ଅନ୍ୟ ଜଣକ ବେକରେ ବାରମାଳା ଦେଉଥିବା ଝିଅକୁ ଦେଖି ପାଗଳ ହେଲା ଯୁବକ, ପୁଣି ତା’ ପରେ କଲା ଆଶ୍ଚର୍ଯ୍ୟ କରିଦେବା ଭଳି କାମ

ଆଜିକାଲି ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ରାୟବରେଲିରେ । ଏଠାରେ ପ୍ରେମିକା ଅନ୍ୟ କାହା ସହିତ ବିବାହ କରିବାରୁ ପ୍ରେମୀ ବିବାହ ସ୍ଟେଜରେ ମଙ୍ଗଳବାର ଦିନ ଅଧିକ ରାତିରେ ପ୍ରେମିକାକୁ ଗୁଳିମାରି ଥିଲା ଓ ପରେ ନିଜକୁ ମଧ୍ୟ ଗୁଳି ମାରିଥିଲା । ଦୁଇଜଣଙ୍କ ଚିକିତ୍ସା ଜିଲ୍ଲା ହସ୍ପିଟାଲରେ ଚାଲିଥିଲା, ହେଲେ ସେମାନଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।


ବଛରାଂବା କୋତବାଲି କ୍ଷେତ୍ରର ଗାଜିଆପୁର ନିବାସୀ ପୁନ୍ତିଲାଲଙ୍କ ଝିଅ ଆଶାର ବିବାହ ମଙ୍ଗଳବାର ଦିନ ଥିଲା । ବରଯାତ୍ରୀ ଉନନାବ ଜନପଦର କୁଶହରୀରୁ ଆସିଥିଲା । ଅଧିକ ରାତିରେ ପ୍ରାୟ ୧ ଟା ସମୟରେ ବରମାଳା କାର୍ଯ୍ୟକ୍ରମ ଥିଲା । ବର ଓ କନ୍ୟା ଦୁଇଜଣ ସ୍ଟେଜ ଉପରେ ଥିଲେ । ସେହି ସମୟରେ ଗାଁରେ ରହୁଥିବା ଝିଅର ପ୍ରେମୀ ଜାଗେଶ୍ଵର ହଠାତ ସ୍ଟେଜ ଉପରେ ପହଞ୍ଚିଥିଲା । ଲୋକମାନେ କିଛି କହିବା ପୂର୍ବରୁ ସେ ତାର ଦାଦାର ଲାଇସେନ୍ସ ଥିବା ବନ୍ଧୁକ ଦ୍ଵାରା ଝିଅକୁ ଗୁଳିଥିଲା ଓ ତାପରେ ସେ ନିଜକୁ ଗୁଳି ମାରିଥିଲା ।


ସ୍ଟେଜ ଉପରେ ଦୁଇଜଣ ବେହୋସ ଅବସ୍ଥାରେ ପଡିଯାଇଥିଲେ । ବିବାହର ଖୁସି ଦୁଃଖରେ ବଦଳି ଯାଇଥିଲା । ଦୁଇଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା, ହେଲେ ରାସ୍ତାରେ ଯିବା ସମୟରେ ସେହି ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ଗଣ୍ଡଗୋଳ ହୋଇଗଲା । ସୂଚନା ପାଇ ପୋଲିସ ଅଧ୍ୟକ୍ଷ ସୁନୀଲ କୁମାର ସିଂହ ପୋଲିସ ବଳ ସହ ସେହି ସ୍ଥାନରେ ପହଞ୍ଚିଥିଲେ । ପୋଲିସ ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରୁଛି ।