ଝିଅର ଅନ୍ତିମ ସଂସ୍କାର କରି ଘରେ ପହଞ୍ଚିଲା ପରିବାର, ଠିକ ସେହି ସମୟରେ ଆସିଥିଲା ସେହି ଝିଅର ଫୋନ- ପୁରା ଘଟଣା ଜାଣିଲେ ଥରି ଉଠିବେ ଆପଣ

ଏହି ଦୁନିଆରେ କେତେ ଅଜୀବ ଅଜୀବ ଘଟଣା ସବୁ ଘଟୁଛି । ଯାହା ଉପରେ ଶୀଘ୍ର କେହି ବିଶ୍ବାସ କରିପାରୁ ନାହାନ୍ତି । ଆଜି ମଧ୍ୟ କିଛି ସେହିଭଳି ଘଟଣା ଶୁଣିବାକୁ ମିଳୁଛି । ଏହି ଘଟଣାରେ ଝିଅର ପରିବାର ଅନ୍ତିମ ସଂସ୍କାର କରି ଘରେ ପହଞ୍ଚିଲା ବେଳକୁ ସେହି ଝିଅର ଫୋନ ଆସିଲା, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।  ଏହି ଘଟଣା ଅନୁସାରେ କୁହା ଯାଉଛି କି ଘରଲୋକ ଯେଉଁ ଝିଅର ଅନ୍ତିମ ସଂସ୍କାର କାଲେ ସେ ମରିକି ମଧ୍ୟ ଜୀବିତ ମିଳିଲା ।

ହୋଇପାରେ ଆପଣ ମଧ୍ୟ ଏହା ପଢି ଚମକି ଯାଇଥିବେ । ପରନ୍ତୁ ଏହି ଖବର ସଂପୂର୍ଣ୍ଣ ସତ୍ୟ । ଶୁଣିବାକୁ ଆପଣଙ୍କୁ ବି ଅଜୀବ ଲାଗିଥିବ । ସେମାନଙ୍କ ହୋସ ସେତେବେଳେ ହଜିଗଲା ଯେତେବେଳେ ସେହି ମୃତ ଝିଅ ତାଙ୍କୁ କଲ୍ କରିଲା । ମୃତ ଝିଅର ଅନ୍ତିମ ସଂସ୍କାର ପରେ ଆସି ଥିବା ଏହି ଫୋନ ରୁ ସମସ୍ତ ଘର ଲୋକଙ୍କର ହୋସ ଉଡିଯାଇଥିଲା । ଏହି ଘଟଣାରେ ଧ୍ୟାନ ଦେବା ଭଳି କଥା ହେଲା ଯଦି ସେ ଝିଅ ବଞ୍ଚିଛି ତେବେ ପରିବାର ଲୋକେ ଅନ୍ତିମ ସଂସ୍କାର କାହାର କଲେ । କିଏଥିଲା ସେ?

ଏହି ଘଟଣା ମଧ୍ୟ ପ୍ରଦେଶ ର  ସତନା ଜିଲ୍ଲାର । ଯେଉଁଠି ପୁଲିସକୁ କିଛି ଦିନ ତଳେ ଗୋଟେ ଝିଅ ର ଶବ ମିଳିଥିଲା । ପୁଲିସ ଭାବୁଥିଲା କି ଏହି ଶବ ଟି ସେହି ପରିବାର ର ହଜିଯାଇଥିବା ଝିଅର, ସେଥିପାଇଁ ସେ ଶବ କୁ ଚିହ୍ନଟ କରିବା ପାଇଁ ସେହି ଝିଅର ପରିବାର ଲୋକଙ୍କୁ ଡକା ଗଲା । ରିପୋର୍ଟ ଅନୁସାରେ ମଝଗୱାଂ ର ପିଣ୍ଡ୍ରା କୈଲାସପୁର ର ଏହି ପରିବାରରୁ ଗୋଟେ ଝିଅ ହଜିଯାଇଥିଲା । ସେଥିପାଇଁ ସେହି ପରିବାର ପୁଲିସ ରେ ଏହାର ରିପୋର୍ଟ କରିଥିଲେ । ପୁଲିସ କୁ ଲାଗିଲା ସେହି ଶବ ସେଇ ଝିଅର । କିନ୍ତୁ ସେମିତି ନଥିଲା । ଯାହାର ଅନ୍ତିମ ସଂସ୍କାର କରାଗଲା ସେ ସେହି ପରିବାରର ଝିଅ ନଥିଲା । ଏହି ରହସ୍ୟାରୁ ପରଦା ସେତେବେଳେ ଉଠିଲା ଯେତେବେଳେ ସେ ଝିଅ ମିଳିଗଲା ।

ଝିଅଟିକୁ ପଚରା ଉଚରା କଲାରୁ ସେ କହିଥିଲା 2014 ମସିହାରେ ମା’ର ମୃତ୍ୟୁ ପରେ ସେ ତା ମାଉସୀ ଘରେ ରହୁଥିଲା । ସେଠାରେ ତାର ଦେଖା ଅଜୟ ନାମକ ପୁଅ ସହ ହୋଇଥିଲା । ସେ କହିଲା କି ସେ ଅଜୟକୁ ଭଲ ପାଉଥିଲା, ଏବଂ ଦିନେ ତାର ମାଉସୀ ତାଙ୍କୁ କଥା ହେବାର ଧରି ନେଲା, ଏବଂ ବହୁତ ଗାଳି କରିଥିଲେ । ମାଉସୀ କଥାରେ ରାଗି ସେ ଝିଅ ଘର ଛାଡି ଚିତ୍ରକୁଟ ତାର ଏକ ସାଙ୍ଗ ଘରକୁ ପଳେଇଲା, ତା ପରେ ସେ ସେହି ପୁଅକୁ ଡାକି ଇଲ୍ହାବାଦ ପଳେଇଥିଲେ ।

ସଠିକ ଖବର ତ ସେତେବେଳେ ଜଣ ପଡିଲା ଯେତେବେଳେ ସେ ନିଜ ବଡ ଭଉଣୀ ସହ କଥା ହେଲା । ତା ଭଉଣୀ ଠାରୁ ସବୁ ଘଟଣା ଶୁଣି ସେ ନିଜ ଅଜାଆଇ ଘରକୁ ପଳାଇ ଆସିଥିଲା, ଓ ସେଠାରୁ ତାଙ୍କୁ ପୁଲିସ ଧରି ଆଣିଥିଲେ । କିନ୍ତୁ ଏବେ ମଧ୍ୟ ସେହି ଗୋଟେ ପ୍ରଶ୍ନ ର ଉତ୍ତର ମିଳୁ ନାହିଁ , ଯେଉଁ ଝିଅର ଅନ୍ତିମ ସଂସ୍କାର ହେଲା ସିଏ କିଏ?

ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ।