ନମସ୍କାର ବନ୍ଧୁଗଣ । ଆପଣ ମାନେ ଅଭିନେତା ମନୋଜ ମିଶ୍ରଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଜଣେ ଭଲ ଫାଇଟର ସହ ଜଣେ ଡାଇରେକ୍ଟର ମଧ୍ୟ । ସେ ଅନେକ ଓଡିଆ ଫିଲ୍ମ ରେ ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ମନୋଜ ମିଶ୍ର ଙ୍କୁ କିଛି ଲୋକେ ଏମିତି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ସେ ବିରୋଧ କରିଛନ୍ତି ।
ମନୋଜ ମିଶ୍ର ସାଂସଦ ଅନୁଭବ ମହାନ୍ତି କୁ ନେଇ ଏକ ସାକ୍ଷାତକାର ରେ କିଛି ଏମିତି କହିଛନ୍ତି ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମନୋଜ ମିଶ୍ର କହିଛନ୍ତି ଯେ “ଦର୍ଶକ ମାନେ ଜାଣିଛନ୍ତି ମୁଁ ଷ୍ଟାର ପ୍ଲସ ରେ ହିରୋ ହୋଇଥିଲି । ମୋର ଗର୍ବ ହୋଇନି ବଲିଉଡ ରେ କାମ କରି କି । ମୋତେ ବହୁତ କଷ୍ଟ ହେଉଛି ମୋ ନାଁ ରେ ଏମିତି ସବୁ କଥା ଶୁଣିକି ।
ପ୍ରକୃତରେ ମୁଁ ଓଡିଆ ପ୍ରେମୀ । ମୁଁ ସମ୍ବଲପୁର ର ଲୋକ । କିନ୍ତୁ ମୋତେ କିଛି କହୁଛନ୍ତି ମୁଁ ପଶ୍ଚିମ ଓଡିଶାର ଲୋକ । ମୋର ପରିଚୟ କୁ ନେଇ ଆପଣ ମାନେ କିଏ ପ୍ରଶ୍ନ ପଚାରିବାକୁ । ଆପଣ ଜାଣିଛନ୍ତି ଅନୁଭବ ଯେବେ ସମ୍ବଲପୁର ରେ ଛିଡା ହୋଇଯାଏ କେତେ ଭିଡ ହୋଇଯାଏ । ଆପଣ ତାକୁ ସହଯୋଗ କରିକି ଯେବେ କହୁଛନ୍ତି ତେବେ କେମିତି ପଶ୍ଚିମ ଓଡିଶା ବିଷୟରେ କହି ପାରିବେ ।
ଆପଣ ଯେଉଁ ଧମକ ଦେଇ ଲେଖିଛନ୍ତି ଯଦି ମୋର କିଛି ହୋଇଯାଏ ତେବେ ଆପଣ ଦାୟୀ ହେବେ । ଅନୁଭବ ସହ ମୋର କୌଣସି ଶତ୍ରୁତା ନାହିଁ । ଅନୁଭବ ସହ ମୋର ବହୁତ ଭଲ ବନ୍ଧୁତା ଅଛି । ଏଇ ମାନେ ଶତ୍ରୁତା କରାଇବା ପାଇଁ ଲାଗିଛନ୍ତି । ଅନୁଭବ ମୋ ପାଇଁ ବ୍ୟକ୍ତିଗତ ଭାବେ କିଛି ଏମିତି କାମ କରିଛି କି ଗଣମାଧ୍ୟମରେ ମୁଁ କହିବାକୁ ଚାହୁଁ ନାହିଁ । ଏ କଥା ଅନୁଭବ ମଧ୍ୟ ଜାଣିଛି ।
ଏତେ ବଢିଆ କାମ ବ୍ୟକ୍ତିଗତ କାମ ଅନୁଭବ କରିଛି ଯଦି ମୁଁ ଯଦି ତା ବିରୁଦ୍ଧରେ କେଉଁଠି ଗୋଟେ ବାଇଟ ବି କହିବି ତା ହେଲେ ଜଗନ୍ନାଥ ମୋତେ ସହିବେନି । ଆମେ ଓଡିଆ କେବେ ବି ନାମକ ହାରାମ ନୁହେଁ । ଆମେ ବହୁତ ସରଳ ଜାତି । ଅନୁଭବ ସହ ମୋର ବହୁତ ସମ୍ପର୍କ ଅଛି । ମୁଁ ଏବେ ଓଡିଆ ସିନେମା କରୁ ନାହିଁ ।
କାରଣ ଓଡିଆ ଡାଇରେକ୍ଟର ଯେଉଁ ଦିନ ମୋତେ କହିବେ ଏହି ସିନେମା କୁ ବ୍ୟାନ ଇଣ୍ଡିଆ ସିନେମା ଭଳି କରିବାକୁ ଚାହୁଁଛି । ଖାଲି କହିବ ହେବନି ମୁଁ ଆଗ ତାର ପ୍ରିପାରେସନ ଦେଖିବୀ ତା ପରେ ଫିଲ୍ମ କରିବି । 2021 ରେ ଶେଷ ଫିଲ୍ମ ମୁଁ କରିଥିଲି ଆର୍ମର । ଯେଉଁଠି ସିନେମା ନାହିଁ ସେଠାରେ ମୁଁ ବି ନାହିଁ । ମୁଁ ଏବେ ବି କହୁଛି ଓଡିଆ ସିନେମାର ଅସ୍ତିତ୍ଵ କୁ ବାହାରେ ଦେଖାଇବାକୁ ପଡିବ । କାରଣ ବର୍ତ୍ତମାନ ସମୟ ଆଉ ପୁରୁଣା ସମୟ ହୋଇ ନାହିଁ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।