ଟଙ୍କା ପାଇଁ ଏମିତି କରିଥିଲେ ଦୁଇ ଛାତ୍ର, ଅପହରଣ ହେବାର ମିଛ ଅଭିନୟ କରିଥିଲେ, ସୂଚନା ଦେଲା ଚନ୍ଦକା ପୋଲିସ

ଟିକେ ବୁଲାବୁଲି କରିବେ ଆଉ ହୋଟେଲ ରେ ରହି ଖିଆପିଆ କରିବେ । ସେଥିପାଇଁ ନିଜ ଅପହରଣ ନିଜେ କରିଲେ । ଟଙ୍କା ପାଇଁ କରିଥିଲେ ନିଜକୁ ନିଜେ ଅପହରଣ । ଆଉ କହିଥିଲେ କି ଆମ ମୁହଁ ରେ କପଡା ବାନ୍ଧି ଆମକୁ ଉଠାଇ ନେଲେ । ଆମେ ଜୀବନ ବିକଳରେ ଖସି ଚାଲି ଆସିଛୁ । ହଁ ଦର୍ଶକ ବନ୍ଧୁ ଭୁବନେଶ୍ବର ରେ ଦୁଇ ଛାତ୍ର ଙ୍କ ଅପହରଣ କୁ ନେଇ ଚାଲିଥିଲା ଚର୍ଚ୍ଚା ।

ଆଉ ଏବେ ସାମ୍ନା କୁ ସତ ଆସିଛି ଦୁଇ ଛାତ୍ରଙ୍କ ଅପହରଣର ପ୍ରକୃତ ସତ । ସ୍କୁଲ ରୁ ଅପହରଣ ନୁହେଁ ବରଂ ନିଜ ଇଚ୍ଛା ରେ ସ୍କୁଲ ରୁ ଯାଇଥିଲେ ଦୁଇ ଛାତ୍ର । ଏମିତି କିଛି ସତ ସାମନା କୁ ଆସିଛି ଚନ୍ଦକା ଥାନା ପୋଲିସ । ଦୁଇ ଛାତ୍ର ଅଟୋ ରୁ ଓଲହାଇ କିଭଳି ଟ୍ରାଫିକ କ୍ୟାମେରା ରୁ ନିଜ ମୁହଁ କୁ ଲୁଚାଇ ରାସ୍ତା ରେ ଯାଉଛନ୍ତି ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

କାଳେ କ୍ୟାମେରା ଆଗରେ ଧରା ପଡିଯିବେ ସେଥିପାଇଁ ନିଜ ମୁହଁ କୁ ଲୁଚାଇ ଦେଇଛନ୍ତି । କିନ୍ତୁ କଣ ହେବ ସତ ସବୁବେଳେ ସାମନା କୁ ଆସିଥାଏ । ସୂଚନା ଅନୁଯାୟୀ ପୃଥୀରାଜ ପ୍ରଧାନ ଓ ସାନୁ କୁମାର ନାମ ଦୁଇ ଜଣ ଛାତ୍ର ଅପହରଣ ର ନାଟକ ରଚି ଥିଲେ । ଅପହରଣ କରିବା ବାହାନା ରେ ବୁଲା ବୁଲି କରିବାର ଥିଲା ପ୍ଳାନ । ଭୁବନେଶ୍ବର ରେଳ ଷ୍ଟେସନ ରୁ ଦୁଇ ସାଙ୍ଗ ଟିଟିଲାଗଡ ଯାଇଥିଲେ ।

ସେଠାରେ ହୋଟେଲ ରେ ରହି ଖିଆପିଆ କରି ବୁଲା ବୁଲି ଥିଲେ । ଆଉ ଯେବେ ପକେଟରୁ ପଇସା ସଋ ଯାଇଥିଲା ସେତେବେଳ ଦୁହେଁ ଅପହରଣ ର ନାଟକ ରଚି ଥିଲେ । ଯାହା ଏବେ ସିସିଟିଭି ଫୋଟେଜ ରେ ସାମନା କୁ ଆସିଛି । ଦୁଇ ସାଙ୍ଗଙ୍କର ଏଭଳି କାରନାମା କୁ ନେଇ ପୁରା ଭୁବନେଶ୍ଵର ଏବେ ଚହଳ ସୃଷ୍ଟି ହୋଇଛି ।

ଏଭଳି ମାନସିକତା ପାଇଁ କିଛି ଦିଗ ଉପରେ ଆଙ୍ଘୁଠି ଉଠାଇବାକୁ ପଡିଥିଲା । କିଏ କହିଥିଲା ଏଭଳି ସାତିର ମାଇଣ୍ଡ ଏହି ଦୁଇ ପିଲାଙ୍କର ତ ଆଉ କିଏ କହିଥିଲେ ଭୁବନେଶ୍ବର ରେ କିଡନାପର ମାତିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ, ଧନ୍ୟବାଦ ।