁ । ଆଉ ତାଙ୍କ ଫୋନ ସାହାର୍ଯ୍ୟ ରେ ଆମେ ଘର ଲୋକଙ୍କୁ ଜଣାଇ ଥିଲୁ ।
ତା ପରେ କାଲି ଠାରୁ ଆମେ ଟିଟିଲାଗଡ ଥାନାରେ ଥିଲୁ । କିଡନାପ କଥା ତ ଆମେ ଜାଣି ନାହୁଁ କିନ୍ତୁ 4 ଜଣ ଯେଉଁ ଝିଅ ପିଲା ଥିଲେ ସେମାନେ ବେହୋସ ହୋଇ ପଡିଥିଲେ । ସେତେବେଳ ମୋ ମାଇଣ୍ଡ ରେ କିଛି ବି ନ ଥିଲା । ଅନ୍ଧାର ମଧ୍ୟ ହୋଇଥିଲା ମୁଁ ଠିକ ଭାବେ କିଡନାପର ଙ୍କୁ ଦେଖିପାରି ନାହିଁ । ପୋଲିସ କୁ ଆମେ ସତ କଥା କହିଲୁ କିନ୍ତୁ ସେ ରାସ୍ତା ରେ କିଛି ନ ଥିବାରୁ ପୋଲିସ ବି କିଛି କରି ପାରିଲା ନାହିଁ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।