ହିନ୍ଦୁ ଧର୍ମ ବିଶ୍ବାସ ଅନୁସାରେ ଘରର ଲକ୍ଷ୍ମୀଙ୍କୁ ଦୁଃଖ ଦେଲେ ସେହି ଘର ନଷ୍ଟ ହୋଇଯାଏ ଓ ଘରର ଲୋକ ମାନଙ୍କୁ ବିଭିନ୍ନ ପ୍ରକାରର ଦଶା ଭୋଗିବାକୁ ପଡିଥାଏ । ଏଇ ଯେମିତି ଆମ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କ କ୍ଷେତ୍ରରେ ଘଟିଛି । ସତେ ଲାଗୁଛି ଯେମିତି ଅନୁଭବଙ୍କ ରାହୁକାଳ ଚାଲିଛି । ଲାଗୁଛି ଯେମିତି ଅନୁଭବଙ୍କ ଉପରେ ପତ୍ନୀ ବର୍ଷାଙ୍କ ଅଭିଶାପ ପଡିଛି । କାରଣ ଏବେ ଅନୁଭବଙ୍କ ଦାଦାଗିରି ବନ୍ଦ ହୋଇଯାଇଛି, ଆଉ ସେ ହିରୋରୁ ଜିରୋ ପାଲଟି ଯାଇଛନ୍ତି ।

ସିଦ୍ଧାର୍ଥ ଟିଭିରେ ଏଇ କିଛିଦିନ ହେବ ଆରମ୍ଭ ହୋଇଥିଲା ଅନୁଭବଙ୍କ ଦାଦାଗିରି ରିୟାଲିଟି ଶୋ । କିନ୍ତୁ ଅଳ୍ପ ଦିନ ମଧ୍ୟରେ ହିଁ ତାଙ୍କ ଶୋ ଫ୍ଳପ ହୋଇଥିବାର ଦେଖିବାକୁ ମିଳିଛି । ଯାହାଫଳରେ ତାଙ୍କୁ ଶୋ ରୁ ଆଉଟ ହେବାକୁ ପଡିଛି । ତାଙ୍କ ବଦଳରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ କାଳେ ନିଆଯିବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଅନୁଭବଙ୍କ ରାଜନୀତି କ୍ଯାରିୟରରେ ମଧ୍ୟ ଗ୍ରହଣ ଲାଗିଛି ।
ଦିନେ ଶାସକ ଦଳର ପୋଷ୍ଟର ବୟ ପାଲଟିଥିବା ଅନୁଭବ ଏବେ କେବଳ ପୋଷ୍ଟରରୁ ବାଦ୍ ପଡି ନାହାନ୍ତି ବରଂ ତାଙ୍କୁ ଦଳର କୌଣସି ସଭା ସମିତିରେ ମଧ୍ୟ ଦେଖିବାକୁ ମିଳୁନାହିଁ । ଅଭିନୟରୁ ରାଜନୀତିରେ ପାଦ ଦେଇଥିବା ଅନୁଭବଙ୍କୁ ଲୋକେ ରାଜନୀତିରେ ମଧ୍ୟ ସେତେଟା ପସନ୍ଦ କରୁ ନଥିବାର ଦେଖିବାକୁ ମିଳୁଛି । କେନ୍ଦ୍ରପଡା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସତ କିନ୍ତୁ ଲୋକେ ତାଙ୍କୁ ସମାଲୋଚନା କରିବାର କୌଣସି ବି ସୁଯୋଗ ହାତଛଡା କରୁ ନାହାନ୍ତି ।

ଆଉ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ତାଙ୍କ ପ୍ରଶଂସକ ମାନଙ୍କୁ ନିରାଶ କରୁଛି । ପତ୍ନୀ ବର୍ଷାଙ୍କ ସହ ତାଙ୍କ ପାରିବାରିକ ବିବାଦ ଏବେବି କୋର୍ଟରେ ଚାଲିଛି । ରିଲ୍ ଲାଇଫରେ ମାଟ୍ରିକ ଫେଲ୍ ହୋଇଥିବା ଅନୁଭବ ଏବେ ଯେମିତି ସବୁଥିରେ ଫେଲ୍ ହୋଇ ଚାଲିଛନ୍ତି । ଯେମିତି ସେ ଅଭିନୟରେ ଫେଲ୍, ରାଜନୀତିରେ ଫେଲ୍ ଏବଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ଫେଲ୍ । ଆଉ ଅନୁଭବଙ୍କ ଏଭଳି ଦଶା ପଛରେ କାଳେ ପତ୍ନୀ ବର୍ଷାଙ୍କ ଅଭିଶାପ କାମ କରୁଛି ବୋଲି ଚର୍ଚ୍ଚା ହେଉଛି ।
ଏହାସହ ପତ୍ନୀ ବର୍ଷାଙ୍କ ଆଖିର ଲୁହ, ଛାତିର କୋହ ଆଉ ହୃଦୟର ଅକୁହା ଅଭିଶାପରେ ଅନୁଭବ ଙ୍କର ଗୋଟିଏ ପରେ ଗୋରିଏ କ୍ଷତି ହେବାରେ ଲାଗିଛି । ଏବେ କଥା ଉଠୁଛି ଏସବୁ ପରେ ବର୍ତ୍ତମାନ ଅନୁଭବ ମହାନ୍ତି କାଳେ କାମ ଖୋଜୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।