ଅନ୍ୟର ସ୍ତ୍ରୀ ସହ ଶୋଇବା ଯୁବକକୁ ପଡିଲା ମହଙ୍ଗା, ସ୍ଵାମୀ ନେଲା ୫ କୋଟି ଟଙ୍କାର ଜୋରିମାନା, ଜାଣନ୍ତୁ ପୁରା ଘଟଣା

କହିବାକୁ ଗଲେ ଏହି ଘଟଣା ଆମେରିକା ର North Carolina ର ଅଟେ । ଏଠାରେ ସ୍ଵାମୀ ହୱର୍ଡ ଓ ତାହାର ପତ୍ନୀ ଜୁଲି ଗତ ୧୨ ବର୍ଷ ହେବ ବିବାହିତ ଜୀବନ ବ୍ୟତିତ କରୁଥିଲେ । ଏମାନଙ୍କର ଦୁଇଟି ସନ୍ତାନ ବି ଅଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ବି ଥିଲା । କିନ୍ତୁ ମାମଲା ସେତେବେଳେ ଖରାପ ହୋଇଗଲା ଯେତେବେଳେ ଜୁଲି ଯେଉଁ ସ୍କୁଲରେ ପଢାଉଥିଲା ସେହି ସ୍କୁଲରେ ଏକ ନୂଆ ଟିଚର ଜେର୍ନିଗନ ଆସିଲା ।

ଜୁଲୀ ସ୍କୁଲର ସୀନିୟର ଟୀଚର ଥିଲା ସେଥିପାଇଁ ତାକୁ ଜେର୍ନିଗନକୁ ମେଣ୍ଟର କରିବା ପାଇଁ କୁହାଗଲା । ଏହିଭଳି ଭାବରେ ଦୁଇ ଜଣ ପରସ୍ପର ସହିତ ଅଧିକ ସମୟ ବିତାଇବାକୁ ଲାଗିଲେ । ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହେଲା ଓ ପୁଣି କଥାବାର୍ତ୍ତା ବଢିଲା ଓ ଶେଷରେ ଶାରୀରିକ ସମ୍ବନ୍ଧ ପର୍ଯ୍ୟନ୍ତ ବି କଥା ଚାଲିଗଲା ।

ଅନ୍ୟ ପଟେ ଜୁଲିର ସ୍ଵାମୀ ହୱର୍ଡ ଏହି କଥା ବିଷୟରେ ଜାଣି ନ ଥିଲା । ଥରେ ସେ ନିଜର ନିଉ ଇୟର ପାର୍ଟିରେ ଜୁଲିର ପ୍ରେମୀ ଜେର୍ନିଗନକୁ ବି ଡାକିଥିଲା । ଦୁଇ ଜଣଙ୍କ ମଧ୍ୟରେ ବହୁତ କଥାବାର୍ତ୍ତା ବି ହୋଇଥିଲା । କିନ୍ତୁ ସେହି ସମୟରେ ଜୁଲିର ସ୍ଵାମୀ ହୱର୍ଡକୁ ଅନ୍ଦାଜ ବି ନ ଥିଲା କି ଏହି ବ୍ୟକ୍ତି ତାହାର ସ୍ତ୍ରୀ ସହ ଶୋଇଛି । ଏହା ପରେ ଧୀରେ ଧୀରେ ଜୁଲି ଓ ତାହାର ସ୍ଵାମୀ ହୱର୍ଡ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଲାଗିଲା ।

ଦୁଇ ଜଣ ମ୍ୟାରେଜ କାଉଂସଲଙ୍କ ପାଖକୁ ଗଲେ । ଶେଷରେ ଜୁଲି ସ୍ଵୀକାର କରିଲା କି ତାହାର ଜେର୍ନିଗନ ସହ ଅଫେୟାର ଚାଲିଛି । ଜୁଲି କହିଲା କି “ମୋର ସ୍ଵାମୀ ହୱର୍ଡ ସବୁବେଳେ କାମରେ ବ୍ୟସ୍ତ ରହୁଥିଲେ, ଏମିତିରେ ଜେର୍ନିଗନ ମୋତେ ସାହାରା ଦେଲା । ମୁଁ ମାନୁଛି କି ତା’ ସହିତ ଶୋଇବା ମୋର ଭୁଲ ଥିଲା ।”

ଅନ୍ୟ ପଟେ ତାହାର ସ୍ଵାମୀ ହୱର୍ଡର କହିବାର ଥିଲା କି ମୋର ସ୍ତ୍ରୀ ମୋତେ ଡିଭୋର୍ସ କଥା କହିଥିଲା, କିନ୍ତୁ ମୋର ବିଶ୍ଵାସ ଥିଲା କି ଭବିଷ୍ୟତରେ ଆମେ ଏହାର ସମାଧାନ କରିନେବୁ । କିନ୍ତୁ ତା’ର ଅଫେୟାର ବିଷୟରେ ମୋର ଅନ୍ଦାଜ ନ ଥିଲା । ଏହା ପରେ ଜୁଲି ଓ ହୱର୍ଡ କୋର୍ଟରେ ଡିଭୋର୍ସ ନେଇଗଲେ । କିନ୍ତୁ ହୱର୍ଡ ଏହି ଘଟଣାକୁ ସହଜରେ ଭୁଲିବାକୁ ଚାହୁଁ ନ ଥିଲା ।

ସେ ଏହାର ପ୍ରତିଶୋଧ ଏମିତି ନେଲା କି ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ହୱର୍ଡର ପୂର୍ବ ପତ୍ନୀ ଜୁଲିର ପ୍ରେମୀ ଜେର୍ନିଗନ ବିରୁଦ୍ଧରେ ‘Homewreckers Law’ (ଗୃହ – ବିଧ୍ୱଂସକ ନିୟମ) ଅନୁସାରେ କେସ କରିଦେଲା । କହିଦେଉଛୁ କି ଆମେରିକାରେ ଏକ ନିୟମ ଅଛି ଯେଉଁଠି ଧୋକା ଖାଇଥିବା ସ୍ଵାମୀ କିମ୍ବା ସ୍ତ୍ରୀ ନିଜର ପାର୍ଟନରର ଲଭର ବିରୁଦ୍ଧରେ କେସ କରି ପାରିବ ଏବଂ ଫିଜିକାଲି ଓ ମେଣ୍ଟଲୀ ତାକୁ ଯେଉଁ କ୍ଷତି ପହଞ୍ଚିଛି ତାହାର ଭରଣ ପାଇଁ କିଛି ଜୋରିମାନା ବି ନେଇ ପାରିବ ।

ହୱର୍ଡ ଏହି ଆଇନର ଲାଭ ଉଠାଇଲା ଓ ସେ କେସ ବି ଜିତିଗଲା । କୋର୍ଟ ଜୁଲିର ପ୍ରେମୀ ଜେର୍ନିଗନକୁ ଆଦେଶ ଦେଲା କି ସେ ହୱର୍ଡକୁ ତାହାର ପତ୍ନୀ ସହ ଅଫେୟାର କରିବା ବଦଳରେ ୭୫୦୦୦୦ ଡଲାର ମାନେ ପାଖାପାଖି ୫.୩ କୋଟି ଟଙ୍କା ଦେବ । ହୱର୍ଡ କହିଲା କି ମୁଁ କେସ ଏଥିପାଇଁ କରିଥିଲି ଯାହା ଦ୍ଵାରା ବିବାହ ଭଳି ପବିତ୍ର ବନ୍ଧନକୁ ସମସ୍ତେ ବୁଝି ପାରିବେ ଓ କେବେ ବି କେହି କାହାକୁ ଧୋକା ଦେବେ ନାହିଁ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।