ତିନିଦିନ ତଳେ ସୁପରଷ୍ଟାର ଅନୁଭବ ମହାନ୍ତି ପୁଣି ଥରେ ବିବାହ କରିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହୋଇଥିଲା । ଅନୁଭବଙ୍କ ଦ୍ଵିତୀୟ ବିବାହ ଖବର ଓ ବିବାହ ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଥିଲା । ଅନୁଭବ ବର ବେଶରେ କନ୍ୟାଙ୍କ ସହ ସାତଫେରା ନେଉଥିବା ନଜର ଆସିଥିଲେ । ସମସ୍ତଙ୍କୁ ଏହି ଭିଡିଓ ଦ୍ଵନ୍ଦରେ ପକେଇ ଦେଇଥିବା ବେଳେ ପରେ ଜଣା ପଡିଥିଲା କି ଅନୁଭବଙ୍କ ଆଗାମୀ ଫିଲ୍ମ ଶୁଟିଙ୍ଗର ଏକ ଦୃଶ୍ୟ ବୋଲି ଜଣା ପଡିଥିଲା ।
ଆଗକୁ ରିଲିଜ ହେବାକୁ ଯାଉଛି ଅନୁଭବ ମହାନ୍ତିଙ୍କ ଆଗାମୀ ଫିଲ୍ମ “ଲଭ ଇନ ଲଣ୍ଡନ” । ଯେଉଁଥି ପାଇଁ ଅନୁଭବ ନିକଟରେ ଲଣ୍ଡନ ମଧ୍ୟ ଯାଇଥିଲେ । ତେବେ ଅନୁଭବଙ୍କ ଏହି ଫିଲ୍ମ ଶୁଟିଙ୍ଗ ବେଳର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିବା ଦେଖିବାକୁ ମିଳିଛି କି, ମୋତେ ଆଉ କେତେ ବଦନାମ କରିବ ।
ଅନୁଭବଙ୍କ ପାରିବାରିକ ବିବାଦର ସମାଧାନ ହୋଇ ନଥିବା ବେଳେ ଅନୁଭବଙ୍କ ବିବାହ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବର୍ଷା ତାଙ୍କ ଫ୍ୟାନ୍ସ କ୍ଲବରେ ଏକ ଟ୍ବିଟ ଶେୟାର କରିଛନ୍ତି । ସେଥିରେ ବର୍ଷା ମେସେଜ ଦେଇଛନ୍ତି କି, “ଦୁଇ ବର୍ଷ ହେଇଗଲା ତୁମେମାନେ ଗୋଟେ ନାରୀ ପଛରେ ଲାଗିଛ । ଏମିତି ଆଉ କେତେ ମୋତେ ବଦନାମ କରିବ ।
ଆଉ କେତେ ତଳକୁ ମୋତେ ଖସେଇବ ? ମୋତେ ବରବାଦ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରି ସାରିଲଣି । ସମାଜରେ ମୁଣ୍ଡ ଟେକି ବଞ୍ଚିବାର ମୋର କଣ ଅଧିକାର ନାହିଁ । ନାରୀ ବୋଲି କଣ ସବୁବେଳେ ମୁଣ୍ଡ ତଳକୁ କରି କଷ୍ଟ ସହି ଚାଲିଥିବି ? ଆଉ କେବେବି ପ୍ରତିବାଦ କରି ପାରିବିନି ?” ବର୍ଷାଙ୍କ ଫ୍ୟାନ୍ସ କ୍ଲବରେ ତାଙ୍କ ଫଟୋ ସହ ଏଭଳି କିଛି କ୍ୟାପ୍ସନ ଶେୟାର କରାଯାଇଛି । ଗତ ଶୁକ୍ରବାର ଦିନ ଅନୁଭବଙ୍କ ବର ବେଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଏମିତିକି ଅନୁଭବ ଦ୍ଵିତୀୟ ବିବାହ କଲେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ବର୍ଷାଙ୍କ ତରଫରୁ ସିଧାସଳଖ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ତାଙ୍କ ଫ୍ୟାନ୍ସ କ୍ଲବରେ ଦେଖିବାକୁ ମିଳିଛି କିଛି ଏଭଳି ପୋଷ୍ଟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।